‘ଅପରେସନ ସିନ୍ଦୂର’ ଆତଙ୍କବାଦୀଙ୍କ ବିରୋଧରେ ନ୍ୟାୟର ଅଖଣ୍ଡ ପ୍ରତିଜ୍ଞା । ପହଲଗାମ ବର୍ବରତାରେ ସାମିଲ୍ ଥିବା ଆତଙ୍କୀଙ୍କୁ ଖୋଜି ଖୋଜି ମାରିବୁ । ଭାରତ ଓ ପାକିସ୍ତାନ ଉତ୍ତେଜନା ଭିତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ପ୍ରଥମେ ଭାରତର ପରାକ୍ରମୀ ସେନାର ବୀରତା, ସାହସକୁ ସ୍ୟାଲୁଟ୍ କରିଛନ୍ତି । ଗୁଇନ୍ଦା ଏଜେନ୍ସି ଓ ବୈଜ୍ଞାନିକଙ୍କୁ ମଧ୍ୟ ପ୍ରଶଂସା କରିଛନ୍ତି । ଯବାନଙ୍କ ପରାକ୍ରମକୁ ଦେଶର ମାତାଙ୍କ ପାଇଁ ସମର୍ପିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
୨୨ ଏପ୍ରିଲରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ ବର୍ବରକାଣ୍ଡ ଘଟଣାଇଥିଲେ । ଛୁଟି କାରିବାକୁ ଯାଇଥିବା ନିର୍ଦ୍ଦୋଷ ପର୍ଯ୍ୟଟକଙ୍କୁ ପରିବାର ସାମ୍ନାରେ ଧର୍ମ ପଚାରି ହତ୍ୟା କରିଥିଲେ । ଏହା ସବୁଠୁ ବୀଭତ୍ସ ଓ କ୍ରୁର ଥିଲା । ଯାହାଫଳରେ ଆତଙ୍କୀଙ୍କ ବିରୋଧରେ ସାରା ଦେଶରେ ଆକ୍ରୋଶ ଦେଖିବାକୁ ମିଳିଥିଲା । ଆତଙ୍କବାଦର ମୂଳୋତ୍ପାଟନ ପାଇଁ ସ୍ବର ଉଠିଥିଲା । ସରକାରଙ୍କଠାରୁ ବିରୋଧୀ ଓ ଦେଶବାସୀ ଏକ ହୋଇ ଆତଙ୍କବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ । ମା’, ଭଉଣୀଙ୍କ ମଥାରୁ ଯେଉଁ ସିନ୍ଦୂର ଲିଭି ଥିଲା ତା’ର ପ୍ରତିଶୋଧ ପାଇଁ ସ୍ବର ଉଠିଥିଲା ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।