Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶୀତଳ ଷଷ୍ଠୀ ପାଇଁ ରାଜ୍ୟ ସରକାର ଦେଲେ ୧ କୋଟି ୮ ଲକ୍ଷ

ସମ୍ବଲପୁର: ଦେବାଧିଦେବ ମହାଦେବ ଓ ଜଗତ ଜନନୀ ମାତା ପାର୍ବତୀ ଙ୍କର ଅଲୌକିତ ବିବାହୋତ୍ସଵ “ଶୀତଳ ଷଷ୍ଠୀ” ଯାତ୍ରା ଓଡ଼ିଆ ସଂସ୍କୃତି, ପରମ୍ପରାର ଅନନ୍ୟ ବିଭବ । ଏହାର ପ୍ରଚାର, ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧ କୋଟି ୮ ଲକ୍ଷ ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି । ଏହି ଆର୍ଥିକ ଅନୁଦାନ ସମ୍ବଲପୁରର ବିଭିନ୍ନ ଶୀତଳ ଷଷ୍ଠୀ ଯାତ୍ରା କମିଟି ଏବଂ ଅନୁଷ୍ଠାନମାନଙ୍କୁ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି। ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ଙ୍କ ସୁଚନା ମୁତାବକ ସମ୍ବଲପୁର ସହର ଓ ଏହାର ଉପକଣ୍ଠ ରେ ହେଉଥିବା ୨୧ ଗୋଟି ଶିବ ପାର୍ବତୀ ବିବାହୋତ୍ସଵ ଶୀତଳ ଷଷ୍ଠୀ କମିଟି ଓ ଆୟୋଜକ ଙ୍କୁ ମିଳିବ ଏହି ୧ କୋଟି ୮ ଲକ୍ଷ ଟଙ୍କା ର ଆର୍ଥିକ ଅନୁଦାନ ।ତେବେ ସମ୍ବଲପୁର ପ୍ରସିଦ୍ଧ ଶୀତଳ ଷଷ୍ଠି ଯାତ୍ରାର ସର୍ବ ପୁରାତନ ମୋଦିପଡା, ଝାଡୁଆପଡା ଓ ନନ୍ଦପଡା କମିଟିକୁ ୧୫ ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଥିବା ବେଳେ ଅନ୍ୟ ସବୁ କମିଟିକୁ ଗୁରୁତ୍ୱ ଦେଖି ୧୦ ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ରାଶି ଦିଆଯାଇଛି।ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଙ୍କୁ ଏନେଇ ଧନ୍ୟବାଦ ଅର୍ପଣ କରି ଛନ୍ତି ପୂର୍ବତନ ମନ୍ତ୍ରୀ ତଥା ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରୀ ନାଏକ, ସୁଶାନ୍ତ ପୁରୋହିତ, ସମୀର ରଞ୍ଜନ ବାବୁ ପ୍ରମୁଖ। ଅନ୍ୟ ପଟରେ ଶୀତଳ ଷଷ୍ଠି ଅନୁଦାନ ରାଶି ପାଇଁ ରାଜ୍ୟ ସରକାର ଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ ଙ୍କ ଅବଦାନକୁ ମଧ୍ୟ ବିଭିନ୍ନ ମହଲରେ ସ୍ୱାଗତ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ