Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନୁଆଁକଣ୍ଟାକୁ ବିପଦ ହାତୀ-ମଣିଷ ଜୀବନ

ସମ୍ବଲପୁର:ଡାକୁଛି ବିପଦ। ରାସ୍ତା ମଝିରେ ଟ୍ରାନ୍ସଫର୍ମର। ମୁଣ୍ଡ ଉପରେ ଝୁଲୁଛି ବିଦ୍ୟୁତ ତାର।ସେପଟେ ଶୋଇପଡ଼ିଲାଣି ଅନେକ ବିଦ୍ୟୁତ ଖୁମ୍ବ। ବର୍ଷ ବର୍ଷ ଧରି ଅଭିଯୋଗ ପରେ ମଧ୍ୟ୍ୟ ଟିପିଡବ୍ଲୁଡିଓଏଲ ଏହାର ରକ୍ଷଣା ବେକ୍ଷଣ କାର୍ଯ୍ୟକୁ ନିଜର ଉତ୍ତର ଦାୟିତ୍ୱ ବୋଲି ଜାଣି ପାରିନି କି ଏହାର ପରିବର୍ତ୍ତନ ପାଇଁ ମୁଣ୍ଡ ପୁରାଇନି। ଏଣୁ ବିଭାଗୀୟ ଦକ୍ଷତାକୁ ନେଇ କେବଳ ପ୍ରଶ୍ନ ଉଠିନାହିଁ ବରଂ ଆସନ୍ନ ଦୁର୍ଘଟଣା କୁ ଏଡାଇବାକୁ ବିଭାଗୀୟ ତତ୍ପରତା ଦେଖାଦେବା ଉଚିତ ବୋଲି ଏବେ ଜନମତ ସୃଷ୍ଟି ହୋଇଛି।
ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପଡିଆବାହାଲ ବିଦ୍ୟୁତ ସବଷ୍ଟେସନ ଅନ୍ତର୍ଗତ ବାହାମ ପଞ୍ଚାୟତର ନୁଆଁକଣ୍ଟା ଗ୍ରାମରେ। ଗ୍ରାମବାସୀଙ୍କ ଏହା ବର୍ଷ ବର୍ଷର ଅଭିଯୋଗ। ଅଭିଯୋଗକୁ କିନ୍ତୁ ଖାତିର କରୁନି ଟିପିଡବ୍ଲୁଡିଓଏଲ। ଫଳରେ ଗାଁରେ କେବଳ ଅଶାନ୍ତି ବଢ଼ୁନି ବରଂ ଆସନ୍ନ ଦୁର୍ଘଟଣା ଭୟରେ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି। ଏହି ଗାଁରେ ଅନେକ ସମୟରେ ହାତୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥାଏ।ଗାଁ ଦାଣ୍ଡରେ ମୁକୁଳା ହୋଇ ପଡ଼ିଥିବା ଟ୍ରାନ୍ସଫର ମର କେବଳ ଗାଁକୁ ବିପଦ ନୁହେଁ, ବରଂ ମୁଣ୍ଡ ଉପରେ ଝୁଲୁଥିବା ଓ ଗଛ ବାଡ଼ ଦେଇ ଯାଇଥିବା ବିଦ୍ୟୁତ ତାର ବଡ଼ ବିପଦ ହୋଇ ଠିଆ ହୋଇଛି।
ବିଭାଗୀୟ ଅଧିକାରୀଙ୍କ ପାଖରେ ସ୍ପର୍ଶ କରୁନଥିବା ଏହି ସ୍ୱର୍ଶକାତର ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିବା ପରେ ଏବେ ଦେଖିବାକୁ ବାକି ରହିଲା ଟିପିଡବ୍ଲୁଡିଓଏଲ ଏବେ କରୁଛି କଣ?
ସେ ଚେତି ଆସନ୍ନ ଦୁର୍ଘଟଣା କୁ ରୋକିବାରେ ପ୍ରତିକାରାତ୍ମକ ବ୍ୟବସ୍ଥା କରିବ ନାଁ ନିଜର ସ୍ଵଭାବରେ ଚୁପ ରହି ଗାଁ ମଣିଷ ଓ ହାତୀଙ୍କୁ ମୃତ୍ୟୁ ମୁଖକୁ ଠେଲିଦେବ? ଏଭଳି ପ୍ରଶ୍ନଵାଚି ସୃଷ୍ଟି କରିଛି ନୁଆଁ କଣ୍ଟା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ