Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସିନ୍ଦୂର ପୋଛିଲା ସିନ୍ଦୂର: ୧୫ ଦିନର ଶିଶୁ କନ୍ୟାକୁ ଛାଡି ମା ଚାଲିଗଲେ ଆରପାରି, ସୀମାରୁ ଫେରିଲେ ସ୍ୱାମୀ ହେବ ଅନ୍ତିମ ସଂସ୍କାର

ସମ୍ବଲପୁର:ଏପଟେ ଜୀବନ ଯନ୍ତ୍ରଣା, ସେପଟେ ଦେଶ ଭକ୍ତି,ମଝି ଦରିଆରେ ଯବାନ।ଯବାନ ସ୍ତ୍ରୀ ଙ୍କୁ ମିଳିଲାନି ରକ୍ତ, ଧାଇଁ ଆସିଲେ ସ୍ବେଛାସେବୀ ଶୀର୍ଷକ ସମ୍ବାଦ ର ଅନ୍ତ ଘଟି ବଦଳିଛି ଶିରୋନାମା।ସିନ୍ଦୂର ଅପରେସନ ପୋଛିଲା ଯବାନ ସ୍ତ୍ରୀ ଙ୍କ ସିନ୍ଦୂର।୧୫ ଦିନର ଶିଶୁ କନ୍ୟାକୁ ଛାଡି ମା ଚାଲିଗଲେ ଆରପାରି, ଖବର ପାଇ ସୀମାରୁ ଫେରୁଛନ୍ତି ବାପା। ଏଭଳି ଦୁଃସମ୍ବାଦ ଖବର ଏବେ ଦୋହଲାଇ ଦେଇଛି ସମାଜକୁ। ଦେଶଭକ୍ତି ର ଦାୟିତ୍ୱ ପ୍ରତି ସମ୍ମାନ ଜଣାଇ ପ୍ରସୂତି ସ୍ତ୍ରୀ କୁ ମେଡିକାଲରେ ଛାଡି ସିନ୍ଦୂର ଅପରେସନ ଯାଇ ଯବାନ ସ୍ୱାମୀ କିନ୍ତୁ ରଖିପାରିଲେନି ନିଜ ସିନ୍ଦୂର।ସିନ୍ଦୂର ପୋଛିଲା ସିନ୍ଦୂର।
ମନ ଖୋଜୁଥିଲା ପରିବାର। ପରିବାର ନିକଟରେ ପହଞ୍ଚି ଗର୍ଭବତୀ ସ୍ତ୍ରୀଙ୍କ ସେବା ଶୁଶ୍ରୁଷା କରିବା କୁ ଯବାନ ହୋଇଥିଲେ ଘରମୁହାଁ। କିନ୍ତୁ ଠିକ କାମ ବେଳକୁ ଦାୟିତ୍ୱ ଡାକିଲା ଦେଶ ସୁରକ୍ଷା ପାଇଁ।
ନିଜ ଗର୍ଭବତୀ ସ୍ତ୍ରୀ ଙ୍କ ପ୍ରସବ ସେବା ଓ ବାପା ମା ହେବାର ଅସୁମାରୀ ସ୍ୱପ୍ନ ଧରି ଏପ୍ରିଲ ୧୮ ରେ ଏକ ମାସର ଛୁଟି ନେଇ ଆସିଥିବା ଯବାନ ଙ୍କ ସ୍ୱପ୍ନ କିନ୍ତୁ ଅଧୁରା ରହିଗଲା। ମାସେ ଘରେ ରହିବେ କଣ ଅଧାରୁ ଫେରିବାକୁ ପଡିଲା ତାଙ୍କୁ। ହେଲେ ସିନ୍ଦୂର ଅପରେସନ ରେ ନାଁ ନେଇପାରିଲେ ଭାଗ ନାଁ ସ୍ତ୍ରୀର ରଖି ପାରିଲେ ସିନ୍ଦୁର।ନିଜ ସ୍ତ୍ରୀ ଙ୍କ ଏକ କନ୍ୟା ସନ୍ତାନ ଜନ୍ମ ହେବା ଅପୂର୍ବ ଖୁସୀ ଭିତରେ ମୁମୁର୍ଷୁ ଅବସ୍ଥା ରେ ଥିବା ସ୍ତ୍ରୀଙ୍କୁ ମେଡିକାଲ ବେଡ଼ରେ ଛାଡି ସ୍ୱାମୀ ଯବାନ ଫେରିଗଲେ ଦେଶ ସୁରକ୍ଷା ପାଇଁ। ଆଉ ଆଜି ଫେରୁଛନ୍ତି ସ୍ତ୍ରୀ ଙ୍କ ଅନ୍ତିମ ସଂସ୍କାର ପାଇଁ।ତେବେ ବି ଦେଶ ମାତୃକାର ସୁରକ୍ଷା ଭିତରେ ଜନନୀ ସେବାର ଅସଲ ମୁଖା ଖୋଲି ଦେଇଛି ଏହି ଘଟଣା।
ଝାରସୁଗୁଡା ଜିଲ୍ଲା ଲଖନପୁର ଟେଙ୍କନାମାଳ ଗ୍ରାମର ଯବାନ ଦେବରାଜ ଗଣ୍ଡ ଙ୍କ ପରିବାରରେ ଦେଖା ଦେଇଛି କୋହ ଭରା ଜୀବନ ଯନ୍ତ୍ରଣା। ସ୍ତ୍ରୀ ଲିପି ଗଣ୍ଡ ଙ୍କ ଗତ କାଲି ରାତିରେ ବୁର୍ଲା ଭୀମସାର ରେ ଚିକିତ୍ସା ଧୀନ ଅବସ୍ଥାରେ ରାତି ୧୦ଟା ରେ ମୃତ୍ୟୁ ଘଟିଛି। କିନ୍ତୁ ଏକ କନ୍ୟା ସନ୍ତାନ ପ୍ରସବ ପରେ ରକ୍ତ ହୀନତା ଓ ଫୁସ ଫୁସ ଜନିତ ସଂକ୍ରମଣ ରେ ଆକ୍ରାନ୍ତ ଥିଲେ ଲିପି।ଦେଶସେବା ଓ କର୍ତ୍ତବ୍ୟ ଆଗରେ ପରିବାର ଯେମିତି ତୁଚ୍ଛ ହୋଇପଡିଛି ତାହାର ଜ୍ୱଳନ୍ତ ଉଦାହରଣ ସାଜିଛି ଏହି ବାସ୍ତବ ଘଟଣା।
ସୂଚନାନୁଯାୟୀ, ଭାରତୀୟ ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରେ କାର୍ଯ୍ୟରତ ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ଅଧୀନ ଟେଙ୍ଗନାମାଲ ଗ୍ରାମର ଯବାନ ଦେବରାଜ ଗଣ୍ଡଙ୍କ ସ୍ତ୍ରୀ ଗତ ଏପ୍ରିଲ୍‌ ୨୮ ତାରିଖରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ କନ୍ୟାସନ୍ତାନ ଜନ୍ମ ଦେଇଥିଲେ। ଅସ୍ତ୍ରୋପଚାର ଜରିଆରେ ଶିଶୁକନ୍ୟା ଜନ୍ମ ପରେ ସେ ସଂଜ୍ଞାହୀନ ହୋଇ ଗୁରୁତର ହୋଇପଡ଼ିଥିଲେ। ତେଣୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ପରାମର୍ଶକ୍ରମେ ଦେବରାଜ ତାଙ୍କ ସ୍ତ୍ରୀ ଓ ଶିଶୁକନ୍ୟାକୁ ଏପ୍ରିଲ ୨୯ ତାରିଖରେ ଭିମ୍‌ସାର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥାରେ କୌଣସି ସୁଧାର ଆସିଲା ନାହିଁକି ତାଙ୍କୁ ଚିକିତ୍ସା ପାଇଁ ଅନ୍ୟତ୍ର ପରାମର୍ଶ ବି ଦିଆଯାଇନଥିଲା। ଫଳରେ ଗତ କାଲି ରାତି ନିଜର ୧୫ ଦିନର ଶିଶୁ କନ୍ୟାଙ୍କୁ ଛାଡି ଯବାନ ସ୍ୱାମୀ ଙ୍କୁ ଝୁରି ଝୁରି ସେ ଆର ପାରିକୁ ଚାଲିଗଲେ। ଆଜି ତାଙ୍କ ଗାଁରେ ଲିପିଙ୍କ ମର ଶରୀର ପହଞ୍ଚିବା ପରେ ଆରମ୍ଭ ହୋଇଯାଇଥିଲା କାନ୍ଦ ବୋବାଳି। ଶୋକାକୁଳ ପରିବେଶରେ ଗାଁ ପାଲଟି ଯାଇଛି ନୀରବ ନିଶ୍ଚଳ। ଆଜି ପ୍ରାୟ ସନ୍ଧ୍ୟା ୫ ବେଳକୁ ଯବାନ ଅରୁଣାଚଳ ସୀମାରୁ ଫେରି ନିଜ ଭିଟା ମାଟିରେ ପହଞ୍ଚିବେ।
ଏଭଳି ଏକ ଜରୁରୀ ପରିସ୍ଥିତି ସମୟରେ ଯବାନ ଓ ଯବାନଙ୍କ ପରିବାର ପ୍ରତି ଆରମ୍ଭ ରୁ ହିଁ ଅବହେଳା କରାଯାଇଥିବା ପ୍ରତିୟମାନ ହେଉଛି। ଓ ପଜିଟିଭ ଭଳି ବହୁଳ ମାତ୍ରାରେ ମିଳୁଥିବା ରକ୍ତ ଦେବାରେ ରକ୍ତ ଭଣ୍ଡାର ର ଅବହେଳା ସୀମା ପାରି ହୋଇଛି। ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସ୍ବେଚ୍ଛାସେବୀଙ୍କ ରକ୍ତ ଦାନ ପରେ ଜଣେ ପ୍ରସୂତି ମହିଳା ଙ୍କୁ ରକ୍ତ ମିଳିବା ଭଳି ଘଟଣା ବୁର୍ଲା ମେଡିକାଲ ର ଚରମ ଅବହେଳା ଓ ଦାୟିତ୍ୱ ହୀନତା ର ଏହା ଏକ ନଗ୍ନ ନମୁନା ବୋଲି ସମାଜର ସବୁ ବର୍ଗରେ ଚର୍ଚ୍ଚା ହେଉଛି। ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମାଗଣାରେ ଓ ସରଳିକରଣ ଭାବେ ରକ୍ତ ଦେବା ଭଳି ନିୟମ ଥିବା ବେଳେ ରକ୍ତ ଦେବା ପାଇଁ ବିଭାଗୀୟ ଅବହେଳା କୁ ଏକ ଅକ୍ଷମନୀୟ ଅପରାଧ ଭାବେ ଗ୍ରହଣ କରାଯାଇ ଏହାର ତଦନ୍ତ କରାଯିବାକୁ ବିଭିନ୍ନ ମହଲରେ ଦାବି ହେଉଛି।ଅନ୍ୟ ପକ୍ଷରେ ଲିପିଙ୍କ ମୃତ୍ୟୁ ଚିକିତ୍ସା ଜନିତ ଅବହେଳାର କାରଣ ଯୋଗୁଁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି।ନିଜ ଭାଇ ବୋହୂଙ୍କ ମୃତ୍ୟୁର କାରଣ ଚିକିତ୍ସାରେ ଅବହେଳା ବୋଲି ଧର୍ମରାଜ ଗଣ୍ଡ ଅଭିଯୋଗ ଆଣି ଏହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ