Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମାଞ୍ଚଳ ଏକତା ମଞ୍ଚ ପକ୍ଷରୁ ଭାରତୀୟ ଯୋଦ୍ଧା ଙ୍କ ପାଇଁ ସାମୁହିକ ହନୁମାନ ଚାଳିଶା ପାଠ

ସମ୍ବଲପୁର:ଭାରତ ପକ୍ଷରୁ ଆତଙ୍କବାଦ ଓ ପାକିସ୍ଥାନ ଵିରୁଦ୍ଧରେ ଚାଲିଥିବା ଅପରେସନ ସିନ୍ଦୂର-୨ ରେ କାର୍ଯ୍ୟରତ ସମସ୍ତ ସାମରିକ ଓ ଅର୍ଦ୍ଧସାମରିକ ବାହିନୀ ର ଜୱାନ୍ ଙ୍କୁ ବଳ, ବୁଦ୍ଧି, ଜ୍ଞାନ ଓ ପରାକ୍ରମ ପ୍ରଦାନ ପାଇଁ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ସାମୁହିକ ହନୁମାନ ଚାଳିଶା ପାଠ ଆୟୋଜନ କରାଯାଇଛି। ଶନିବାର ସନ୍ଧ୍ୟାରେ ପଶ୍ଚିମାଞ୍ଚଲ୍ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ବୃକ୍ସହିଲ୍ ସ୍ଥିତ ଶ୍ରୀରାମ ମନ୍ଦିରରେ ପ୍ରଥମେ ଆଲତୀ ପରେ ଦୀପଦାନ କରାଯାଇଥିଲା । ଏହାପରେ ସାମୁହିକ ହନୁମାନ ଚାଳିଶା ପାଠ କରାଯାଇଥିଲା । ଏଥିରେ ସମ୍ବଲପୁର ର ବିଭିନ୍ନ ସଂଗଠନର ସଦସ୍ୟ ସାମିଲ ହୋଇଥିଲେ । ଭାରତୀୟ ନାଗରିକ ଭାବେ ସାମୁହିକ ହନୁମାନ ଚାଳିଶା ପାଠ ସହ ଭାରତ ମାତା ର ସୁରକ୍ଷା ଓ ସମ୍ମାନ ପାଇଁ ଲଢ଼ୁ ଥିବା ଯୋଦ୍ଧା ଙ୍କ ପାଇଁ ପ୍ରାର୍ଥନା କରାଯାଇଥିଲା । ଏଥିରେ ପର୍ଶୁରାମ ଜୟନ୍ତୀ କମିଟି ର ରାମେଶ୍ବର ପୁରୋହିତ, ରାମଦାସ ପଣ୍ଡା,ସୁଧିର ବହିଦାର, ମୋତି ଲାଲ୍ ଦୋରା, ନିମେଶ ପଣ୍ଡା, ନିଶିକାନ୍ତ ବିଶ୍ବାଲ, ଅପର୍ଣ୍ଣା ପାଢ଼ୀ,ରାଜେଶ ସ୍ବାଇଁ, ରାହୁଲ ଗୁପ୍ତା, କାନ୍ତି ମେହେର, ପଙ୍କଜିନୀ ମେହେର, ଝୁନୁ ତ୍ରିପାଠୀ,ସବ୍ୟସାଚୀ ମିଶ୍ର, ଛବି ପତି, ସୁଜାତା ଗୁରୁ, ଲଲିତା ଭୋଇ, ଭୂମିସୁତା ମେହେର, ତୃପ୍ତି ପଣ୍ଡା, ଅନୁପମା ବିଶ୍ବାଲ, ସଂଘମିତ୍ରା ପଣ୍ଡା, ଅଂଜଲି ଘୋଷ, ରିଙ୍କି ମହାରଣା,ଶ୍ରୀଧର ଦାସ,ସାନ୍ତାନୁ ପାଢ଼ୀ ତଥା ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ମୁଖ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସୀ ପ୍ରମୁଖ ସାମିଲ ହୋଇଥିଲେ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ