Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର :ରବିଧାନ ସଂଗ୍ରହ ଆରମ୍ଭ

ସମ୍ୱଲପୁର:ସମ୍ୱଲପୁର ଜିଲ୍ଲାରେ ଆଜିଠାରୁ ରବିଧାନ ସଂଗ୍ରହ ଆରମ୍ଭ ହୋଇଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ବରେଇପାଲି ମାର୍କେଟ ୟାଡ ଠାରେ ଯୋଗାଣ ବିଭାଗ, ସମବାୟ ବିଭାଗ,ମିଲର୍ସ ଓ ଚାଷୀ ପ୍ରତିନିଧି ମାନଙ୍କୁ ନେଇ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ସର୍ବ ସମ୍ମତିକ୍ରମେ ସମ୍ବଲପୂର ଜିଲ୍ଲାରେ କିପରି ଚାଷୀଙ୍କ ଠାରୁ ରବିଧାନ ସଂଗ୍ରହ କାର୍ଯ୍ୟ ସୁରୁଖୁରୁରେ କରାଯାଇ ପାରିବ ସେନେଇ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା l ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ସୁବୋଦ ହୋତା, ପୁର୍ବତନ ବିଧାୟକ ନାଉରୀ ନାଏକଙ୍କ ସମେତ ବହୁ ଚାଷୀ ଏହି ବୈଠକରେ ଉପସ୍ଥିତ ରହି ଉଦଘାଟନ କରିଥିଲେ। ଅନ୍ୟପକ୍ଷେ କଟନିଛଟ୍‌ନି କରିବେ ନାହିଁ ସେ ନେଇ ଚାଷୀ ମାନେ ଦାବି କରିଥିଲେ। ଜିଲ୍ଲାରେ ଧାନ ସଂଗ୍ରହ ପାଇଁ ମୋଟ ୫୮ ଟି ଧାନ କ୍ରୟ କେନ୍ଦ୍ର ଖୋଲାଯାଇଛି। ଏଥିରେ ୪୬ ଜଣ କଷ୍ଟମ ମିଲର୍ ଭାଗ ନେଇଛନ୍ତି। ଧାନ ବିକିବେ ୧୬ ହଜାର ୪୯୦ ଚାଷୀ ପଞ୍ଜୀକୃତ ହୋଇଛନ୍ତି। ଜିଲ୍ଲା ପ୍ରଶାସନ ସୂଚନା ଅନୁଯାୟୀ ଚଳିତ ରବି ଋତୁରେ ୧୦ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ୩୨ଟି ପ୍ରାଥମିକ କୃଷି ସମବାୟ ସମିତି| ବୃହତ ଅଞ୍ଚଳ ବହୁମୁଖୀ ସମିତି ଅଂଶଗ୍ରହଣ କରିବେ।ଅଂଶଗ୍ରହଣ କରିବେ। ଧାନ ବିକ୍ରି ପାଇଁ ୧୬,୫୦୪ ଜଣ ଚାଷୀ ପଞ୍ଜୀକୃତ ହୋଇଥିବା ବେଳେ ଯାଞ୍ଚ ପରେ ୧୬ ହଜାର ୪୯୦ ଜଣଙ୍କୁ ଧାନ ବିକ୍ରି କରିବା ପାଇଁ ଅନୁମତି ଦିଆଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ