Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୀମ ଭୋଇ ଥିଲେ ମହିମାଧର୍ମର ଆଦି ପ୍ରବକ୍ତା, ମାନବବାଦୀ କବି ଓ ସମାଜ ସଂସ୍କାରକ

ରେଢ଼ାଖୋଲ: ଭୀମ ଭୋଇ ମହିମାଧର୍ମର ଆଦି ପ୍ରବକ୍ତା, ମାନବବାଦୀ କବି ଓ ସମାଜ ସଂସ୍କାରକ ଥିଲେ। ତ​ାଙ୍କ ରଚନା ଥିଲା ସାମାଜିକ ଅସମାନତା ଓ ଅନ୍ୟାୟ ବିରୋଧରେ ଏକ ଶକ୍ତିଶାଳୀ ପ୍ରତିବାଦ। ତାଙ୍କର ଭାଷା ଥିଲା ସରଳ, ସାବଳୀଳ ଓ ଲୋକମୁଖୀ, ଯହା ସାଧାରଣ ଜନତାଙ୍କୁ ଆକୃଷ୍ଟ କରୁଥିଲା ବୋଲି ରେଢ଼ାଖୋଲ ଭୀମ ଭୋଇ ଏକାଡେମୀ ପକ୍ଷରୁ ଆୟୋଜିତ ସନ୍ଥକବି ଭୀମ ଭୋଇ ଜୟନ୍ତୀ ଉତ୍ସବରେ ଅତିଥିଗଣ ମତବ୍ୟକ୍ତ କରିଛନ୍ତି।
ପ୍ରାଧ୍ୟାପକ ଅଖିଳ ବିଶ୍ବାଳଙ୍କ ସଭାପତିତ୍ବରେ କନ୍ଧରା ସ୍ମୃତିପୀଠରେ ଅନୁଷ୍ଠିତ ସଭାକୁ ବ୍ରହ୍ମଅବଧୂତ ବାବା ଆନନ୍ଦ ଚନ୍ଦ୍ର ଦାସ ଉଦ୍‌ଘାଟନ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ମୁରଲୀଧର ସେଠୀ ପ୍ରାରମ୍ଭିକ ଭାଷଣ ଦେଇଥିଲେ। ଏହି ସଭାରେ ସାହିତ୍ୟିକ ସରୋଜ ମହାନ୍ତି ମୁଖ୍ୟ ଅତିଥି, ସୋନପୁର କଲେଜ ଓଡ଼ିଆ ବିଭାଗର ବରିଷ୍ଠ ଅଧ୍ୟାପକ ଡ. ସୌରଭ ରଞ୍ଜନ ଖମାରୀ ମୁଖ୍ୟବକ୍ତା, ଗବେଷକ ସୁଦାମ ନାଏକ ସମ୍ମାନିତ ବକ୍ତା ଓ କନ୍ଧରା ଉନ୍ନୟନ କମିଟି ସଭାପତି ଚକ୍ରଧର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ରାହାସ ଚନ୍ଦ୍ର ନାଏକ ଭୀମ ଭୋଇ ଭଜନ ଗାନ କରିଥିଲେ। ଶିକ୍ଷକ ଅନୀଲ ମେହେର ସ୍ବାଗତ ଭାଷଣ ଦେଇଥିବା ବେଳେ ଉପଦେଷ୍ଟା ମହାବୀର ସିଂଦେଓ ଧନ୍ୟବାଦ ଦେଇଥିଲେ। ହିମାଂଶୁ ଶେଖର ପ୍ରଧାନ, ଚନ୍ଦ୍ରହାସ ପ୍ରଧାନ, ଭୀମ ଭୋଇ ଆୟୋଜକ କମିଟି ସଂପାଦକ ଧ୍ରୁବଚରଣ ଦାସଙ୍କ ସହ କନ୍ଧରା ଭୀମ ଭୋଇ ଯୁବକ ସଂଘର ସଦସ୍ୟମାନେ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ