ବୀରମହାରାଜପୁର ବାଳକ ହାଇସ୍କୁଲ ପୁରସ୍କୃତ ହେଲେ ଭାରତ ସ୍କାଉଟ ଓ ଗାଇଡ୍ ଓଡିଶା ଶାଖା ତରଫରୁ ଶ୍ରେଷ୍ଠ କେମ୍ପୋରୀ ଭାବେ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ରେ ଭାରତ ସ୍କାଉଟ ଓ ଗାଇଡ଼ର ଜିଲ୍ଲା ସ୍ତରୀୟ କେମ୍ପୋରୀ ଗତ ତା ୧୭-୧୨-୨୦୨୪ ଠାରୁ ତା ୧୯-୧୨-୨୦୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା l ଏହି କେମ୍ପୋରୀ ଭାରତ ସ୍କାଉଟ ଓ ଗାଇଡ଼ ଓଡିଶା ଶାଖା ତରଫରୁ ଶ୍ରେଷ୍ଠ କେମ୍ପୋରୀ ଭାବରେ ପୁରସ୍କୃତ ହୋଇଛି l ଏହି ଉପଲକ୍ଷେ ତା ୯-୫-୨୪ ଶୁକ୍ରବାର ଦିନ ଓଡିଶା ରାଜଭବନର ଅଭିଷେକ ହଲରେ ଅନୁଷ୍ଠିତ ରାଜ୍ୟ ପୁରସ୍କାର ଉତ୍ସବ ରେ ସୋନପୁର ଜିଲ୍ଲା ତରଫରୁ ଆୟୋଜକ ହାଇସ୍କୁଲର ପ୍ରଧାନ ଶିକ୍ଷକ ନିରଞ୍ଜନ ଦାଶ ଓ ଜିଲ୍ଲା ସମ୍ପାଦକ ସତ୍ୟନାରାୟଣ ତ୍ରିପାଠୀ , ଓଡିଶାର ମହାମହିମ ରାଜ୍ୟପାଳ ହରିବାବୁ କୁମ୍ଭମ୍‌ପଟି ଙ୍କ ଠାରୁ ଟ୍ରଫି ଓ ମାନପାତ୍ର ଗ୍ରହଣ କରିଛନ୍ତି l ଉକ୍ତ ଉତ୍ସବ ରେ ମାନ୍ୟବର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ , ମାନ୍ୟବର ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ଭାରତ ସ୍କାଉଟ ଓ ଗାଇଡ଼ ଓଡିଶା ଶାଖା ର ରାଜ୍ୟ କମିଶନର ତଥା ଜାତୀୟ ଉପ ସଭାପତି କାଳୀ ପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ l ଏଥିପାଇଁ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର, ଅଭିଭାବକ, ପୁରାତନ ଛାତ୍ର ଓ ଜନସାଧାରଣ ଖୁସି ବ୍ୟକ୍ତ କରିବା ସହ ପ୍ରଧାନ ଶିକ୍ଷକ ଙ୍କୁ ଅଭିନନ୍ଦନ ଜଣାଇଛନ୍ତି l