Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅପରେସନ୍ ସିନ୍ଦୂର ର ସଫଳତାରେ ସମ୍ବଳପୁରରେ ଅନୁଷ୍ଠିତ ହେଲା ପରାକ୍ରମ ଶୋଭାଯାତ୍ରା

ସମ୍ବଲପୁର: ଆତଙ୍କବାଦ ବିରୋଧୀ ଅପରେସନ ସିନ୍ଦୂର’ରେ ଭାରତୀୟ ସେନାର ପରାକ୍ରମ ସମଗ୍ର ଦେଶବାସୀଙ୍କୁ ଗର୍ବିତ କରିଛି। ଭାରତୀୟ ସେନାର ଏହି ଅଗାଢ଼ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ”ଅପରେସନ୍ ସିନ୍ଦୂର’ର ସଫଳତା ପରେ ଏହାର ବୀର ଗାଥାକୁ ଲୋକଲୋଚନରେ ପ୍ରସାର କରିବା ପାଇଁ ଆଜି ସମ୍ବଲପୁରରେ ପରାକ୍ରମ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ଏହି ଅବସରରେ ତିନି ବାହିନୀର ବୀର ଯବାନଙ୍କୁ କୃତଜ୍ଞତା ଭାବ ପ୍ରକାଶ କରି ଜିଲ୍ଲାସ୍ତରରେ ଜିଲ୍ଲା ପ୍ରଶାସନ ତରଫ ରୁ ତ୍ରିରଙ୍ଗା ମୋଟର ସାଇକେଲ ଶୋଭାଯାତ୍ରା ସମ୍ବଲପୁର ଟାଉନ ପରିକ୍ରମା କରିଥିଲା । ରାଜସ୍ବ ବିଭାଗୀୟ ଆୟୁକ୍ତ, ଉତ୍ତରାଞ୍ଚଳ ବିଭାଗ, ସମ୍ବଲପୁର ଶ୍ରୀ ସଚିନ୍ ରାମଚନ୍ଦ୍ର ଜାଧବ(ଭା.ପ୍ର.ସେ),ଆଇଜି ଶ୍ରୀ ହିମାଂଶୁ ଲାଲ(ଭା.ପୋ.ସେ),ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ),ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ(ଭା.ପ୍ର.ସେ), ପତାକା ଦେଖାଇ ଉକ୍ତ ମୋଟର ସାଇକେଲ୍ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ।ଏହି ମୋଟର ସାଇକେଲ୍ ଶୋଭାଯାତ୍ରା ରେ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସରକାରୀ କର୍ମଚାରୀ , ଏନ.ସି.ସି. କ୍ୟାଡେଟ, କ୍ରୀଡାବିତ୍, ପୋଲିସ ବାହିନୀ, ଶିକ୍ଷକ, ଶିକ୍ଷୟତ୍ରୀ, ସାଧାରଣ ଲୋକେ ଏବଂ ସ୍ଵେଛାସେବୀ ସଂଗଠନ ଯୋଗଦାନ କରିଥିଲେ। ବୀର ଯବାନଙ୍କ ସମାନାର୍ଥେ ସମସ୍ତେ ବାଇକ‌ରେ ବସି ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରାଟି ସକାଳ ୮ ଟାରେ ନେଲସନ ମଣ୍ଡେଲା ଛକ ଠାରୁ ବାହାରି ଗୋଲ ବଜାର, ଲକ୍ଷ୍ମୀ ଟକିଜ୍ ଛକ, ମୋଦିପଡ଼ା ଛକ, ଖେତ୍ରରାଜପୁର , ଦେଇ ମା’ ସମଲେଇ ମନ୍ଦିର ନିକଟସ୍ତ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପ୍ରାୟ ୬୦୦ ରୁ ଅଧିକ ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇ ହାତରେ ତ୍ରିରଙ୍ଗା ପତାକା ଧରି ବନ୍ଦେ ମାତରମ୍ ନାରା ଦେଇ ସହର ପରିକ୍ରମା କରିଥିଲେ। ଏହି ଯାତ୍ରାରେ ସାମିଲ ସମସ୍ତେ ସମ୍ମାନପୂର୍ବକ ବିପତ୍ତି ସମୟରେ ଆମ ଦେଶ ଦେଶବାସୀଙ୍କ ମର୍ଯ୍ୟାଦା ଓ ସଂକଳ୍ପ ରକ୍ଷା କରିଥିବା ଦେଶର ସ୍ଥଳ, ଜଳ ଓ ଆକାଶ ବାହିନୀ ର ବୀର ଯବାନଙ୍କୁ ପ୍ରଣାମ ଜଣାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ