Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବେଲଗୁଣ୍ଠାରେ ଲଷ୍ମୀ ଯୋଜନା ପ୍ରସ୍ତୁତି ବୈଠକ

ବେଲଗୁଣ୍ଠା: ଗମନାଗମନ କ୍ଷେତ୍ରରେ ପ୍ରତି ଗ୍ରାମ ପଂଚାୟତକୁ ପଂଚାୟତ ସମିତି ମୁଖ୍ୟ କାର୍ଯ୍ୟାଳୟ ସହିତ ଯୋଡ଼ିବା ଏବଂ ପଂଚାୟତ ସମିତି ମୁଖ୍ୟ କାର୍ଯ୍ୟାଳୟକୁ ଜିଲ୍ଳା ମୁଖ୍ୟ କାର୍ଯ୍ୟାଳୟ ସହିତ ସଂଯୋଗ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଆରମ୍ଭ କରୁଛନ୍ତି ଲକ୍ଷ୍ମୀ ( LAccMI) ଯୋଜନା I ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଆଜି ସନ୍ଧ୍ୟାରେ ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ବେଲଗୁଣ୍ଠା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୋଶନ୍ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଏବିଡିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାକେଶ ପାତ୍ର, ତହସିଲଦାର ମନୋଜ ପ୍ରଭାକର କୁଜୁର୍,ଓଡି଼ଶା ରାଜ୍ୟ ସଡ଼କ ପରିବହନ ନିଗମ ଆସିଷ୍ଟାଣ୍ଟ୍ ପରିବହନ ପରିଚାଳକ ଅଂଶୁମାନ ସ୍ଵରୂପ ସାହୁ ପ୍ରମୁଖ ମଞ୍ଚାସୀନ ରହି କାର୍ଯ୍ୟକ୍ରମର ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ I ଓଡି଼ଶା ରାଜ୍ୟ ସଡ଼କ ପରିବହନ ନିଗମର ସହଯୋଗରେ ଏହି ଯୋଜନା ମାଧ୍ୟମରେ ଗ୍ରାମ ପଂଚାୟତ ଏବଂ ପଞ୍ଚାୟତ ସମିତି ମୁଖ୍ୟାଳୟ ମଧ୍ୟରେ ସରକାରୀ ବସ୍ ଯାତାୟତ କରିବା ଫଳରେ ପଂଚାୟତ ଏବଂ ବ୍ଳକ୍ ମଧ୍ୟରେ ସଂଯୋଗୀକରଣ ସୁଦୃଢ ହୋଇପାରିବ ବୋଲି ଉପସ୍ଥିତ ଅଧିକାରୀ ମାନେ ମତବ୍ୟକ୍ତ କରିଥିଲେ I ଏହି ଯୋଜନା ଆସନ୍ତା ଜୁନ୍ ତେର ତାରିଖରୁ ଶୁଭାରମ୍ଭ ହେବାର ପ୍ରସ୍ତାବ ରହିଥିବା ବେଳେ ଯୋଜନାର ସଫଳ ରୂପାୟନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ସହାୟତା କାମନା କରାଯାଇଥିଲା I ଆଜିର ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ସଭ୍ୟ,ବହୁ ସରପଞ୍ଚ,ସମିତି ସଭ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଆଲୋଚନା କରିଥିଲେ I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ