Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ:ପ୍ରାଥମିକ ଚିକିତ୍ସା ଜ୍ଞାନ ଜାଣ,ଉତ୍ତମ ଯୋଗାଯୋଗ କୌଶଳ ଶିଖ

ସମ୍ବଲପୁର:ପୂର୍ବାହ୍ନ ରେ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଚତୁର୍ଥ ସପ୍ତାହ ରେ ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ।ଔପଚାରିକ ଭାବେ ଆଜିର ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ପ୍ରଶିକ୍ଷଣ ର ପ୍ରସଙ୍ଗ “ଉତ୍ତମ ଯୋଗାଯୋଗ କୌଶଳ”ଉପରେ ପ୍ରଶିକ୍ଷଣ ଆରଂମ୍ଭ କରି ପ୍ରାକ୍ତନ ଡାଏଟ ର ଅଧ୍ୟକ୍ଷ ଶ୍ରୀ ଶିବଶଙ୍କର ଷଡ଼ଙ୍ଗୀ ଯୋଗାଯୋଗ କୌଶଳ ର ବିଭିନ୍ନ ମାଧ୍ୟମ ଉପରେ ଆଲୋଚନା କରି ଉତ୍ତମ ଯୋଗାଯୋଗ ଶୈଳୀ ଉପରେ ପିଲାମାନଙ୍କୁ ବୁଝେଇଥିଲେ।
ଦ୍ଵିତୀୟ ଅଧିବେଶନ ସ୍ୱାସ୍ଥ୍ୟବିଜ୍ଞାନ ଉପରେ ଆଲୋଚନା ଆରମ୍ଭ କରି ଖ୍ୟାତନାମା ଡାକ୍ତର ଅଶୋକ କୁମାରସିଂହ, ଦୁର୍ଘଟଣା, ବୁଡିଯିବା,ସାପକାମୁଡ଼ା ,ଅଚେତ ହେବା ଓ ପୋଡିଯିବା। ଘଟଣା ର ସାଧାରଣ ଘରୋଇ ଚିକିତ୍ସା ଉପରେ ବିଭିନ୍ନ କୌଶଳ ସମ୍ପର୍କରେ ବୁଝାଇଵା ସହ ଅଣ ସଂକ୍ରମକ ରୋଗ ଉପରେ ଆଲୋକପାତ କରିଥିଲେ।ପ୍ରାରମ୍ଭ ରୁ ଡାକ୍ତର ଜୟଦେବ ମେହେର ପିଲାଙ୍କୁ ଯୋଗ ଶିକ୍ଷା ଦେଇଥିଲେ। କାର୍ଯ୍ୟକ୍ରମ ର ସଂଯୋଜକ ରାଜେନ୍ଦ୍ର ପଣ୍ଡା ସମ୍ପୁର୍ଣ ଶିକ୍ଷଣ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।।ପ୍ରଶିକ୍ଷାର୍ଥୀ ଙ୍କ ମଧ୍ୟରୁ ସୋନାଲି,ବିଦୁଶୀ, ,ଅଦିତୀ,ସିଦ୍ଧାର୍ଥ ଓ ସତ୍ୟପ୍ରିୟ ପ୍ରମୁଖ ଆଲୋଚନା ରେ ଭାଗ ନେଇଥିଲେ।.କାର୍ଯ୍ୟକ୍ରମ ଅବସରରେ ଗତ ହାଇସ୍କୁଲ ପରୀକ୍ଷା ରେ ଜିଲ୍ଲା ରେ ପ୍ରଥମ ଓ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ସରସ୍ୱତୀ ଶିଶୁ ବିଦ୍ୟମନ୍ଦିର ଧନୁପାଲି ର କୃତିଛାତ୍ରୀ ତଥା ଗତ ବର୍ଷ ର ଗ୍ରୁମିଙ୍ଗ ଛାତ୍ରୀ ଜି.ସିରିଶା ଓ ପ୍ରଜ୍ଞା ପ୍ରିୟ ଦର୍ଶିନୀ ପ୍ରଧାନ ଓ ଉକ୍ତ ବିଦ୍ୟାଳୟ ର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ବିଭୁ ପ୍ରସାଦ ମହାପାତ୍ର ଙ୍କୁ ଲଇବ୍ରେରୀ ର ଯୁବପ୍ରଶିକ୍ଷଣ ଶିବିର ତରଫରୁ ମାନପତ୍ର ,ଆର୍ଥିକ ପୁରସ୍କାର ଓ ଗୀତା ପୁସ୍ତକ ସହ ସମ୍ବର୍ଦ୍ଧିତ କରଯାଇଥିଲା।ମିଳିତ ଭାବେ ଏହି ପିଲାମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ସଭ୍ୟ ଶ୍ରୀ ରଘୁନାଥ ମିଶ୍ର,ଅର୍ଜୁନ ପଣ୍ଡା,ସୁଶାନ୍ତ ଗୁରୁ,ଗିରିଧାରୀ ହୋତା ,ପୃଥ୍ୱୀରାଜ ମିଶ୍ର, ପ୍ର.ସେଵକ ତ୍ରିପାଠୀ, ଦେବେନ୍ଦ୍ର ପଣ୍ଡା,ପ୍ରୋ ମୁରଲୀଧର ପ୍ରେମନାଥ ନାୟକ,ବିଭୂତି ନାଥ ମାଝୀ, ପ୍ରଫୁଲ୍ଲ ହୋତା ,ଉଦିତ ଚନ୍ଦ୍ର ପାଟଯୋଶୀ ତଥା କୃତି ଛାତ୍ରୀଙ୍କ ପିତାମାତା ଉପସ୍ଥିତ ଥିଲେ।ଡାକ୍ତର ଅଶୋକ ସିଂହ ଙ୍କ ଦ୍ୱାରାପ୍ରାୟୋଜିତ ଏକ ମାଗଣା ରକ୍ତଚାପ ଓ ଶର୍କରା ପରୀକ୍ଷା ଶିବିର ମଧ୍ୟ ଅନୁଷ୍ଠିତ ହୋଇ ୪୮ ଜଣ ବରିଷ୍ଠ ନାଗରିକ ଓ ଛାତ୍ରଛାତ୍ରୀ ଙ୍କ ପରୀକ୍ଷା ହୋଇଥିଲା। ଶ୍ରୀ ଗୋଳକ ମିଶ୍ର ବିଜୟ ସାହୁ, ତୁଷାର ଓ ଜୁଳୁ କୁମୁରା କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।ଶେଷରେ ଜାତୀୟ ସଙ୍ଗୀତ ଓ ଜଳଖିଆ ବିରତି ପରେ କାର୍ଯ୍ୟକ୍ରମ ର ସମାପ୍ତି ହୋଇଥିଲା ଆଜିର ଶିବିର ରେ ୨୦ ଟି ଉଚ୍ଚବିଦ୍ୟାଳୟ ରୁ ୬୧ ଜଣ ପ୍ରଶିକ୍ଷାର୍ଥୀ ଯୋଗ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ