Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହାତୀ ଆକ୍ରମଣ ରେ ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ

ସମ୍ବଲପୁର:ଜୁଯୋମୁରା ବ୍ଲକରେ ହାତୀ ଙ୍କ ଦୌରାତ୍ମ କମୁନି। ଦିନକୁ ଦିନ ଏହା ବଢିଚାଲିଥିବା ବେଳେ ପ୍ରଶାସନିକ କଳ ନିଷ୍କ୍ରିୟ ରହିବା ଯୋଗୁଁ ହାତୀ ଆକ୍ରମଣ ରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି।
ଗତ ୨ ସପ୍ତାହ ତଳେ ନୂଆବରଙ୍ଗମାଲର ଧୋଧୋଲୋମୁଣ୍ଡା ଠାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଖବରରେ ପରିବାର ଆଖିରୁ ଲୁହ ଶୁଖିନଥିବା ବେଳେ ରବିବାର ସନ୍ଧ୍ୟାରେ ହାତୀ ଆକ୍ରମଣ ରେ ପୁଣି ଜଣେ ବୃଦ୍ଧ ଟଳିପଡିଥିବା ଖବର ମିଳିଛି।
ପଡିଆବାହାଲ ଫରେଷ୍ଟ ରେଞ୍ଚ ଅଧୀନରେ ଥିବା ଡ଼ଙ୍ଗରପଡା ପଞ୍ଚାୟତରେ ହାତୀ ଆକ୍ରମଣରେ ଏଥର ଜଣଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ହେଉଛନ୍ତି ଚେଲକାମ ଲୁହୁ୍ରାପଡା ର ଘାସି ପ୍ରଧାନ ଙ୍କ ପୁଅ ଶ୍ୟାମ ସୁନ୍ଦର ପ୍ରଧାନ (୬୨)।
ରବିବାର ସନ୍ଧ୍ୟା ପାଖାପାଖି ୫ ଟାରେ ଝାଡା ଯିବାକୁ କହି ସେ ବାହାରକୁ ବାହାରିଥିଲେ। କିନ୍ତୁ ସ୍ୱାମୀଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ନିଜ ସ୍ତ୍ରୀ ବାହାରକୁ ଯିବାକୁ ବାରଣ କରି ଘର ବାଡ଼ିରେ ଝାଡା କରିବାକୁ କହିଥିଲେ। କିନ୍ତୁ ସ୍ତ୍ରୀ ଙ୍କ କଥା ନଶୁଣି ବାହାରକୁ ଯାଇ ବହୁ ସମୟ ଧରି ଘରକୁ ନଆସିବା ଫଳରେ ଆତୁର ସ୍ତ୍ରୀଙ୍କ ଆକୁଳ ନିବେଦନ ଶୁଣି ଗାଁ ଲୋକ ଜଙ୍ଗଳକୁ ଯାଇ ଦେଖନ୍ତିତ ୬ ଘର ହାତୀ ସେଠାରେ ଚଳପ୍ରଚଳ କରୁଛନ୍ତି। କାଳେ ହାତୀ ମାରିଦେଇଥିବ ସନ୍ଧେହ କରି ପଡିଆବାହାଲ ବନ ବିଭାଗ ଓ ଜୁଯୋମୁରା ପୋଲିସ ଙ୍କୁ ଖବର ଦିଆଯିବା ପରେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ନେଇ ତାଙ୍କ ପାଖରେ ଖବର ପହଞ୍ଚିଥିଲା ବୋଲି କାନ୍ଦି କାନ୍ଦି ତାଙ୍କ ସ୍ତ୍ରୀ ଏହି ପ୍ରତିନିଧିଙ୍କୁ କହିବା ସହ ମୋ ପାଖରେ ଏବେ କେହି ନାହାଁନ୍ତି, ଏହି ବିପଦ ସମୟରେ ସାହାଯ୍ୟ କର ବୋଲି ଆକୁଳ ନିବେଦନ କରିଥିଲେ। ଜୁଯୋମୁରା ପୋଲିସ ଓ ପଡିଆବାହାଲ ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହିତ ହାତୀ ଆକ୍ରମଣରେ ଶ୍ୟାମଙ୍କ ମୃତ୍ୟୁ ହୋଇଥିବା ନେଇ ସ୍ୱୀକାର କରିବା ସହିତ ଏସମ୍ପର୍କରେ ଥାନାରେ ମାମଲା ହେବା ସହ ବନ ବିଭାଗ ହାତୀ ଆକ୍ରମଣ ନେଇ ରିପୋର୍ଟ ଦେଇଛନ୍ତି। ଆଜି ଶବ ବ୍ୟବଛେଦ ପରେ ମର ଶରୀର ହସ୍ତାନ୍ତର କରିବା ପରେ ଅନ୍ତିମ ସଂସ୍କାର କରାଯାଇଛି। ମୃତ ବ୍ୟକ୍ତିଙ୍କ ୫ ପୁଅ ଝିଅ ମଧ୍ୟରୁ ୩ ଝିଅ ବିଭାହିତ ଓ ୨ ପୁଅ ବାହାରେ ରହୁଥିବାରୁ ବିଧବା ସ୍ତ୍ରୀ ଏବେ ଏକାକୀ ହୋଇପଡିଛନ୍ତି।
ଏଠାରେ ସୂଚନା ଯୋଗ୍ୟକି ଚଳିତ ମାସ ୪ ତାରିଖ ଦିନ ଧଧୋଲୋମୁଣ୍ଡା ଗ୍ରାମରେ ସନ୍ତୋଷ ବଢ଼େଇ ନାମକ ଜଣେ ୬୬ ବର୍ଷୀୟ ବୃଦ୍ଧ ଙ୍କ ବଡି ଭୋର ସକାଳେ ହାତୀ ଆକ୍ରମଣରେ ଦେହାନ୍ତ ହୋଇଥିଲା।
ପ୍ରାପ୍ତ ସୂଚନା ମତେ, ବାହାମ,ଛାମୁଣ୍ଡା, ବଡତୁରାଙ୍ଗ, ମାଳିମୁଣ୍ଡା, ହିରୋ, ନୀଳଡୁଙ୍ଗରି,ଘେନୁପାଲି,ଡ଼ଙ୍ଗରପଡା, ଲଦଳଦି, ନୁଆଁ ବରଙ୍ଗାମାଳ ପ୍ରଭୃତି ଅଞ୍ଚଳ ହାତୀଙ୍କ ଚରାଭୂଇଁ ପାଲଟିଛି। ଫଳରେ ହାତୀଙ୍କ ପାଇଁ ଅଞ୍ଚଳରେ ଆତଙ୍କ ବଢିଥିବା ବେଳେ ହାତୀ ଙ୍କ ଦୌରାତ୍ମ ଯୋଗୁଁ ଅନେକ ଚାଷୀ ନିଜର ଚାଷ କାର୍ଯ୍ୟରୁ ମୁହଁ ଫେରାଇନେଲେଣି। ହାତୀ ଘଉଡ଼ାଇବା ପାଇଁ ବନ ବିଭାଗ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଥିବା ସତ୍ୱେ ଏହି ଅଞ୍ଚଳରେ ଏହା ଏକ ପ୍ରହସନ ପାଲଟିଥିବା ବେଳେ ହାତୀ ମଣିଷ ଲଢେଇ ରେ ବହୁ ଧନ ଜୀବନ ନଷ୍ଟ ହେଉଥିବା କାହାକୁ ଅଛପା ନୁହେଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ