Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନାରଦ ଜୟନ୍ତୀରେ ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ ଦାଶ ଙ୍କୁ ନାରଦ ସମ୍ମାନ

ସମ୍ବଲପୁର:ସ୍ଥାନୀୟ ସଂସ୍କୃତି ଭବନ ଠାରେ ବିଶ୍ବ ସମ୍ବାଦ କେନ୍ଦ୍ର ତରଫରୁ ମହର୍ଷି ନାରଦ ଜୟନ୍ତୀ ଅବସରରେ ସମ୍ବଲପୁର ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସର୍କାର ଖବର କାଗଜର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାଶ ଙ୍କୁ ନାରଦ ସମ୍ମାନ-୨୦୨୫ ରେ ସମ୍ମାନିତ କରାଯାଇଛି।
ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ସମ୍ବଲପୁର ମହାନଗରର ସଂଘ ଚାଳକ ଦୀପକ ପଣ୍ଡାଙ୍କ ସଭାପତିତ୍ବରେ ଅୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବିଶିଷ୍ଟ ଶିକ୍ଷାବିତ୍ ଅରବିନ୍ଦ ମହାପାତ୍ର ମୁଖ୍ୟ ଅତିଥି ତଥା ପ୍ରାନ୍ତ ପ୍ରଚାର ପ୍ରମୁଖ ସୃଷ୍ଟି ଧର ବିଶ୍ଵାଳ ମୁଖ୍ୟ ବକ୍ତା ଭବରେ ଯୋଗ ଦେଇଥିଲେ l ଏ ଅବସରରେ ମୁଖ୍ୟ ବକ୍ତା ଶ୍ରୀ ବିଶ୍ଵାଳ କହିଲେ ମହର୍ଷି ନାରଦଙ୍କ ଜନ୍ମ ବ୍ରହ୍ମାଙ୍କର ହିତ ପାଇଁ ହେଇଥିଲା l ସାମ୍ବାଦିକ ପରମ୍ପରାର ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି l ଧର୍ମ ସଙ୍କଟ ସମୟରେ ନାରଦ ଯେଭଳି ଭୂମିକା ନିର୍ବାହ କରୁଥିଲେ ସାମ୍ବାଦିକମାନେ ତାହାକୁ ଅନୁସରଣ କରିବା ଉଚିତ୍ ବୋଲି ସେ ମତ ରଖିଥିଲେ। ସମାଜ, ରାଷ୍ଟ୍ରର ସମସ୍ୟାର ସମାଧାନ ପାଇଁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ l ସତ୍ୟର ଜୟ ପାଇଁ ସାମ୍ବାଦିକ ଘଟଣାର ମୂଳକୁ ଯାଇ କାର୍ଯ୍ୟ କରିଥାନ୍ତି ବୋଲି ସେ କହିଥିଲେ l ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର କହିଲେ ଯେ ନାରଦ ତ୍ରିପୁର ମଧ୍ୟରେ କିପରି ମଧୁର ସମ୍ପର୍କ ରହିପାରିବ, ସମସ୍ତେ ସମସ୍ତଙ୍କର ଖବର କିପରି ପାଇ ପାରିବେ ସେ ବିଷୟରେ କାର୍ଯ୍ୟ କରୁଥିଲେ l ସେ ହେଉଛନ୍ତି ସମାଜର ମାର୍ଗ ଦର୍ଶକ l ସାମ୍ବାଦିକ ମାନଙ୍କୁ କେବଳ ଖବରଦାତା ଭାବେ ଗ୍ରହଣ ନକରି ଜଣେ ଗୁଣି ଜ୍ଞାନୀ ଓ ପଣ୍ଡିତ ଭାବରେ ସମାଜ ଗ୍ରହଣ କରିବା ଉଚିତ ଓ ଜଣେ ସାମ୍ବାଦିକ ମଧ୍ୟ୍ୟ ସେହି ଭୂମିକା ନିର୍ବାହ କରିବାକୁ ନିଜର ସମସ୍ତ ବିଚାର ଶକ୍ତିକୁ ବ୍ୟବହାର କରିବା ଉଚିତ ବୋଲି ମତ ରଖିଥିଲେ l ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶଙ୍କୁ ଏହି ଉତ୍ସବରେ ନାରଦ ସମ୍ମାନ ପ୍ରଦାନ କରାଯାଇଥିଲା l କାର୍ଯ୍ୟକ୍ରମକୁ ଡ ସତ୍ୟନାରାୟଣ ଠାକୁର ପରିଚାଳନା କରିଥିଲେ l କମଳ ଲୋଚନ ପଣ୍ଡା ବେଦ ମନ୍ତ୍ର ପାଠ କରିଥିଲେ l ଅରବିନ୍ଦ ନାୟକ ମାନପାତ୍ର ପାଠ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ ସଫଳ କରିବା ପାଇଁ ଜ୍ଞାନ ରଞ୍ଜନ ପଣ୍ଡା, ସନ୍ତୋଷ ବେହେରା ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ