ସମ୍ବଲପୁର: ନିଜକୁ ଚିହ୍ନି ପାରିଲେ ଆମେ ଶ୍ରେଷ୍ଠତା ପ୍ରଦର୍ଶନ କରିପାରିବା l ଆମକୁ ନିଜ ଉପରେ ବିଶ୍ବାସ କରିବାକୁ ପଡ଼ିବ l ସ୍ଵଧର୍ମ, ସ୍ଵଭାବ, ସ୍ଵଦେଶ କୁ ଆମେ ଭୁଲି ଯାଇଥିବାରୁ ଆମେ ନିଜକୁ ଭୁଲି ଯାଇଛୁ l ମିଛ ବିମର୍ଶ, ଇତିହାସ ସାହାଯ୍ଯରେ ବିଦେଶୀମାନେ ଆମ ଭିତରର ସ୍ଵ ଭାବକୁ ନାଶ କରି ଦେବାପାଇଁ ଚେଷ୍ଟା କରି ଆସିଛନ୍ତି ବୋଲି ପ୍ରଜ୍ଞା ପ୍ରବାହ ଦ୍ଵାରା ଅୟୋଜିତ ବ୍ୟାଖ୍ୟାନରେ ଅତିଥିମାନେ ପ୍ରକାଶ କରିଛନ୍ତି l ପ୍ରଜ୍ଞା ପ୍ରବାହ, ଓଡିଶା ପଶ୍ଚିମ ଦ୍ଵାରା ତପସ୍ଵିନୀ ହଲ୍ ରେ ଅୟୋଜିତ କାର୍ଯ୍ୟକ୍ରମରେ ସମ୍ବଲପୁରର ପୋଲିସ ଅଧିକ୍ଷକ mukesh କୁମାର ଭାମୁ , ଜେ. ନନ୍ଦ କୁମାର ଯଥାକ୍ରମେ ମୁଖ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ଭବରେ ଯୋଗଦେଇ ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ l ମୁଖ୍ୟବକ୍ତା ନନ୍ଦ କୁମାର କହିଲେ ଭରତ ଦୀର୍ଘ ବର୍ଷର ପରାଧୀନତା ଯୋଗୁଁ ନିଜର ପରିଚୟ ଭୁଲି ଯାଇଥିଲା ବେଳେ ବର୍ତ୍ତମାନ୍ ନିଜକୁ ଜାଣିବାକୁ ଆରମ୍ଭ କରିଛି l ଭାରତୀୟମାନେ ନିଜର ସ୍ୱ ବାବଦରେ ବୁଝିବାକୁ ଏହାର ବାସ୍ତବ ଇତିହାସ ବୁଝିବାକୁ ପ୍ରସ୍ତୁତ ହେଉଛନ୍ତି l ପୃଥିବୀର ପ୍ରାଚୀନ ଦେଶର ଦୀର୍ଘ ସମୃଦ୍ଧ ଇତିହାସ ରହିଥିଲେ ସୁଦ୍ଧା ବିଦେଶୀ ଶାସକଙ୍କ ଚକ୍ରାନ୍ତ ଯୋଗୁଁ ଆମେ ତାହା ଅବଗତ ହେବାରେ ବଞ୍ଚିତ ହେଉଛୁ l Nanda kumar ଜି ଆହୁରି କହିଲେ ମାତୃଭାଷାର, ରାଷ୍ଟ୍ର ଭାଷାର ବିକାଶ ହେଲେ ଆମେ ନିଜର ପରିଚୟ ବାବାଦରେ ଭଲ ଭବରେ ଅବଗତ ହୋଇପାରିବା l ବିଶ୍ୱକୁ ଗ୍ରହଣ କରି ଶିଖିବା ସଙ୍ଗେ ସଙ୍ଗେ ନିଜକୁ ମଧ୍ୟ ସମ୍ମାନ ଦେବାକୁ ହେବ l ଦେଶ, ଜାତିି, ସମାଜ ପରିବାର ପାଇଁ ଥିବା ନିଜର କର୍ତ୍ତ୍ୟବ୍ୟକୁ ସୂଚାରୁ ରୂପେ ସମ୍ପାଦନ କରି ଭଲ ମଣିଷର ପରିଚୟ ଦେବା l ସ୍ଵ କୁ ସର୍ବଦା ଜାଗ୍ରତ ରଖିବା l ପୋଲିସ ଅଧିକ୍ଷକ ମୁକେଶ ଭାମୁଁ କହିଲେ ଆମ ଭାରତ କେବେ ହେଲେ ଦୁର୍ବଳ, ଗରିବ ନଥିଲା l ଏଠରେ ବ୍ୟକ୍ତି, ପରିବାର, ସମାଜ ସଂରଚନା ଏମିତି ରହି ଆସିଛି ଯେ ଆମେ ବିଶ୍ୱକୁ ନିଜ ପରିବାର ବୋଲି ଭାବି ଥାଉ l ଏଠାରେ ସବୁ କଥାକୁ ଅତି ସୁକ୍ଷ୍ମ ଭାବରେ ଚିନ୍ତା କରା ଯାଇଥାଏ l ବିବେକକୁ ଅଧିକ ଗୁରୁତ୍ୱ ପ୍ରଦାନ କରାଯାଇଥାଏ l କାର୍ଯକ୍ରମରେ ପଶ୍ଚିମ ପ୍ରାନ୍ତର ସଂଯୋଜକ ଡାଃ ଅର୍କ ଦାସ ମହାପାତ୍ର ସଭାପତିତ୍ଵ କରି ଥିଲେ l ଭାରତୀ ତ୍ରିପାଠୀ, ସନ୍ତୋଷ ବେହେରା ସଙ୍ଗୀତ ପରିବେଷଣ କରିଥିଲେ।
ସ୍ୱଧର୍ମ,ସ୍ଵଭାବ, ସ୍ଵଦେଶ ବିଚାର ଦ୍ଵାରା ରାଷ୍ଟ୍ରର ଶ୍ରେଷ୍ଠତ୍ୱ ବଜାୟ ରହିଥାଏ
