Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଣ୍ଡାମାନ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ୱୀପପୁଞ୍ଜ ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଂଶରେ ପ୍ରବେଶ କରିଥିବା ନେଇ ମଙ୍ଗଳବାର ଦିନ ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି।

ପାଣିପାଗ ବିଭାଗର କହିବାନୁଯାୟୀ, ଏହି ସମୟ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗରରେ ପଶ୍ଚିମ ପବନର ବେଗ ବୃଦ୍ଧି ପାଇଛି। ୧.୫ କିଲୋମିଟର ଉଚ୍ଚତାରେ ୨୦ ନଟ୍ (ପ୍ରାୟ ୩୭ କିଲୋମିଟର/ଘଣ୍ଟା)ରୁ ଅଧିକ ବେଗରେ ପବନ ବହିଥିଲା ଏବଂ କିଛି ଅଞ୍ଚଳରେ ୪.୫ କିଲୋମିଟର ପର୍ଯ୍ୟନ୍ତ ବ୍ୟାପିଥିଲା। ଅପରପକ୍ଷରେ ଗତ ଦୁଇ ଦିନ ଧରି ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟମରୁ ପ୍ରବଳ ବର୍ଷା ହେଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ