Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଫାଟିଲା ୫ ଗ୍ୟାସ ସିଲିଣ୍ଡର, ଜଳିଗଲା ଦୋକାନ

ଓଡ଼ିଶା ଡଟ୍ ନ୍ୟୁଜ୍: ବାଲେଶ୍ବର ଚାନ୍ଦିପୁର ବଳରାମଡି ନାଉପାଳଗଡିରେ ଭୟଙ୍କର ବିସ୍ଫୋରଣ । ଏକାଥରେ ଫାଟିଲା ୫ଟି ଗ୍ୟାସ ସିଲିଣ୍ଡର । ଜଳିପୋଡ଼ି ପାଉଁଶ ହୋଇଗଲା ପୂରା ଦୋକାନ । ତେବେ ଅଘଟଣରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି ।
ସୂଚନାଯୋଗ୍ୟ, ନାଉପାଳଗଡିରେ ଏକ ଦୋକାନରେ ୫ଟି ଗ୍ୟାସ ସିଲିଣ୍ଡର ଥିଲା । କୌଣସି କାରଣରୁ ଗୋଟିଏ ସିଲିଣ୍ଡରରେ ପ୍ରଥମେ ବିସ୍ଫୋରଣ ହୋଇଥିଲା । ଏହାପରେ ଗୋଟିଏ ପରେ ଗୋଟିଏ କରି ପାଖରେ ଥିବା ୫ଟି ସିଲିଣ୍ଡର ବ୍ଲାଷ୍ଟ ହୋଇଥିଲା । ଫଲରେ ଦୋକାନରେ ନିଆଁ ଲାଗି ଯାଇଥିଲା । ଚାହୁଁ ଚାହୁଁ ଦୋକାନଟି ହୁତୁ ହୁତୁ ହୋଇ ଜଳିବାକୁ ଲାଗିଥିଲା । ଖବର ପାଇ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଲା ତାହା ଜଣାପଡ଼ିନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories