Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭାରତ ଉପରେ ଆକ୍ରମଣ କଲା ପାକିସ୍ତାନ, ସବୁ ମିସାଇଲକୁ ନିଷ୍କ୍ରିୟ କଲା ଡିଫେନ୍ସ ସିଷ୍ଟମ

ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଏବେ ଶୀର୍ଷ ସ୍ତରରେ। ଗୁରୁବାର ରାତିରେ ଜମ୍ମୁର ଅନେକ ଅଞ୍ଚଳରେ ସାଇରନ୍ ବାଜିବା ଓ ପୁଣି ଧମକା ଶବ୍ଦ ଶୁଣିବାକୁ ମିଳିଛି। ସୂତ୍ରାନୁସାରେ , ପାକିସ୍ତାନ ପକ୍ଷରୁ ଜମ୍ମୁରେ ୮ଟି ମିସାଇଲ ମାଡ଼ କରାଯାଇଛି। ହେଲେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଏସ-୪୦୦ ସବୁ ମିସାଇଲକୁ ଏୟାରରେ ହିଁ ମାରି ଖସାଇ ଦେଇଛି।

ହମଲା ହେବା କ୍ଷଣି ପୂରା ଜମ୍ମୁରେ ସାଇରନ ବାଜିବାକୁ ଲାଗିଛି , ଯେଉଁଥି ପାଇଁ ଲୋକେ ଭୟଭୀତ ହୋଇ ଯାଇଛନ୍ତି। ତୁରନ୍ତ ପୂରା ଅଞ୍ଚଳରେ ବ୍ଲାକଆଉଟ୍ କରିଦିଆ ଯାଇଛି। ଜମ୍ମୁ ବ୍ୟତୀତ , ପଠାନକୋଟ୍ ଏୟାରବେସ୍ରେ ମଧ୍ୟ ସାଇରନ୍ ବାଜିଛି।

ହମଲା ପରେ ଜମ୍ମୁ ଏୟାରପୋର୍ଟରେ ଭାରତର ଫାଇଟର ବିମାନ ଗୁଡ଼ିକ ଉଡ଼ାଣ ଭରିଛନ୍ତି। ଜମ୍ମୁ ୟୁନିଭର୍ସିଟି ନିକଟରେ ଦୁଇଟି ଡ୍ରୋନ୍କୁ ଖସା ଯାଇଛି। ଆରଏସପୁରା , ଅରନିଆ , ସାମ୍ୱାରେ ମଧ୍ୟ ପାକିସ୍ତାନୀ ମିସାଇଲକୁ ଆଣ୍ଟି ଡ୍ରୋନ୍ ସିଷ୍ଟମ ମାରି ଖସାଇ ଦେଇଛି। ଏହା ବ୍ୟତୀତ ପଠାନକୋଟ୍ ଏୟାରବେସ୍ରେ ମଧ୍ୟ ହୋଇଥିବା ଡ୍ରୋନ୍ ହମଲାକୁ ଭାରତ ବିଫଳ କରି ଦେଇଛି । ଏଠାରେ ମଧ୍ୟ ବ୍ଲାଟଆଉଟ୍ କରିଦିଆ ଯାଇଛି।

ଧମାକା ଶବ୍ଦ ଶୁଣି ଦୋକାନୀମାନେ ଓ ଲୋକେ ନିଜ ନିଜର ଘରୁ ବାହାରି ଦୌଡ଼ିବା ନଜର ଆସିଛି। ରୟଟର୍ସ ଅନୁସାରେ, କିଛି ଲୋକେ ବିସ୍ଫୋରଣ ପୂର୍ବରୁ ଆକାଶରେ ନାଲି ରଙ୍ଗର ଲାଇଟ୍ ଓ ପ୍ରୋଜେକ୍ଟାଇଲ ମଧ୍ୟ ଦେଖିଛନ୍ତି। ଜଣେ ଏକ୍ସ ୟୁଜର ଜମ୍ମୁରେ ବ୍ଲାକଆଉଟ୍ର ଫଟୋ ଓ ଭିଡ଼ିଓ ସେୟାର କରି ଲେଖିଛନ୍ତି , ଜମ୍ମୁରେ ଆମର ଘରର ଉପରେ ମିସାଇଲ ଉଡ଼ୁଛି। ଏହା କୌଣସି ଗୁଜବ ନୁହେଁ , ମୁଁ ନିଜେ ଦେଖୁଛି ଏବଂ ରେକର୍ଡ କରୁଛି।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଭାରତ ଉତ୍ତର ଓ ଦକ୍ଷିଣ କ୍ଷେତ୍ରରେ ୧୫ଟି ସ୍ଥାନ ଉପରେ ଡ୍ରୋନ୍ ଓ ମିସାଇଲରେ ସାମରିକ ସ୍ଥଳରେ ହମଲା କରିବାକୁ ପାକିସ୍ତାନର ପ୍ରୟାସକୁ ବିଫଳ କରି ଦେଇଥିଲା ଏବଂ ଲାହୋରରେ ଏକ ପାକିସ୍ତାନୀ ବାୟୁ ପ୍ରତିରକ୍ଷା ସିଷ୍ଟମକୁ ମଧ୍ୟ ନଷ୍ଟ କରିଥିଲା । ପାକିସ୍ତାନ ଦ୍ୱାରା କରାଯାଇ ଥିବା ଚେଷ୍ଟା, ବୁଧବାର ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା ଅପରେସନ ସିନ୍ଦୂର ଅନୁସାରେ, ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ) ଓ ପାକିସ୍ତାରେ ୯ ଆତଙ୍କୀ ସ୍ଥାନ ଉପରେ ମିସାଇଲ ହମଲା ପରେ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଦୋହରାଇଛନ୍ତି ଯେ , ଭାରତରେ ସେନା ସ୍ଥଳରେ କୌଣସି ବି ହମଲା ପାଇଁ ଉଚିତ୍ ପ୍ରତିକ୍ରିୟା ମିଳିବ। ବିଦେଶ ସଚିବ ବିକ୍ରମ ମିସରୀ କହିଛନ୍ତି ଯେ, ଉତ୍ତେଜନା ହ୍ରାସ କରିବାର ବିକଳ୍ପ ପାକିସ୍ତାନ ନିକଟରେ ଅଛି ,କାରଣ ସେ ପହଲଗାମ ଆତଙ୍କୀ ହମଲାରେ ସ୍ଥିତିକୁ ବଢାଇଛି ଏବଂ ଭାରତ କେବଳ ଅପରେସନ ସିନ୍ଦୂର ମାଧ୍ୟମରେ ଏହାର ଜବାବ ଦେଇଛି