Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୮ରୁ ଓଡ଼ିଶାରେ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ୍!

ଭୁବନେଶ୍ବର: ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡିବା ନେଇ ଦ୍ବନ୍ଦ୍ବ ଲାଗି ରହିଛି । ପ୍ରଥମେ ମେ ୧୫ ତାରିଖରେ ପୁରୀରୁ ହାୱଡ଼ାକୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହେବ ବୋଲି ସ୍ଥିର ହୋଇଥିଲା। ପରେ ପୁଣି ତାରିଖ ବଦଳିଛି ।

ପୂର୍ବତଟ ରେଲୱେ ପକ୍ଷରୁ ଜାରି ନୂଆ ସୂଚୀ ଅନୁସାରେ, ମେ ୧୮ ତାରିଖ ଗୁରୁବାର ଦିନ ୧୨ଟାରେ ପୁରୀରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରାଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ତେବେ ପ୍ରଧାନମନ୍ତ୍ରୀ ଭିସି ଜରିଆରେ ଉଦଘାଟନ କରିବେ ନା ପୁରୀ ଆସିବେ ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ ।