Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏପଟେ ଜୀବନ ଯନ୍ତ୍ରଣା, ସେପଟେ ଦେଶ ଭକ୍ତି,ମଝି ଦରିଆରେ ଯବାନ

ସମ୍ବଲପୁର:ମନ ଖୋଜୁଥିଲା ପରିବାର। ପରିବାର ନିକଟରେ ପହଞ୍ଚି ଗର୍ଭବତୀ ସ୍ତ୍ରୀଙ୍କ ସେବା ଶୁଶ୍ରୁଷା କରିବା କୁ ଯବାନ ହୋଇଥିଲେ ଘରମୁହାଁ। କିନ୍ତୁ ଠିକ କାମ ବେଳକୁ ଦାୟିତ୍ୱ ଡାକିଲା ଦେଶ ସୁରକ୍ଷା ପାଇଁ। ଏଭଳି ଏକ ହୃଦୟ ବିଦାରକ ବାସ୍ତବତାର କାହାଣୀ ଏବେ ସାମ୍ନାକୁ ଆସିଛି।ଏପଟେ ଜୀବନ ଯନ୍ତ୍ରଣା, ସେପଟେ ଯୁଦ୍ଧ,ମଝି ଦରିଆରେ ଯବାନ ଭଳି ଶୀର୍ଷକ କାହାଣୀ ଶୁଣିଲେ ଛାତି ଥରିଯିବ।
ନିଜ ଗର୍ଭବତୀ ସ୍ତ୍ରୀ ଙ୍କ ପ୍ରସବ ସେବା ଓ ବାପା ମା ହେବାର ଅସୁମାରୀ ସ୍ୱପ୍ନ ଧରି ଏପ୍ରିଲ ୧୮ ରେ ଏକ ମାସର ଛୁଟି ନେଇ ଆସିଥିବା ଯବାନ ଙ୍କ ସ୍ୱପ୍ନ କିନ୍ତୁ ଅଧୁରା ରହିଗଲା। ଏକ ମାସ ପୁରିବ କଣ ନିଜ ସ୍ତ୍ରୀ ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହେବା ଅପୂର୍ବ ଖୁସୀ ଭିତରେ ମୁମୁର୍ଷୁ ଅବସ୍ଥା ରେ ଥିବା ସ୍ତ୍ରୀଙ୍କୁ ମେଡିକାଲ ବେଡ଼ରେ ଛାଡି ସ୍ୱାମୀ ଯବାନ ଫେରିଗଲେ ଦେଶ ସୁରକ୍ଷା ପାଇଁ। ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଆଶାନ୍ତିର ବାତାବରଣ ଭିତରେ ଶାନ୍ତିର ବାର୍ତ୍ତା ଧରି ଯବାନ ରଣକ୍ଷେତ୍ର ରେ ପ୍ରସ୍ତୁତ ହେବାକୁ ଚଢିଲେ ଟ୍ରେନ। ଏଭଳି ଏକ ହୃଦୟ ବିଦାରକ ବାସ୍ତବତାର ଚିତ୍ର ସାମ୍ନା କୁ ଆସୁଥିବା ବେଳେ ପ୍ରସୂତି ମା ଙ୍କୁ ମିଳୁନି ଭୀମସାର ପରି ହସ୍ପିଟାଲରେ ଓ ପଜିଟିଭ ଭଳି ସାଧାରଣ ରକ୍ତ। ଏହା ଜାଣି ଯବାନ ସ୍ତ୍ରୀ ଙ୍କୁ ରକ୍ତ ଦେବାକୁ ଧାଇଁ ଆସିଛନ୍ତି ଜଣଙ୍କ ପରେ ସ୍ବେଛାସେବୀ। ଏଭଳି ଏକ ମହନୀୟ ସେବା ବିଷରେ ଯବାନ ଜାଣୁଥିଲେ ମନ ଭିତରେ କାନ୍ଦୁଛନ୍ତି କୁହୁରି କୁହୁରି। ତେବେ ବି ଦେଶ ମାତୃକାର ସୁରକ୍ଷା ଭିତରେ ଜନନୀ ସେବାରେ ଜନ ସାଧାରଣଙ୍କ ତ୍ୟାଗ ଓ ମାନବୀୟତା କୁ ସେ ମୁଣ୍ଡ ପାତି ସମ୍ମାନ ଜଣାଇଛନ୍ତି।
ଭାରତ ପାକିସ୍ତାନ ମଧ୍ୟରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ ଜଣେ ଯବାନ ଙ୍କୁ ଡାକରା ଆସିବା ପରେ ଏଭଳି ଅଭାବନୀୟ ଘଟଣାର ଚିତ୍ର ଲୋକ ଲୋଚନ କୁ ଆସିଛି। ଝାରସୁଗୁଡା ଜିଲ୍ଲା ଲଖନପୁର ଟେଙ୍କନାମାଳ ଗ୍ରାମର ଯବାନ ଦେବରାଜ ଗଣ୍ଡ ଙ୍କ ଜୀବନରେ ଦେଖା ଦେଇଛି ଏଭଳି ଜୀବନ ଯନ୍ତ୍ରଣା। ସ୍ତ୍ରୀ ଲିପି ଗଣ୍ଡ ଭର୍ତି ହୋଇଥିଲେ ପ୍ରସବ ପାଇଁ। କିନ୍ତୁ ଏକ କନ୍ୟା ସନ୍ତାନ ପ୍ରସବ ପରେ ରକ୍ତ ହୀନତା ଓ ଫୁସ ଫୁସ ଜନିତ ସଂକ୍ରମଣ ରେ ଆକ୍ରାନ୍ତ ହେଲେ ଲିପି।ବର୍ତ୍ତମାନ ସେ ବୁର୍ଲା ଭୀମସାର ଆଇସିୟୁରେ ଭର୍ତି ହୋଇ ଜୀବନ ପାଇଁ ସଂଗ୍ରାମ ଚଳାଇଛନ୍ତି। ସେପଟେ ଯବାନ ସ୍ୱାମୀ ଦେବରାଜ ସୀମାନ୍ତରୁ ଜରୁରୀ କାଳୀନ ଡାକରା ପାଇ ଦେଶର ସୀମା ଆଭିମୁଖେ ଦେଶସେବା ପାଇଁ ଯାତ୍ରା କରିଛନ୍ତି। ଦେଶସେବା ଓ କର୍ତ୍ତବ୍ୟ ଆଗରେ ପରିବାର ଯେମିତି ତୁଚ୍ଛ ହୋଇପଡିଛି ତାହାର ଜ୍ୱଳନ୍ତ ଉଦାହରଣ ସାଜିଛି ଏହି ବାସ୍ତବ ଘଟଣା। ଗତ ୧୪ ଦିନ ଧରି ନବଜାତ ଶିଶୁ ବାପା ମାଙ୍କ ସେବା ଶୁଶ୍ରୁଷାରୁ ବଞ୍ଚିତ ଓ ଜୀବନ ସଂଘର୍ଷ ରେ ଲଢେଇ କରୁଥିବା ଏହି ପରିବାର ର ଯତ୍ନ କିମ୍ବା ଏଥିରେ ବଳି ପଡିନି। ଭୀମସାର ଅଧିକ୍ଷକ ପ୍ରଫେସର ଡାକ୍ତର ଲାଲ ମୋହନ ନାଏକ ଏବଂ ବିଶେଷଜ୍ଞ ଦଳ ଲିପି ଓ ତାଙ୍କ ନବଜାତ ଶିଶୁ କନ୍ୟା ର ଚିକିତ୍ସାକରୁଥିବା ବେଳେ ପ୍ରସୂତି ମାଙ୍କୁ ରକ୍ତ ଦେବା ପାଇଁ ଧାଇଁ ଆସିଛନ୍ତି ଅନେକ ସ୍ବେଛାସେବୀ।
ଦେଶ ମାତୃକାର ସୁରକ୍ଷାରେ ନିୟୋଜିତ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଜଣେ ଯବାନଙ୍କ ସ୍ତ୍ରୀଙ୍କୁ ଆବଶ୍ୟକ ରକ୍ତ ମିଳି ପାରିଲାନି। ଡାକ୍ତରଙ୍କ ପରାମର୍ଶକ୍ରମେ ପ୍ରସୂତିଙ୍କୁ ଶନିବାର ‘ଓ’ ପଜିଟିଭ୍‌ ବର୍ଗର ରକ୍ତ ଆବଶ୍ୟକ ହୋଇଥିଲା। ମାତ୍ର ଭିମ୍‌ସାର ରକ୍ତଭଣ୍ଡାରରେ ଉକ୍ତ ବର୍ଗର ରକ୍ତ ନ ଥିଲା। ଫଳରେ ରକ୍ତ ଯୋଗାଡ଼ ପାଇଁ ତାଙ୍କ ପରିବାରକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ପରେ ଏ ସମ୍ପର୍କରେ ଖବରପାଇ ସମ୍ବଲପୁରର କେତେଜଣ ସାମାଜିକ କର୍ମୀ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଆଗେଇ ଆସିଥିଲେ। ଗୁଣମଣି ବିଶ୍ୱାଳଙ୍କ ଉଦ୍ୟମକ୍ରମେ ରବିବାର ଲକ୍ଷ୍ମୀ ପ୍ରସାଦ ମହାପାତ୍ର, ବୁଲୁ ନାୟକ, ଡାକ୍ତର ଓରାମ, କ୍ଷୀରୋଦ ନାୟକ ପ୍ରାଥମିକସ୍ତରରେ ତାଙ୍କ ପାଇଁ ଆବଶ୍ୟକ ‘ଓ’ ପଜିଟିଭ୍‌’ ବର୍ଗର ୪ ୟୁନିଟ୍‌ ରକ୍ତ ଦାନ କରିଛନ୍ତି। ରବିବାର ପ୍ରସୂତିଙ୍କୁ ଗୋଟିଏ ୟୁନିଟ୍‌ ରକ୍ତ ଦିଆଯାଇ ଅବଶିଷ୍ଟ ରକ୍ତକୁ ପର୍ଯ୍ୟାୟକ୍ରମେ ପ୍ରଦାନ କରିବାକୁ ଭିମସାର ରକ୍ତଭଣ୍ଡାରରେ ରଖାଯାଇଛି। ଆବଶ୍ୟକ ହେଲେ ଆଗକୁ ଆହୁରି ରକ୍ତ ଯୋଗାଇଦେବାକୁ ସାମାଜିକ କର୍ମୀମାନେ ଯବାନଙ୍କ ପରିବାରକୁ ପ୍ରତିଶ୍ରୁତି ଦେଇଛନ୍ତି।
ସୂଚନାନୁଯାୟୀ, ଭାରତୀୟ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ କାର୍ଯ୍ୟରତ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଧୀନ ଟେଙ୍ଗନାମାଲ ଗ୍ରାମର ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଗତ ଏପ୍ରିଲ୍‌ ୨୮ ତାରିଖରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ଜରିଆରେ ଶିଶୁକନ୍ୟା ଜନ୍ମ ପରେ ସେ ସଂଜ୍ଞାହୀନ ହୋଇ ଗୁରୁତର ହୋଇପଡ଼ିଥିଲେ। ତେଣୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ଦେବରାଜ ତାଙ୍କ ସ୍ତ୍ରୀ ଓ ଶିଶୁକନ୍ୟାକୁ ଏପ୍ରିଲ ୨୯ ତାରିଖରେ ଭିମ୍‌ସାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିନାହିଁ। ଜରୁରିକାଳୀନ ପରିସ୍ଥିତିରେ କର୍ମକ୍ଷେତ୍ରରୁ ଡାକରା ପାଇବାରୁ ଦେବରାଜ ଶନିବାର ଅରୁଣାଚଳ ପ୍ରଦେଶ ସୀମାକୁ ପ୍ରସ୍ଥାନ କରିଛନ୍ତି। ଅପରପକ୍ଷରେ ଯବାନଙ୍କ ସ୍ତ୍ରୀଙ୍କ ଅବସ୍ଥା ପୂର୍ବଭଳି ଜଟିଳ ରହିଛି ଓ ସେ ବର୍ତ୍ତମାନ ଚେତାଶୂନ୍ୟ ରହିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଭିମ୍‌ସାର ରକ୍ତଭଣ୍ଡାର ଇନଚାର୍ଜ ଡା. ଅନୁପା ଟପ୍ପୋ କହିଛନ୍ତି, ରକ୍ତ ପାଇଁ ଯବାନଙ୍କ ପରିବାର ପକ୍ଷରୁ କେହି ତାଙ୍କୁ ଯୋଗାଯୋଗ କରି ନ ଥିଲେ। ତେବେ ଭିମ୍‌ସାର ରକ୍ତ ଭଣ୍ଡାରରେ ରକ୍ତର ଅଭାବ ରହିଛି। ‘ଓ’ ପଜିଟିଭ ବର୍ଗର ରକ୍ତ ଆଦୌ ନ ଥିବାବେଳେ ଜରୁରିକାଳୀନ ଆବଶ୍ୟକତା ପାଇଁ ଅନ୍ୟବର୍ଗର ଅଳ୍ପକିଛି ରକ୍ତ ରହିଛି।ତେବେ ରକ୍ତ ପାଇଁ କାହାର ଜୀବନ ନଯାଉ। ଏଭଳି ବ୍ରତ ରଖି ସମ୍ବଲପୁର, ବରଗଡ଼ ଜିଲ୍ଲାରେ ରକ୍ତ ଦାତାଙ୍କ ଅଭାବ ନାହିଁ।ଏଭଳି ଏକ ଜରୁରୀ ପରିସ୍ଥିତି ସମୟରେ ଯବାନ ଓ ଯବାନଙ୍କ ପରିବାର ପ୍ରତି ପ୍ରତିଟି ହୃଦୟ ସେବା ଓ ତ୍ୟାଗର ଉତ୍ସର୍ଗୀକୃତ ଚିନ୍ତାଧାରା ଉନ୍ୱେଷ ହେବାର ଅସଲ ଦେଶ ଭକ୍ତି ବୋଲି ସମ୍ବଲପୁର ସାଂସଦ ତଥା କେନ୍ଦ୍ର ଶିକ୍ଷା ଓ ଉଦ୍ୟମତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories