ସୋନପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ନର୍ସିଂ କର୍ମଚାରୀ ସଂଘ ତରଫରୁ ସ୍ଥାନୀୟ ଜିଲ୍ଲା ସଂସ୍କୃତି ଭବନରେ ଆନ୍ତର୍ଜାତିକ ସେବିକା ଦିବସ ପାଳିତ ହୋଇଯାଇଛି । ଏହି ପାଳନୋତ୍ସବରେ ବିଶିଷ୍ଟ ଅତିଥିଭାବେ ଯୋଗଦେଇ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନାରାୟଣ ନାୟକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡ଼ାକ୍ତର ପ୍ରଦୀପ କୁମାର ଗୁରୁ ସେବିକାମାନେ ଆଶା, ଆଶ୍ୱାସନା ଓ ମମତାର ଜୀବନ୍ତ ପ୍ରତିଭୂ ବୋଲି ନିଜ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ବରିଷ୍ଠ ସେବିକା ପୁଷ୍କାଞ୍ଜଳି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ଅଧିକ୍ଷକ ଡ଼ାକ୍ତର ଦୂର୍ଗାଦତ୍ତ ଦାଶ, ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ାକ୍ତର ସତ୍ୟ ନାରାୟଣ ପାଣିଗ୍ରାହୀ , ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକଡ଼ାକ୍ତର ରାମ ଶଙ୍କର ତ୍ରିପାଠି, ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡ଼ାକ୍ତର ରବୀନ୍ଦ୍ରନାଥ ପଣ୍ଡା , ଡ଼ିଆଇପିଆରଓ ଅଶ୍ୱିନୀ ଭୋଇ , ଉଲୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ, ସରକାରୀ ଏଏନଏମ ତାଲିମ କେନ୍ଦ୍ରର ପ୍ରିନସିପାଲ ସ୍ମିତାଶ୍ରୀ ନାୟକ, ସ୍ୱାସ୍ଥ୍ୟ ପରିଦର୍ଶକ ପ୍ରମୋଦ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉପସ୍ଥିତ ସେବିକା ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ । ପ୍ରଦ୍ୟୁମ୍ନ ସାହୁ ନିଜ ବକ୍ତବ୍ୟରେ ସେବିକାମାନଙ୍କ ପାଇଁ ଏକ ଆମୋଦ କେନ୍ଦ୍ରର ଆବଶ୍ୟକତା ଥିବା ଉଲ୍ଲେଖ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ମଞ୍ଚ ପରିଚାଳନା କରିଥିଲେ ଆବ୍ରାହମ ଦାଶ । ଏହି ଅବସରରେ ନିୟତି ସାହୁ , ନିରୂପମା ମେହେର ଏବଂ ସ୍ମିତାଶୀ ନାୟକଙ୍କୁ ଉତ୍କୃଷ୍ଟ ସେବା ପାଇଁ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ଆୟୋଜନରେ ସଂପାଦକ ଧବଳେଶ୍ବର ମହାକୁର , ପ୍ରିୟବ୍ରତ ଝାଙ୍କର , ଏଲି ଭଞ୍ଜ , ଭାଗ୍ୟବତି ସା, ସିପୁନ କୁମାର ରାଉଲ , ଶ୍ରବଣ କୁମାର ସିଂ, ବିଭୁଦେନ୍ଦ୍ର ପ୍ରତାପ ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲା ନର୍ସିଂ କର୍ମଚାରୀ ସଂଘ ପକ୍ଷରୁ ଆନ୍ତର୍ଜାତିକ ସେବିକା ଦିବସ ପାଳିତ
