Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାମରେ ଲାଗିଲା ନାହିଁ ୧୮ଲକ୍ଷ୍ୟ ଜିନିଷ।

ହାଟଡିହି  ପୂର୍ବରୁ ବିଭିନ୍ନ ସମୟ ରେ ହାଟଡିହି ବ୍ଲକ ରେ ଗୃହ ବିଭାଗ ହେଉ କି ଭତା ବିଭାଗ ଚର୍ଚ୍ଚା ରହିଥିବା ହାଟଡିହି ବ୍ଲକ ପୁଣି ଏବେ ପିଲା ଙ୍କ ଜିମ ଜନ୍ତ୍ରାସ କୁ ନେଇ ସତ ପଦାରେ ପଡ଼ିଛି। ସବୁ ପିଲାଙ୍କୁ ସ୍ମାର୍ଟ ହେବା ପାଇଁ ପ୍ରତି ପଞ୍ଚାୟତକୁ ଆସିଲା ଜିମ୍ ଯନ୍ତ୍ରାସ। ହେଲେ  ଗଲା କୁଆଡେ ଆସିଲା କେତେ ରହିଲା କେତେ ମିଳୁନି ପତା। କୌଣସି ପଞ୍ଚାୟତ ରେ ବି ଖୋଲା ଯାଇନି  ଆସିଥିବା ବାକ୍ସ।। ଏଭଳି ଘଟଣା ଏବେ ଦେଖିବାକୁ ମିଳିଛି ଏବେ ହାଟଡିହି ବ୍ଲକ ର ଛଅ ଗୋଟି ପଞ୍ଚାୟତ ରେ। । ମାତ୍ର  ପ୍ରଥମ ପର୍ଯ୍ୟାୟ ରେ ୬ଗୋଟି ପଞ୍ଚାୟତ ତଥା ରକୁ ୧୮ ଲକ୍ଷ୍ୟ ଟଙ୍କା ବ୍ୟୟ ବରାଦ ଆସିଥିବା ଜିନିଷ ମାତ୍ର ହାତ ଗଣତି ଚାରି ପାଞ୍ଚ ଟି ରହିଥିବା ବେଳେ ଅନ୍ୟ ଜିନିଷ ଗଲା କୁଆଡେ।ସେପଟେ ପିଲା ଯିମ କରିବେ ସୁସ୍ଥ ରହିବେ , କେବଳ ଭାଷଣ ଭାଷଣ  ରେ ହିଁ ରହିଥିବା ବେଳେ କାଗଜ କଲମ ରେ ବିଲ ହୋଇ ସରିଛି। ନା ପିଲା ଙ୍କୁ ମିଳିଛି ଜିମ୍ ସାମଗ୍ରୀ ନା କିଣା ଯାଇଛି ସବୁ ସାମଗ୍ରୀ । ମାତ୍ର ଶସ୍ଥା ଜିନିଷ ପତ୍ର କିଣି ତାହାକୁ ଗୁପ୍ତ କୋଠରୀ ରେ ଫିଙ୍ଗି ଦିଆଯାଇଥିବା ଦେଖିବାକୁ ମିଳିଛି ।  କେଉଁଠି ଚାଉଳ ପ୍ରଦାନ କେନ୍ଦ୍ର ରେ ପ୍ୟାକେଟ ଗୁଡ଼ିକ  ପଡ଼ି ରହିଛି ତ ଆଉ କେଉଁଠି ପଞ୍ଚାୟତଗୃହ ରେ ।   ରମ୍ପାସ ପଞ୍ଚାୟତ ଘର ସଂପୂର୍ଣ୍ଣ ହୋଇ ନଥିବାରୁ ଚାଉଳ ଗୃହ ରେ ପଡିଛି ଜିନିଷ । ଏ ପରି ସମାନ ଅବସ୍ଥା ଏବେ ବ୍ଲକ ର ଅନ୍ୟ ପାଞ୍ଚ ପଂଚାୟତରେ  ଯଥା, ମରେଇଗାଁ, ପନ୍ଦାଡୋ, ସାଳନିଆ ,ଶୋଶୋ ,ବାଲିବରେଇ ପଞ୍ଚାୟତ ରେ ଦେଖିବାକୁ ମିଳିଛି। କେଉଁଠି ରହିଛି ଜିନିଷ ତାହା କେବଳ ରଖିବା ଲୋକହିଁ ଜାଣିଥିବା ବେଳେ ସାଧରଣ ପିଲା ମାନେ ଆଜ୍ଞାତ। ଏଠାରେ ପ୍ରଶ୍ନ ଉଠେ ସାଧାରଣ ଲୋକଙ୍କ ଟିକସ ରେ ଆସିଥିବା ଜୀମ ସାମଗ୍ରୀ ଗଲା କୁଆଡେ।। ଆସିଲା କାହା ପାଇଁ ରହିଲା କେଉଁଠି।  ଲୋକ ଙ୍କ ସରକାର  ଦାୟିତ୍ୱ ନେବା ପରେ ଏହି ବିଷୟରେ ଅଜ୍ଞାତ ରହିଥିବା ଦେଖିବାକୁ ମିଳୁଛି। ଏଥରେ ଯେଉଁମାନେ ସମ୍ପୃକ୍ତି  ସେମାନଙ୍କୁ ଶୀଘ୍ର ବାହାର କରି ସେମାନଙ୍କ ବିରୋଧ ରେ କାର୍ଯ୍ୟାନୁଷ୍ଠନ ନେବାକୁ ଦୁର୍ନୀତି ପଞ୍ଚାୟତ ଯୁବକ ମାନେ ଦାବି କରିଛନ୍ତି। ଏହା ଛଡା ମୁଖ୍ୟ ମନ୍ତ୍ରୀ ଙ୍କ ଜିଲ୍ଲା ରେ ଏପରି କାର୍ଯ୍ୟ ଦ୍ଵାରା ସରକାର କୁ ବଦନାମ୍ କରିବାକୁ ଚେଷ୍ଟା ଚାଲିଛି ବୋଲି ଆଲୋଚନା ଜୋର୍ ଧରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ