ସମ୍ବଲପୁର: ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଶ୍ରୀ ସୁଧାଂଶୁ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିପର୍ଯ୍ୟୟ ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟଶାଳା ବୁଧବାର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟଶାଳା ରେ ଡେପୁଟି କଲେକ୍ଟର-ଜରୁରୀକାଳୀନ ନୂତନ ସେଠ, ସମସ୍ତ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ, ସମସ୍ତ ବିଡିଓ ଏବଂ ତହସିଲଦାର ପ୍ରମୁଖ ଉପସ୍ଥିତ ରହି ଅତ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁ ମରୁଡି, ଜଳ ସଙ୍କଟ, ପ୍ରାକୃତିକ ବିପର୍ଯ୍ୟୟ ଆଦି ର ସମସ୍ଯା କୁ ଦୂର କରିବାପାଇଁ ପ୍ରସ୍ତୁତ ଯୋଜନା ବିଷୟରେ ଏକ ବ୍ୟାପକ ଆଲୋଚନା କରିଥିଲେ। କର୍ମଶାଳା ରେ ଉନ୍ମୋଚିତ ହୋଇଥିବା ପ୍ରାରମ୍ଭିକ ଚେତାବନୀ ବ୍ୟବସ୍ଥା, ଜଳ ସମ୍ବଳ ମ୍ୟାପିଂ, ଜଳବାୟୁ ଅନୁକୂଳ କୃଷି, କୃଷିରେ ଜଳ-ସଂରକ୍ଷଣ ଉପାୟ ବ୍ୟବହାର, ବର୍ଷା ଜଳ ଅମଳ ଓ ପୁନଃଚକ୍ରଣ ଏବଂ ଆନ୍ତଃବିଭାଗୀୟ ସମନ୍ୱୟ, ଏବଂ ଗୋଷ୍ଠୀଗତ ଯୋଗଦାନକୁ ନେଇ ଏକ ବହୁମୁଖୀ ଆଭିମୁଖ୍ୟକୁ ଗୁରୁତ୍ୱାରୋପ କରିଥିଲେ ।
ମରୁଡି ପରିଚାଳନା ନିମନ୍ତେ ଜିଲ୍ଲା ସ୍ତରୀୟ କାର୍ଯ୍ୟଶାଳା ଅନୁଷ୍ଠିତ
