Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୫ ବର୍ଷର ଝିଅ ଅଲାନ୍ୟା ସାହୁ ହାସଲ କଲେ ଇଣ୍ଡିଆ ବୁକ ରେକର୍ଡ

ସମ୍ବଲପୁର:ସମ୍ବଲପୁର ବୁଢାରଜା ପାହାଡ଼ ର ପାହାଚ ରାସ୍ତାରେ ରୋଲର୍ ସ୍କେଟ ଦ୍ୱାରା ୧୨ମିନଟ ୫୮ ସେକେଣ୍ଡ ସମୟ ମଧ୍ୟରେ ମନ୍ଦିର ଉପରକୁ ଚଢ଼ି ବରଗଡ଼ ର ୫ ବର୍ଷର ଝିଅ ଅଲାନ୍ୟା ସାହୁ ଇଣ୍ଡିଆ ବୁକ ରେକର୍ଡ ହାସଲ କରିଛନ୍ତି।
ଅଲାନ୍ୟା ସାହୁ (୫ବର୍ଷ) ମାଆ ପୂଜା ସାହୁ ଏବଂ ବାସୁଦେବ ସାହୁ ଙ୍କର କନ୍ୟା । ଘର ବରଗଡର ଦୁଲମ୍ ପୁର । ବାପା ଅବସରପ୍ରାପ୍ତ ନୈସେନା। ୨୦୨୩ ରେ ଅବସର ଗ୍ରହଣ କରି ବର୍ତ୍ତମାନ ଓଡ଼ିଶା ଗ୍ରାମିଣ ବ୍ୟାଙ୍କ ରେ ଚାକିରି କରୁଛନ୍ତି। ଝିଅ ୟୁ କେଜି। ଦେଢବର୍ଷ ବୟସରେ କର୍ଣ୍ଣାଟକ କାରଓ୍ବା ନେଭାଲ ବେସରେ ଥିବା ସମୟରେ ଛୁଆମାନଙ୍କୁ ସ୍କେଟିଂ କରୁଥିବା ଦେଖି ସ୍କେଟିଂ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ପ୍ରଥମେ ସ୍କେଟିଂ କୁ ଖେଳ ଭାବରେ ଆରମ୍ଭ କରିଥିଲେ। ତେବେ ଝିଅର ଆଗ୍ରହ ଦେଖି ସ୍କେଟିଂ କୁ ଗମ୍ଭୀରତାର ସହ ନେଇଥିଲେ।ଯଦିଓ ସେଠାରେ ଦେଢବର୍ଷ ଛୁଆକୁ ସ୍କେଟିଂ ଶିଖାଇ ବାକୁ ମନା କରିଦେଇଥିଲେ ତେବେବି, ମାଁ ବାପା ଛୁଆକୁ ରାସ୍ତାରେ ନିଜେ ସ୍କେଟି ଶିଖାଇଥିଲେ। ନେଟରୁ ସାଢେ଼ ପାଞ୍ଚ ବର୍ଷ ର ଛୁଆ ଙ୍କ ସ୍କେଟିଂ ରେ ରେକର୍ଡ ଖୋଜିବା ପରେ ବୁଢ଼ାରଜା ପାହାଡ଼ ର ପାହାଚ ରେ ସ୍କେଟିଂ କରିବା ପାଇଁ ଅଭ୍ୟାସ କରିଥିଲେ। ଏଥିପାଇଁ ଇଣ୍ଡିଆ ବୁକ ରେକର୍ଡ ଗୁରଗାଓଁ କାର୍ଯ୍ୟାଳୟ ସହ ଯୋଗାଯୋଗ କରିଥିଲେ। ଗତ ୧୬ ଏପ୍ରିଲ ରେ ଭିଡିଓ କରି ପଠାଇଥିଲେ। ଏହାପରେ ଗତ ମେ ୧୬ ତାରିଖରେ ଅଲାନ୍ୟା ଙ୍କ ପ୍ରତିଭା ର ସ୍ୱୀକୃତି ସ୍ୱରୂପ ଇଣ୍ଡିଆ ବୁକ ରେକର୍ଡରେ ସ୍ଥାନ ପାଇଥିବା ନେଇ ପ୍ରମାଣପତ୍ର ସହିତ ପୁରସ୍କାର ଡାକଯୋଗେ ଘରେ ପହଞ୍ଚିଥିଲା।କୋଚ ବୁର୍ଲା ର ଶଶାଙ୍କ କୁମାର ଦାଶ ନିୟମିତ ରେଲୱେ ଷ୍ଟେଡିୟମରେ ଛଅ ମାସ ହେବ ଅଲାନ୍ୟାଙ୍କୁ ସ୍କେଟିଂ ଶିଖାଇ ଆସୁଥିବା କହିଛନ୍ତି ପରିବାର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ