Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ଜିଲ୍ଲା ସଜାଗ କଡାକଡି ହେଲା ହୀରାକୁଦ ଜଳଭଣ୍ଡାର ସୁରକ୍ଷା

ସମ୍ବଲପୁର:ବର୍ତ୍ତମାନ ପରିସ୍ଥିତିରେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଜଟିଳ ହେଉଥିବା ବେଳେ ଉଭୟ ଦେଶ ପରଶ୍ଵରଙ୍କ ଉପରେ ଘନଘନ ଆକ୍ରମଣ ଚଲାଇ ଚାଲିଛନ୍ତି। ଏଥିମଧ୍ୟରେ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରୁଥିବା ଦେଶର ପ୍ରମୁଖ ସ୍ଥାନଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ତେବେ ଆମ ରାଜ୍ୟ ଓଡ଼ିଶାର ବିଦ୍ୟୁତ୍, ଜଳସେଚନ ସମେତ ବନ୍ୟା ନିୟନ୍ତ୍ରଣ କରିବାରେ ପ୍ରମୁଖ ଭୁମିକା ନେଉଥିବା ହୀରାକୁଦ ଜଳଭଣ୍ଡାର ସୁରକ୍ଷାକୁ ନେଇ ଏବେ ସବୁଠି ଚର୍ଚ୍ଚା ଲାଗିଥିବା ବେଳେ ହୀରାକୁଦ ବନ୍ଧର ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ବର୍ତ୍ତମାନ ଦେଶରେ ଉପୁଜୁଥିବା ପରିସ୍ଥିତି ସମେତ ସମ୍ଭାବ୍ୟ ଆକ୍ରମଣକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲ୍ଲାରେ ଥିବା ହୀରାକୁଦ ଜଳଭଣ୍ଡାର ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଥିବା ନେଇ ସୂଚନା ମିଳିଛି। ଏଥିସହ ପର୍ଯ୍ୟଟକଙ୍କ ପାଇଁ ହୀରାକୁଦ ଡ୍ୟାମ୍ କୁ ଯାତାୟତ ଉପରେ କଟକଣା ଲାଗୁ କରାଯାଇଛି। ହୀରାକୁଦ ଡ୍ୟାମ୍ ଅଞ୍ଚଳ ସହ ୨ ମୀନାରକୁ ସାଧାରଣ ପରିଦର୍ଶନ ବାରଣ ଥିବା ସହ ଉଭୟପଟ ଡାଇକରେ ଜନସାଧାରଣ ଯାତାୟତ ଉପରେ ସଂପୁର୍ଣ୍ଣ ଭାବରେ କଟକଣା ଜାରି କରାଯାଇଛି । ଜଳଭଣ୍ଡାରର ସମଗ୍ର ଅଞ୍ଚଳକୁ ଲାଇଟ୍ ବ୍ଳକ୍ ଆଉଟ୍ ଜୋନ୍ ଘୋଷଣା କରାଯାଇଛି। ଏଥିସହ ଡ୍ୟାମ୍ ଚେକ୍‌ ପୋଷ୍ଟରେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଜଗିଛନ୍ତି। ଏବେ ଓଆଇଏସ୍ଏଫ୍ ଯବାନଙ୍କ ସହ ଓଡ଼ିଶା ପୁଲିସ୍ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିକୋଣରୁ ଏହିସବୁ ପଦକ୍ଷେପ ନିଆଯାଇଥିବା ବେଳେ ହୀରାକୁଦ ଡ୍ୟାମ୍‌ର ଉଭୟ ପାର୍ଶ୍ଵରେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ ଭାବରେ କଡ଼ାକଡ଼ି କରାଯାଇଛି।ଏଥିସହ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ବ୍ୟବସ୍ଥା ସହ ଲାଇଟ୍ ମେସିନ୍ ଗନ୍‌ର ମଧ୍ୟ ବ୍ୟବସ୍ଥା କରାଯାଇଥିବା ନେଇ ସୂଚନା ମିଳିଛି। ଅନ୍ୟପକ୍ଷରେ ହୀରାକୁଦ ଜଳଭଣ୍ଡାର କେବଳ ନୁହେଁ ବର୍ତ୍ତମାନ ପରିସ୍ଥିତିରେ ସମ୍ବଲପୁର ଜିଲ୍ଲାରେ ପ୍ରଶାସନ ସଜାଗ ଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।‌ଏପରିକି ପୁର୍ବରୁ ଜିଲ୍ଲାରେ ସିଭିଲ ଡିଫେନ୍ସ ମକଡ୍ରିଲ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇସାରିଥିବା ବେଳେ ଜିଲ୍ଲାରେ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କୁ ସଜାଗ ରହିବାକୁ କୁହାଯାଇଥିବା ସହ ସିଭିଲ ଡିଫେନ୍ସ ଟାଉନ ନିଅନ୍ତ୍ରଣ କକ୍ଷକୁ ଆରମ୍ଭ କରାଯାଇଛି।ଏଥିସହ ଜିଲ୍ଲା ବାସିନ୍ଦାଙ୍କୁ ସଚେତନ ରହିବାକୁ ସହ ଭୟବିତ ନହେଵାକୁ ପ୍ରଶାସନ ପକ୍ଷରୁ ଅପିଲ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ