Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୫ କିଲୋମିଟର ରାସ୍ତାରେ ୫୬ ହମ୍ପ୍ସ ଯାତ୍ରୀଙ୍କ ପାଇଁ ସାଜିଛି କାଳ

ସମ୍ବଲପୁର: ସମ୍ବଲପୁର ଜିଲ୍ଲାର ଲଇଡା ରୁ ବ୍ଲକ ସଦର ମହକୁମା କୁ ଲୁହାଖଣ୍ଡି,ବାସୁପାଲି, ଗୋଲାମାଲ, ରାମାପଡା ଆଦି ଗ୍ରାମ ଦେଇ ସଂଯୋଗ କରୁଥିବା ୨୫ କିଲୋମିଟର ରାସ୍ତା ରେ ୫୬ ଟି ହମ୍ପ୍ସ ଦିଆଯାଇଛି। ରାସ୍ତାର ଦୂରତା ର ଦୁଇ ଗୁଣ ହମ୍ପ୍ସ ଦିଆଯିବା ଫଳ ରେ ଏହି ରାସ୍ତା ଦେଇ ଗମନା ଗମନ କରୁ ଥିବା ଯାନବାହାନ ଚାଳକ ଙ୍କ ପାଇଁ ବହୁତ ସମସ୍ୟା ସୃଷ୍ଟି କରୁଛି। ଦ୍ରୁତ ଗତି ରେ ବେପରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟି ଧନଜୀବନ ହାନି ହେଉ ଥିବାରୁ ଏହାକୁ ରୋକିବା ପାଇଁ ରାସ୍ତାର ବିପଦ ସଙ୍କୁଳ ବୁଲାଣି, ରାସ୍ତା କଡ, ସ୍କୁଲ, ଡାକ୍ତରଖାନା ଆଦି ଜନ ସମାଗମ ସ୍ଥଳ ପୂର୍ବ ରୁ ହମ୍ପ୍ସ ଦିଆଯିବା ସ୍ପିଡ୍ ବ୍ରେକର କିମ୍ବା କମ୍ ଉଚ୍ଚତା ବିଶିଷ୍ଟ ପଟ୍ଟି ଦିଆଯିବା ର ନିୟମ ଥିବା ବେଳେ ୨୫ କିଲୋମିଟର ଦୂରତା ଥିବା ରାସ୍ତା ରେ ୫୬ ଟି ହମ୍ପ୍ସ ଦିଆଯିବା କେତେ ଦୂର ନିୟମ
ସଙ୍ଗତ ବୋଲି ଚର୍ଚ୍ଚା ହେଉଛି। ରାସ୍ତା ନିର୍ମାଣ କରୁଥିବା ଠିକା ସଂସ୍ଥା ଦ୍ବାରା ଏଭଲି ହମ୍ପ୍ସ ଦେଇଛି
ନା କିଛି ଲୋକଙ୍କ ଚାପରେ ଏଭଲି ମନ ଇଚ୍ଛା ହମ୍ପ୍ସ ଦିଆଯାଇଛି ବୋଲି ସଚେତନ ନାଗରିକ ମହଲ ରେ ଆଲୋଚନା ହେଉଛି। ଏହି ରାସ୍ତାର କେତେକ ଗାଁ ରେ ୧୦/୧୫ ମିଟର ଦୂରତା ବ୍ୟବଧାନ ରେ ହମ୍ପ୍ସ ଦିଆଯାଇଥିବାର ଦେଖିବାକୁ ମିଳୁଛି। ସୂଚିତ ଯେ ଏହି ରାସ୍ତାର କିଛି ଅଂଶ ପୂର୍ତ୍ତ ବିଭାଗ ଅଧିନ ରେ ଥିବା ବେଳେ କିଛି ଅଂଶ ଗ୍ରାମ୍ଯ ବିଭାଜନ ବିଭାଗ ଅଧିନ ରେ ରହିଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥି ପ୍ରତି ଦୃଷ୍ଟି ଦେଇ ଏହି ରାସ୍ତା ରେ ଥିବା ମାତ୍ରାଧିକ ହମ୍ପ୍ସ ହଟାଇ ଯେଉଁ ସ୍ଥାନ ରେ ହମ୍ପ୍ସ ଦେବାର ନିତାନ୍ତ ଜରୁରୀ ସେଠାରେ କମ୍ ଉଚ୍ଚତା ବିଶିଷ୍ଟ ପଟ୍ଟି , ସ୍ପିଡ ବ୍ରେକର୍ ଦେବାର ବ୍ଯବସ୍ଥା କରିବାକୁ ଦାବି ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ