ହଦଗଡ଼ ଜଳସେଚନ ବିଭାଗର କାଯ୍ୟ କୁ ବନ୍ଦ କଲେ ଜିଲ୍ଲା ପରିଷଦ।


ହାଟଡିହି, : କେନ୍ଦୁଝର ଜିଲା ହାଟଡିହି ବ୍ଲକର ହଦଗଡ଼ ଓ ବିଦ୍ୟାଧରପୁର ଜଳ ସେଚନ ବିଭାଗର ଗର ବିଭିନ୍ନ କାର୍ଯ୍ୟକୁ ନେଇ ଦୁର୍ନିତୀ ହୋଇଥିବା ଅଭିଯୋଗ ହେବା ପରେ ଚର୍ଚ୍ଚା ଜୋର ଧରିଥିଲା । ଆଜି ହଦଗଡ଼ ବ୍ୟାରେଜ ପାର୍ଶ୍ବ ରେ ସୌନ୍ଦର୍ଯ୍ୟ କରଣ ପାଇଁ ଅନୁଦାନ ଯୋଗାଇ ଦିଆଯାଇଥିବାବେଳେ ସେହି କାର୍ଯ୍ୟ ସମ୍ପୂର୍ଣ ନହୋଇ ବିଲ ଉଠା ଯାଇଛି। କିନ୍ତୁ ଏବେ ସେହି କାର୍ଯ୍ୟକୁ ଠିକାଦାର କରୁଥିବାରୁ କେନ୍ଦୁଝର ଜିଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ ଓ ତାଙ୍କ ସହଯୋଗୀ ହଦଗଡ଼ ରେ ପହଞ୍ଚି କାର୍ଯ୍ୟକୁ ବନ୍ଦ କରିଥିଲେ। ତାଛଡା କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ କାର୍ଯ୍ୟ ବନ୍ଦ କରି ପଳାଇବାକୁ କହିଥିବାବେଳେ ବିଭାଗର ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ କାର୍ଯ୍ୟ ବନ୍ଦ କରିବାକୁ କହିଥିଲେ।ଫଳରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ କାର୍ଯ୍ୟ ବନ୍ଦ କରି ପଳାଇଥିଲେ। କାର୍ଯ୍ୟ ନ ସାରି ଯନ୍ତ୍ରୀ ବିଲ୍ କରିଥିବାବେଳେ ଏବେ ଅଭିଯୋଗ ପରେ ସେହି କାର୍ଯ୍ୟ କରାଯାଉଛି ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।