Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଚାନକ ଶସ୍ତା ହେଲା ସୁନା

ସୁନା ଦର ସୋମବାର ହ୍ରାସ ହୋଇଛି। ସୁନା ଓ ରୂପା ଦର ଶସ୍ତା ହେବା ଗ୍ରାହକଙ୍କ ଲାଗି ଖୁସି ଖବର ହୋଇପାରେ, ହେଲେ ସୁନା ଦର ଅଚାନକ କାହିଁକି ହ୍ରାସ ହେଉଛି ଓ ଆଗକୁ କେତେ ଶସ୍ତା ହେବ ତାହା ଏବେ ପ୍ରଶ୍ନବାଚୀ ପାଲଟିଛି। ଗୋଟିଏ ପଟେ ସୁନା ଦର ହ୍ରାସ ହେଉଥିବା ବେଳେ ଆଉ ଗୋଟିଏ ପଟେ ସେୟାର ବଜାରରେ କାରବାର ବଢିଛି।

ସୋମବାର ସେନସେକ୍ସ ୨,୯୭୫.୪୩ ପଏଣ୍ଟ ବଢି ୮୨,୪୨୯.୯୦ରେ ବନ୍ଦ ହୋଇଛି।

ଭାରତ-ପାକିସ୍ତାନ ମଧ୍ୟରେ ସିଜଫାୟାର ଓ ଆମେରିକା-ଚୀନ ମଧ୍ୟରେ ଟାରିଫ ବୁଝାମଣା ଘୋଷଣା ବଜାରର ମୁଡ ବଦଳାଇ ଦେଇଛି। ଏଣୁ ସେୟାର ବଜାରରେ ଆଜି ବ୍ୟାପକ କ୍ରୟ ଦେଖାଯାଇଛି। ଅନ୍ୟପଟେ ଅପରାହ୍ନ ୫ଟା ବେଳେ ବଜାରରେ ସୁନା ଦର ଅଚାନକ ହ୍ରାସ ହୋଇଛି। ୨୪ କ୍ୟାରେଟ ସୁନା ୧୦ ଗ୍ରାମ ପିଛା ଦର ହ୍ରାସ ହୋଇ ୯୩,୦୦୦ ଟଙ୍କାକୁ ପହଞ୍ଚି ଯାଇଛି। ଇଣ୍ଡିଆନ ବୁଲିୟନ ଆଣ୍ଡ ଜ୍ୱେଲର୍ସ ଆସୋସିଏସନ (ଆଇବିଜେଏ) ଅନୁସାରେ ଗତ ଶୁକ୍ରବାର ୨୪ କ୍ୟାରେଟ ସୁନା ପ୍ରତି ୧୦ଗ୍ରାମ ଦର ୯୬,୪୦୦ ଟଙ୍କା ଥିଲା, ଏହା ଏବେ ୯୩ ହଜାର ହୋଇଯାଇଛି। ଅର୍ଥାତ ସୋମବାର ଗୋଟିଏ ଦିନରେ ସୁନା ୧୦ ଗ୍ରାମ ପିଛା ଦର ୩,୪୦୦ଟଙ୍କା ଶସ୍ତା ହୋଇଛି।

ତେବେ ସୁନା ଦର ହ୍ରାସ କେବଳ ଭାରତରେ ହୋଇ ନାହିଁ ବୈଶ୍ୱିକ ବଜାରରେ ମଧ୍ୟ ସୁନା ଦରରେ ତୀବ୍ର ହ୍ରାସ ହୋଇଛି। କମେକ୍ସରେ ସୁନା ପ୍ରତି ଆଉନ୍ସ ୧.୧୩% ହ୍ରାସ ହୋଇ ୨,୫୫୭.୪୦ ଡଲାରକୁ ପହଞ୍ଚି ଯାଇଛି, ଯାହା ଗତ ୨ ମାସର ସର୍ବନିମ୍ନ ସ୍ତର ବୋଲି ଏବେ କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟାରିଫକୁ ନେଇ ଗତ ମାସରେ ଅନେକ ଘୋଷଣା କରିଥିଲେ। ଏଣୁ ବୈଶ୍ୱିକ ଉତ୍ତେଜନା ବଢି ଯାଇଥିଲା। ହେଲେ ଏବେ ଟାରିଫକୁ ନେଇ ଆମେରିକା ମନବୃତ୍ତିରେ ପରିବର୍ତ୍ତନ ଆସିଛି। ଖାସ କରି ଆମେରିକା ଓ ଚୀନ ମଧ୍ୟରେ ଟାରିଫକୁ ନେଇ ସହମତି ହେବା ସୁନାର ଏପରି ଦର ହ୍ରାସ କରିଛି।

ଏହା ଛଡା ଚୀନ୍ ଭଳି ବଡ଼ ଉପଭୋକ୍ତା ଦେଶରେ ଏବେ ଛୁଟି ଚାଲିଛି। ଏଣୁ ସୁନା ଚାହିଦାରେ ହ୍ରାସ ଦେଖାଯାଇଛି। ଏଥିରେ ଭାରତ କଥା କହିଲେ ପାକିସ୍ତାନ ସହ ଚାଲିଥିବା ବିବାଦ ମଧ୍ୟ ପ୍ରସମିତ ହୋଇଛି। ଏଥିରେ ସୁନା ଦର ହ୍ରାସ ହେବା ସ୍ୱଭାବିକ। ଭାରତରେ ଏବେ ବିବାହ ଋତୁ, ହେଲେ ଏବେ ମୂଲ୍ୟ ହ୍ରାସ ହେଉଥିବାରୁ ଲୋକେ କିଣାକିଣି ଟାଳୁଛନ୍ତି। ଏଣୁ ଚାହିଦା ଉପରେ ପ୍ରଭାବ ପଡୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ