Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ, ସାଂଘାତିକ ଅଭିଯୋଗ ଆଣିଲେ ଲବଙ୍କ ପତ୍ନୀ

ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ। ଲବଙ୍କ ପତ୍ନୀ ଆସିଲେ ସାମ୍ନାକୁ। ଆଉ ଆଣିଲେ ସାଂଘାତିକ ଅଭିଯୋଗ। ଲବଙ୍କର ପ୍ରେମିକା ଆତ୍ମହତ୍ୟା କରିବା ପରେ ଲବଙ୍କର ଗୋଟେ ପରେ ଗୋଟେ ଗୁମର ଖୋଲିବାରେ ଲାଗିଛି।

ଜଣାଶୁଣା ବ୍ଲଗର ଲବ ହାଁସଦାଙ୍କ ନାଁରେ ବିଭିନ୍ନ ପ୍ରକାର ଅଭିଯୋଗ ସାମ୍ନାକୁ ଆସୁଛି। ତାଙ୍କର ବାହାରେ ଅନେକ ମହିଳା ବନ୍ଧୁ ଥିବା ଚର୍ଚ୍ଚା ହେଉଛି।

ହେଲେ ଏବେ ତାଙ୍କ ପତ୍ନୀ କ୍ୟାମେରା ସାମ୍ନାକୁ ଆସିବା ପରେ ଏହି ଘଟଣାରେ ନୂଆ ମୋଡ଼ ନେଇଛି।

କାରଣ ଏବେ ଯାଏଁ ଲବଙ୍କର ପତ୍ନୀ ଥିବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ଏହା କେତେ ସତ କେତେ ମିଛ ତାହା ଜଣାପଡିନଥିଲା। କିନ୍ତୁ ଲବ ହାଁସଦାଙ୍କ ପତ୍ନୀ କ୍ୟାମେରା ସାମ୍ନାରେ ମୁହଁ ଖୋଲିବା ପରେ ଅନେକ ଚର୍ଚ୍ଚା ଉପରୁ ପରଦା ଉଠିଛି।

ଲବଙ୍କ ଭଉଣୀ କିଛି ସମୟ ପୂର୍ବରୁ ଲବଙ୍କ ବିବାହ କଥାକୁ ନେଇ ମୁହଁ ବୁଲାଇ ଦେଇଥିବା ବେଳେ, ତାଙ୍କ ସ୍ତ୍ରୀ ସବୁ ଗୁମର ଖୋଲିଛନ୍ତି। ହେଲେ ଏବେ ଯାଏଁ ନିଜେ ଲବ ହାଁସଦା କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ଲବଙ୍କ ସ୍ତ୍ରୀ କହିଛନ୍ତି ଦୁଇ ପରିବାରର ସହମତିରେ ଲବ ହାଁସଦା ଏବଂ ତାଙ୍କର ବିବାହ ହୋଇଥିଲା। ତାଙ୍କର ଏକ ସନ୍ତାନ ମଧ୍ୟ ରହିଛି। କିନ୍ତୁ ବାହାଘର ପରେ ଲବ ପ୍ରାୟ ସମୟ ବାହାରେ ରହୁଥିଲେ। ତାଙ୍କ କଥା କିଛି ବୁଝୁନଥିଲେ।

ଏହିପରି ତିନି ରୁ ଚାରି ବର୍ଷ ବିତିଗଲା। ତାଙ୍କର ଏକ ସନ୍ତାନ ଜନ୍ମ ହେଲା। ତଥାପି ଲବଙ୍କ ଭିତରେ କୌଣସି ପରିବର୍ତ୍ତନ ଦେଖାଗଲା ନାହିଁ। ବିବାହର ତିନି ଚାରି ବର୍ଷ ପର୍ଯ୍ୟନ୍ତ ସେ ତାଙ୍କ ଶାଶୁ ଘରେ ରହୁଥିଲେ।

ହେଲେ ଲବ ବାହାରେ ରହୁଥିଲେ। ତାଙ୍କ ପରିବାର ଲୋକେ ତାଙ୍କୁ ନିର୍ଯ୍ୟାତନା ଦେଉଥିଲେ ଖାଇବାକୁ ବି ଦେଉନଥିବା ଲବଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି। ନିର୍ଯ୍ୟାତନା ଅତ୍ୟଧିକ ବଢିଯିବାରୁ ଲବଙ୍କ ଶାଶୁ ଯାଇ ତାଙ୍କ ଝିଅକୁ ନିଜ ଘରକୁ ଫେରାଇ ଆଣିଥିଲେ। ହେଲେ ଲବ ବି କେବେ ହେଲେ ତାଙ୍କ ସ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିନାହାନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ