Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରକ୍ତ ସମ୍ପର୍କରେ କଳଙ୍କ, ଲାଗିଲା ରକ୍ତର ଛିଟା

ସମ୍ବଲପୁର:ସମ୍ୱଲପୁର ଜିଲ୍ଲାରେ ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି । ଗୋଟିଏ ଘଟଣାରେ ଭାଇ ଓ ଭଉଣୀ ମିଶି ମଝିଆ ଭଉଣୀକୁ ହତ୍ୟା କରିବା ଓ ଅନ୍ୟ ଘଟଣାରେ ପରିବାର ଲୋକେ ପୁଅକୁ ମାରି ପୋତି ଦେବା ଘଟଣା ପଦାକୁ ଆସିଛି । ଯାହାକି ପାରିବାରିକ ସମ୍ପର୍କରେ ରକ୍ତର ଛିଟା ଲାଗିଛି। ସୂଚନା ଯୋଗ୍ୟ, ଗୋବିନ୍ଦପୁର ଥାନା ଅନ୍ତର୍ଗତ ମଝିପଡାରେ ଏକ ଅଭାବନୀୟ ଘଟଣା ଘଟିଛି ।
ଏକ ସମ୍ପର୍କୀୟଙ୍କ ଅନ୍ତେଷ୍ଟିକ୍ରିୟାରେ ଯୋଗ ଦେବାକୁ ବିନୋଦ ବିହାରୀ ସାହୁଙ୍କ ବଡ ଝିଅ ପୁଷ୍ପାଞ୍ଜଳୀ ସାହୁ(୪୪), ଭାଇ ଗୋଲକ ବିହାରୀ ସାହୁ(୩୭) ଓ ସାନ ଭଉଣୀ ଲିନା ସାହୁ(୪୦) ଆସିଥିଲେ । ଏମାନଙ୍କ ମଧ୍ୟରୁ ଲିନା ସାହୁ ବିବାହିତ ହୋଇଥିବା ବେଳେ ପୈତୃକ ସମ୍ପତ୍ତି ନେବାକୁ କୋର୍ଟର ଆଶ୍ରୟ ହେବାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ଏହା ପରବର୍ତ୍ତୀ ସମୟରେ ଉଗ୍ରରୂପ ନେଇଥିଲା । ତେବେ ସାନଭାଇ ଗୋଲକ ଓ ବଡ ଭଉଣୀ ପୁଷ୍ପାଞ୍ଜଳୀ ମିଶି ମଝିଆ ଭଉଣୀ ଲିନା ସାହୁକୁ ଛୁରୀ ଭୁସି ହତ୍ୟା କରିଥିଲେ । ଏନେଇ ଗୋବିନ୍ଦପୁର ଥାନା ପୋଲିସ ୬୭/୨୫ରେ ଏକ ହତ୍ୟା ମାମଲା ରୁଜୁ କରି ମୃତଦେହକୁ ଜବତ କରିଛି ।ମୃତଦେ ଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଅଭିଯୋଗରେ ୨ଭାଇଭଉଣୀକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେହିପରି ରେଢ଼ାଖୋଲ ଥାନା ଡ଼ଇଁଚା ଗ୍ରାମ ସୁଦସାହିରେ ପୁଅକୁ ପରିବାର ଅନ୍ୟ ସଦସ୍ୟ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗ୍ରାମର ଶେଷ ଦେବ ପଧାନଙ୍କ ବଡପୁଅ ବାଦଲ ପଧାନ (୨୩ )ଙ୍କ ଗଳିତ ଶବ ଘର ପଛ ପଟେ ଏକ ଗାତରେ ପଡ଼ିଥିବା ଜଣାପଡ଼ିଥିଲା। ଘର ପାଖରେ ଏକ ଗାତରୁ ଜେସିବିରେ ଖୋଳି ମୃତ ଶବ ବାହାର କରିବା ପରେ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବାକୁ ପାଇଥିଲା । ପୋଲିସ ମୃତକର ମାଆ ସମେତ ଭାଇ ଓ ଭଉଣୀକୁ ପଚରାଉଚୁରା କରିଥିଲା। ପୋଲିସ ଏହି ହତ୍ୟାକାଣ୍ଡରେ ମାଆ ସମେତ ଦୁଇ ଭଉଣୀ ଏବଂ ଜଣେ ଭାଇଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି । ରେଢ଼ାଖୋଲ ଥାନାଧିକାରୀ ଓ ପୋଲିସ ଟିମ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ସାଇଣ୍ଟିଫିକ ଟିମ ଆସିଲା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଯିବ ବୋଲି ପୋଲିସ କହିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ