Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଳ ପକ୍ଷରୁ ୨ ଅଜଣା ଶବ ସତ୍କାର

ସମ୍ବଲପୁର:ସ୍ଥାନୀୟ ମନ୍ଦଲିଆ ସ୍ଥିତ ରାଜଘାଟରେ ସ୍ୱେଛାସେବୀ ଅନୁଷ୍ଠାନ ସମ୍ବଳ ପକ୍ଷରୁ ୨ଟି ଶବ ସତ୍କାର କରାଯାଇଛି । ଏହି କାର୍ଯ୍ୟରେ ଅନୁଷ୍ଠାନର ସଂଯୋଜକ ରାମଦାସ ପଣ୍ଡା, କାଳିଆ ବାଗ , ସୌରୀ ପାଣିଗ୍ରାହୀ ସହଯୋଗ କରିଥିଲେ । ସୂଚନାଯୋଗ୍ୟ, ଧନକଉଡା ଅଞ୍ଚଳରେ ସୋନିକା ଡୁଙ୍ଗଡୁଙ୍ଗ ନାମକ ଜଣେ ମହିଳା ଗତ ୬ବର୍ଷ ହେବ ନିଜ ଝିଅ ସହ ରହୁଥିଲେ । ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହି ପରି ବୈଜାମୁଣ୍ଡା ସମନ୍ବିତ ଭିତ୍ତିଭୂମି ବିକାଶ କେନ୍ଦ୍ର ଅନ୍ତେବାସୀ ପୁରୁଷୋତ୍ତମ ନାଗ(୬୫)ଙ୍କ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ବଡ ମେଡିକାଲରେ ମୃତ୍ୟୁ ହୋଇଥିଲା । ଏଭଳିସ୍ଥଳେ ଉଭୟ ଶବକୁ ମର୍ଯ୍ୟାଦା ସହ ସତ୍କାର କରାଯାଇଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ