Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନକଲି ଜାତି ପ୍ରମାଣପତ୍ର ମାମଲା:ପୂର୍ବତନ ଜିଲ୍ଲା ଶିକ୍ଷାଧିକାରୀଙ୍କ ପଦୋନ୍ନତି ବାତିଲ ଲାଗି ସୁପାରିଶ!

ସମ୍ବଲପୁର:ସମ୍ବଲପୁର ପୂର୍ବତନ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ତଥା ଏବକାର ସୋନପୁର ଜିଲ୍ଲା ଡିଇଓ ମୀନାରାଣୀ ମଙ୍ଗଲଙ୍କ ବିରୋଧରେ ଚାଲିଥିବା ନକଲି ଜାତି ପ୍ରମାଣପତ୍ର ମାମଲା ରାଜ୍ୟସ୍ତରୀୟ ଯାଞ୍ଚ କମିଟି(ଏସଏଲଏସସି) ରେ ଶୁଣାଣି ଚୂଡ଼ାନ୍ତ ହୋଇଛି। ସେ ଦେଇଥିବା ଜାଲ ଜାତି ସାର୍ଟିଫିକେଟ ଯୋଗୁଁ ପଦୋନ୍ନତି ହୋଇଥିବା ପ୍ରମାଣିତ ହୋଇଛି ଏହି ରିପୋର୍ଟକୁ ନେଇ ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସୁପାରିଶ କରିଛି କମିଟି। ହେଲେ ଶିକ୍ଷା ବିଭାଗ ପଦକ୍ଷେପ ନେବାରେ ପଛଘୁଞ୍ଚା ଦେଉଥ‌ିବା ଅଭିଯୋଗ ହୋଇଛି। ଏହାକୁ ନେଇ କଂଗ୍ରେସ ନେତା ତଥା ସୂଚନା ଅଧିକାର କର୍ମୀ ସଞ୍ଜୟ ଛୁରିଆ ରାଜ୍ୟ ସ୍ତରୀୟ ଯାଞ୍ଚ କମିଟି ପାଖରେ ଅଭିଯୋଗ କରିଥିଲେ | ତଦନ୍ତ କମିଟି ଅଧ୍ଯକ୍ଷ ତଥା କଟକ ଆରଡିସି ବି. ପରମେଶ୍ବରନ୍ ଶ୍ରୀମତୀ ମଙ୍ଗଲ ୧୯୯୩ ମସିହାରେ ନିଆରୀ ଜାତି ପ୍ରମାଣପତ୍ର ଦାଖଲ କରିଥିବା ହେତୁ ତାହା ବୈଧ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି। କିନ୍ତୁ ୨୦୦୦ ମସିହାରେ ଦେବର ବା ଧୀବର ଜାତିର ସମାନ ବୋଲି ଧରା ଯାଉଥିବା ନିଆରୀ, ରାଢ଼ୀ ଜାତିକୁ ଏସି ତାଲିକାରୁ ବାଦ୍ ଦିଆଯାଇଥିବା ହେତୁ ଶ୍ରୀମତୀ ମଙ୍ଗଳ ତା’ ପରେ ପାଇବା ପଦୋନ୍ନତିର ସମୀକ୍ଷା କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଏହି ନିଷ୍ପତ୍ତି ଆସିବା ପରେ ଗଣଶିକ୍ଷା ବିଭାଗ ଏବେ ଯାଏ କୌଣସି ପଦକ୍ଷେପ ଗ୍ରହଣ କରି ନଥିବା ଦର୍ଶାଇ ଅଭିଯୋଗକାରୀ କହିଛନ୍ତି।
ସୂଚନାଥାଉ କି ସଞ୍ଜୟ ଛୁରିଆ ମୀନାରାଣୀ ମଙ୍ଗଲ ନକଲି ଜାତି ପ୍ରମାଣପତ୍ର ଆଧାରରେ । ଶିକ୍ଷା ବିଭାଗରେ ଚାକିରି ପାଇଥିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ରାଜ୍ୟସ୍ତରୀୟ ଯାଞ୍ଚ କମିଟିରେ ଏହାର ଯାଞ୍ଚବେଳେ ଜଣାଯାଇଥିଲା ଶ୍ରୀମତୀ ମଙ୍ଗଲ ୧୯୯୩ ମସିହାରେ ଧାମନଗର ତହସିଲରୁ ‘ନିଆରୀ’ ଜାତିର ହୋଇଥିବା ଦର୍ଶାଇ ଏସସି ଜାତି ପ୍ରମାଣପତ୍ର ହାସଲ କରିଥିଲେ। ସେହି ଏସସି କୋଟାରେ ଶିକ୍ଷା ବିଭାଗରେ ରେ ଚାକିରି ପାଇଁ ଆବେଦନ କରିଥିବା ବେଳେ ୧୯୯୩ ଓଇଏସ- ୯ ଗ୍ରେଡରେ ଚାକିରିରେ ଯୋଗ ଦେଇଥିଲେ। ହେଲେ ୧୯୯୯ରେ ଓଡ଼ିଶା ଏସସି/ ଏସଟି ବିଭାଗ ‘ନିଆରୀ’ ଜାତିକୁ ଏସସି ତାଲିକାରୁ ପ୍ରତ୍ୟାହାର କରି ନେଇଥିଲା । ତେବେ ପ୍ରମାଣପତ୍ର ଇସ୍ୟୁ ସମୟର ଏହି ଜାତି ଏସି ବର୍ଗଭୁକ୍ତ ଥିବା ହେତୁ ଏମିତିରେ ଜାତି ପ୍ରମାଣପତ୍ର ବୈଧ ବୋଲି ଯାଞ୍ଚ କମି କମିଟି ନିଷ୍ପରି ଶୁଣାଇଛନ୍ତି। କିନ୍ତୁ ସେ ଚାକିରି କରିବାର ୧ ବର୍ଷ ପରେ ଉକ୍ତ ଜାତି ଏସସି ତାଲିକାରୁ ବାଦ୍ ପଡ଼ିବା ଫଳରେ ସେ ସାଧାରଣ ବର୍ଗର ହୋଇଯାଇଥିଲେ । ଏହା ସତ୍ତ୍ୱେ ଏସସି ବର୍ଗର ଦର୍ଶାଇ ଦରମା ଓ ବିଭାଗରେ ୩ ଥର ପଦୋନ୍ନତି ହାସଲ କରିଛନ୍ତି ବୋଲି ଅଭିଯୋଗକାରୀ ଶ୍ରୀ ଛୁରିଆ କହିଛନ୍ତି। ତାଙ୍କ ପଦୋନ୍ନତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସକାଶେ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲେ ହେଁ ବିଭାଗ କେଉଁ ସ୍ବାର୍ଥରେ କିଛି ପଦକ୍ଷେପ ନେଉନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ