ନିୟମ ପାଳନରେ ଅବହେଳା, ରାସ୍ତା ଦୁର୍ଘଟଣାରେ ଚାଲିଗଲା ଅମୂଲ୍ୟ ଜୀବନ


ସମ୍ବଲପୁର: ଅଇଁଠାପାଲି ଫ୍ଲାଏ ଓଭରବ୍ରିଜ୍ କାମରେ ନିୟମ ପାଳନ ହେଉନଥିବା ଯୋଗୁଁ ଆଜି ଏକ ଅମୁଲ୍ୟ ଜୀବନ ଚାଲି ଯାଇଛି । ଟ୍ରକ୍ ଚାପରେ ଅବସର ପ୍ରାପ୍ତ ଏଡିଏମଓ ଡାକ୍ତର ଭରତ ଚନ୍ଦ୍ର ଦାସଙ୍କ ଅକାଳ ବିୟୋଗ ହୋଇଛି। ପୋଲିସ ମୃତ ଦେହ ଜବତ୍ କରି ବ୍ୟବଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଏକ ମାତ୍ର ପୁଅ ବିଦେଶରେ ରହିଥିବା ଯୋଗୁ ଆସିବ ପରେ ବୁଧବାର ଅନ୍ତିଷ୍ଟିକ୍ରୀୟ କରାଯିବ ବୋଲି ପରିବାର ସୂତ୍ରରୁ ଜଣା ପଡ଼ିଛି। ଅନ୍ୟପଟେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।ଆଜି ମଧ୍ୟାହ୍ନ ରେ ଅଇଁଠାପାଲି ନିକଟରେ ଡାକ୍ତର ନିଜର ସ୍କୁଟିରେ ଘରୁ ଆସୁଥିବା ବେଳେ ପଛ ପଟରୁ ଏକ ଟ୍ରକ ପିଟିବା ଫଳରେ ସେ ଛିଟିକି ପଡି ଘଟଣା ସ୍ଥଳରେ ହିଁ ପ୍ରାଣ ହରାଇଥିଲେ। ମୃତ ଖବର ପ୍ରଘଟ ପରେବିଭିନ୍ନ ବ୍ୟକ୍ତିବିଶେଷ, ଅନୁଷ୍ଠାନ ଗୁଡ଼ିକର ବ୍ୟକ୍ତି ବିଶେଷ ଘଟଣା ସ୍ଥଳରେ ପହଂଚିଥିଲେ। ଏହି ଖବର ପାଇ ଭୁବନେଶ୍ୱରେ ଥିବା ଓଡିଶା ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୁଜାରୀ,ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ରୋହିତ, ପୁଝାରୀ, ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ ଶୋକ ଜଣାଇଛନ୍ତି। ଅନ୍ୟପଟେ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଛିଅଇଁଠାପାଲି ପୋଲିସ। ଘଟଣା ସ୍ଥଳ ରେ ଉତ୍ତେଜନା ପ୍ରକାଶ ପାଇଥିଲା। ଏହି ଘଟଣାକୁ ନେଇ ପୂର୍ବତନ ଜୁନିୟର ଡ଼ାକ୍ତର ସଂଘ ସଭାପତି ତଥା ଭିମାସର୍ ଆସୋସିଏଟ ପ୍ରଫେସର ଡ଼ାକ୍ତର ସଞ୍ଜୀବ ମିଶ୍ର କହିଛନ୍ତି ଯେ, ଡ଼ାକ୍ତର ଦାସଜଣେ ବହୁତ୍ ଭଲ ମଣିଷ ଓ ସମାଜର ମାର୍ଗ ଦର୍ଶକ ଥିଲେ।ଉତ୍ସର୍ଗ ଭଳି ବହୁ ସାମାଜିକ ଅନୁଷ୍ଠାନ ସହିତ ସେ ଓତପ୍ରୋତ ଭାବେ ଜଡିତ ଥିଲେ।
ଏବେ ଅଇଁଠାପାଲି ଫ୍ଲାଏ ଓଭର କାମ ରେ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ନ ଥିବାରୁ ଏଭଳି ଘଟଣା ଘଟିଛି। ସାଧାରଣ ଲୋକମାନେ ଜାତୀୟ ରାଜପଥ ପ୍ରାଧିକରଣ ବିଭାଗ ପକ୍ଷରୁ ନିର୍ମାଣ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଏବେ ଏହି କାମରେ ୱାର୍କ୍ ଜୋନ ଡ଼ାଇଭର୍ସନ ପ୍ଲାନ ତଥା ଟ୍ରାଫିକ ଇଞ୍ଜିନିୟରଙ୍କ ସ୍ଵିକୃତୀ ହୋଇଥିବା ନେଇ ସନ୍ଦେହ ଘେରକୁ ଆସିଛି।ଯଦି ସ୍ଵିକୃତି ମଞ୍ଜୁର ହୋଇଛି ତାହେଲେ ନିର୍ମାଣ ସମୟରେ କାହିଁକି ନିୟମ ପାଳନ କରାଯାଇନାହିଁ ବୋଲି ଅଭିଯୋଗ ହେଉଛି। ନିୟମ ଅନୁସାରେ କାମ ପୂର୍ବରୁ ସର୍ଭିସ ରୋଡ ନିର୍ମାଣ ସମ୍ପୂର୍ଣ୍ଣ କରିବାର ଥିଲା | ଫଳରେ ସୁବିଧାରେ ଗମନାଗମନ ହୋଇପାରି ଥାନ୍ତା। ଟ୍ରାଫିକ ସମସ୍ୟା ସହିତ ଫ୍ଲାଇଓଭର କାମରେ ମଧ୍ୟ ବାଧା ସୃଷ୍ଟି ହୋଇ ନଥାନ୍ତା । କିନ୍ତୁ ଅଭିଯୋଗ ଅନୁସାରେ ପିଲର କାମ ଦ୍ରୁତ ଗତିରେ ଚାଲିଛି ଓ ସର୍ଭିସ ରାସ୍ତା ନଥିବାରୁ ନିର୍ମାଣ ପାଇଁ ଗୋଟିଏ ପଟ ରାସ୍ତା ପ୍ରାୟ ସମୟରେ ବନ୍ଦ ରହୁଛି। ତେଣୁ ଟ୍ରାଫିକ୍ ଜାମ ଲାଗି ରହୁଛି। ସର୍ଭିସ୍ ରୋଡରେ ଭାରୀ ଯାନ ଯାତାୟାତକୁ ଅନୁମତି ମିଳିବା ପରେ ଛୋଟ ଗାଡି ଓ ବାଇକ ଆରୋହୀଙ୍କ ପାଇଁ ବିପଦ ରହୁଛି। ସର୍ଭିସ୍ ରୋଡରେ ଭାରୀଯାନ ପ୍ରବେଶ ପରେ ଏବେ ଦୁର୍ଘଟଣାକୁ ଆମନ୍ତ୍ରଣ କରାଯାଉଛି। ସଙ୍କୁଚିତ ରାସ୍ତା ଓ ବିକଳ୍ପ ନ ଥିବାରୁ ବାଇକ ଓ ପାଦ ଚଲା ଲୋକ ହନ୍ତସନ୍ତ ହେଉଛନ୍ତି। ଅଇଁଠାପାଲିରୁ ରେମେଡ୍ ପର୍ଯ୍ୟନ୍ତ ଥିବା ସର୍ଭିସ୍ ରୋଡ ଅଣଓସାରିଆ ରହିଛି। ତେଣୁ ଏହାକୁ ଓସାରିଆ କରିବା ପରେ ଭାରୀଯାନ ଚଳାଚଳ କରିବାକୁ ଦାବି କରିଛନ୍ତି । ଏହି ଘଟଣାକୁ ନେଇ ଠିକା ସଂସ୍ଥା ବିରୁଦ୍ଧ ରେ ଆଗାମୀ ଦିନରେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରାଯିବ ବୋଲି ଜନ ସାଧାରଣଙ୍କ ମଧ୍ୟ୍ୟରେ ଘଟଣା ସମୟରେ ଚର୍ଚ୍ଚା ଯୋର ଧରିଥିଲା। ତେବେ ଡାକ୍ତରଙ୍କ ଏହି ଅକାଳ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା କହେଇଯାଇଛି।