ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଠାରେ ଭାରତୀୟ ସେନାଙ୍କ ଧୈର୍ଯ୍ୟ ଓ ପରାକ୍ରମ କୁ ସମ୍ମାନ ଜଣାଇ ତାଙ୍କୁ ଉତ୍ସାହିତ କରିବା ସଙ୍ଗେ ଶକ୍ତି ବୃଦ୍ଧି ପାଇଁ ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା I ଶନିବାର ଅପରାହ୍ଣରେ ସ୍ଥାନୀୟ ହାଟପଦା ରୁ ଏହି ରାଲି ବାହାରି ମୁଖ୍ୟ ରାସ୍ତା ଦେଇ ବ୍ଲକ ଛକ, ତହସିଲ, ଗଣ୍ଡା ବାହାଲ ଛକ ଦେଇ ପେଟ୍ରୋଲ ଟାଙ୍କି ପାଖରେ ପହଞ୍ଚି ଥିଲା I ଅପରେସନ ସିନ୍ଦୂର ର ସଫଳତା ଆମର ମା ମାନଙ୍କ ଓ ଭଉଣୀମାନଙ୍କ ସଂକଳ୍ପ ର ସଫଳତା l ଅପରେସନ ସିନ୍ଦୂର ର ଲକ୍ଷ୍ୟ ହାସଲ କରିବା ପାଇଁ ସାହସୀ ସୈନ୍ଯମାନେ ଅପାର ବୀରତ୍ୱ ପ୍ରଦର୍ଶନ କରିଥିଲେ I ଏକଥା ପ୍ରତ୍ୟେକ ଆତଙ୍କବାଦୀ , ପ୍ରତ୍ୟେକ ସଂଗଠନ ଭଲ ଭବରେ ଜାଣିପାରିଛନ୍ତି l କାର୍ଯ୍ୟକ୍ରମ ର ନେତୃତ୍ବ ବିଜେପି ଜିଲ୍ଳା ସଭାପତି ବେଣୁଧର ଦାଶ ନେଇଥିବା ବେଳେ ଦଳର ବରିଷ୍ଠ କର୍ମୀ ଆଡଭୋକେଟ୍ ରାଧାକାନ୍ତ ମହାକୁର ଙ୍କ ସହିତ ବହୁ ଦଳୀୟ କର୍ମକର୍ତ୍ତା ଓ କର୍ମୀ ଯୋଗ ଦେଇଥିଲେ l ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲl ଉପସ୍ଥିତ ରହି ପତାକା ଦେଖାଇ ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ l
ଭାରତୀୟ ସେନାଙ୍କ ଗୌରବ ଗାଥା କୁ ସମ୍ମାନ ଜଣାଇ ବିଜେପି ପକ୍ଷରୁ ଉଲୁଣ୍ଡାରେ ବିଶାଳ ବାଇକ ରାଲି
