ଓଡ଼ିଶା ଡଟ୍ ନ୍ୟୁଜ୍: ସଉତୁଣୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସଉତୁଣୀ । ମୃତ ମହିଳା ଥିଲେ ୪ ମାସର ଗର୍ଭବତୀ । ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନା ଅନ୍ତର୍ଗତ ଦୋରାପୁଟ ଗ୍ରାମରେ । ଥାନାରେ ଅଭିଯୋଗ ପରେ ଅଭିଯୁକ୍ତ ମହିଳାଙ୍କୁ ପୋଲିସ ଗିରଫ କରି ଘଟଣାର ତଦନ୍ତ ଚଲାଇଛି ।
ଅଭିଯୋଗ ଅନୁସାରେ, ଦୋରାପୁଟ ଗାଁର ବିନୋଦ ବାଇକ୍ ୮ ବର୍ଷ ତଳେ ଥାଟୁଗୁଡା ଗାଁର ସତ୍ୟବତୀଙ୍କୁ ବିବାହ କରିଥିଲେ । ଉଭୟଙ୍କ ଦୁଇଟି ସନ୍ତାନ ଅଛନ୍ତି । ଏବେ ସେ ୪ ମାସର ଗର୍ଭବତୀ ଅଛନ୍ତି । ତେବେ କିଛି ବର୍ଷ ପରେ ବିନୋଦ ଦଣ୍ଡାବାଡି ଗ୍ରାମର ବୈଜୟନ୍ତୀଙ୍କୁ ପ୍ରେମ ବିବାହ କରିଥିଲେ । ଉଭୟ ପ୍ରଥମ ଓ ଦ୍ବିତୀୟ ପତ୍ନୀଙ୍କ ସହ ମିଶି ବିନୋଦ ରହୁଥିଲେ । ତେବେ କିଛି ନା କିଛି କଥାକୁ ନେଇ ଦୁଇ ମହିଳାଙ୍କ ମଧ୍ୟରେ ସବୁ ବେଳେ ଝଗଡ଼ା ହେଉଥିଲା । ଶୁକ୍ରବାର ଦିନ ବିନୋଦ ଘରେ ନଥିବା ବେଳେ ଶୁକ୍ରବାର ଭୋର ସମୟରେ ସତ୍ୟବତୀ ଶୋଇଥିଲେ । ଏହି ସମୟରେ ବୈଜୟନ୍ତୀ ଏକ ଟାଙ୍ଗିଆରେ ପ୍ରଥମେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ଏହାପରେ ସତ୍ୟବତୀଙ୍କ ପେଟକୁ ଶକ୍ତ ଗୋଇଠା ପକାଇଥିଲେ ।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡୋଶୀ ସତ୍ୟବତୀଙ୍କୁ ଉଦ୍ଧାର କରି ବୈପାରିଗୁଡା ମେଡ଼ିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ବୈପାରିଗୁଡା ଥାନାରେ ଏତଲା ହେବା ପରେ ପୋଲିସ ବୈଜୟନ୍ତୀଙ୍କୁ ଗିରଫ କରଛି । ପଚରାଉଚରା ବେଳେ ବୈଜୟନ୍ତୀ ହତ୍ୟା କରିଥିବା ସ୍ବୀକାର କରିଥିବା ଜଣାପଡ଼ିଛି ।
୪ ମାସର ଗର୍ଭବତୀ ସଉତୁଣୀକୁ ଟାଙ୍ଗିଆରେ ହାଣି ହତ୍ୟା କଲା ସଉତୁଣୀ
