Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୁଅ ବୋହୂ ସହ ମିଶି ରହିଲେ ବୃଦ୍ଧାଶ୍ରମର ଆବଶ୍ୟକ ନାହିଁ

ସମ୍ବଲପୁର:ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ସଂଘ ପକ୍ଷରୁ ବରିଷ୍ଠ ଙ୍କୁ ସାକ୍ଷାତକାର କାର୍ଯ୍ୟକ୍ରମରେ ସଙ୍ଘର ଆଜୀବନ ସଦସ୍ୟା ଖଜୁରଟିକ୍ରା ୱାର୍ଡ ନଂ ୦୮ ରାଧାରାଣୀ ବିହାରରେ ରହୁଥିବା ସ୍ବର୍ଗତ ଲକ୍ଷ୍ମୀନାରାୟଣ ଦାଶ ଙ୍କ ଧର୍ମ ପତ୍ନୀ ଶ୍ରୀମତୀ ପଦ୍ମିନୀ ଦାଶ ଙ୍କୁ ସାକ୍ଷାତ କରାଯାଇଥିଲା।ଏହି ସାକ୍ଷାତକାର ସମୟରେ ପୁଅ ବୋହୁ ଓ ନାତି ଙ୍କ ସହିତ ଖୁବ ଆନନ୍ଦରେ ଥିବା ହସ ଖୁସୀରେ ପ୍ରକାଶ କରିଥିଲେ ପଦ୍ମିନୀ ଦାଶ। ସମସ୍ତ ପୁଅ ବୋହୁ ଏମାନଙ୍କ ପରି ବୃଦ୍ଧ ପିତା ମାତା ଙ୍କୁ ଘରେ ଠିକ ଭାବେ ରଖିଲେ ବୃଦ୍ଧାଶ୍ରମ ର ଆବଶ୍ୟକତା ପଡିବ ନାହିଁ ବୋଲି ସଂଘ ଉପଲବ୍ଧି କରିଥିଲା।
ପଦ୍ମିନୀଙ୍କ ତିନି ପୁଅ ଓ ଗୋଟିଏ ଝିଅ।
ସମସ୍ତେ ବାହାହୋଇ ଅଲଗା ରହୁଥିଲେ ହେଁ ବଡ ପୁଅ ପୁନେରେ ଚାକିରୀ କରୁଥିବା ବେଳେ ସାନ ପୁଅ ବରଗଡ଼ ଏକ ଘରୋଇ କମ୍ପାନୀରେ ଏବଂ ମଝିଆଁ ପୁଅ ଅଶ୍ବିନୀ କୁମାର ଦାଶ କଣ୍ଟ୍ରାକ୍ଟର ଭାବେ କାମ କରି ନିଜ ସ୍ତ୍ରୀ ମୁନି, ପୁଅ ଓ ମାଆଁ ଙ୍କୁ ପରିବାର ସହିତ ରଖି ଖୁସିରେ ରହୁଥିବା ପ୍ରକାଶ କରିଥିଲେ। ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ର ଅବସରପ୍ରାପ୍ତ ଅଧ୍ୟକ୍ଷ ସୁନୀଲ କୁମାର ଦେବତା ତାଙ୍କ ଜାମାତା। ମଝି ମଝିରେ ଝିଅ ଜ୍ବାଇଁ ଆସି ଦେଖା ଚାହାଁ କରନ୍ତି ବୋଲି ଶ୍ରୀମତୀ ଦାଶ ପ୍ରକାଶ କରିଥିଲେ।ଏପରିକି ଅନ୍ୟ ପୁଅ ବୋହୂ, ନାତି ନାତୁଣୀଙ୍କ ସହ ଫୋନରେ କଥା ହେବା ସହ ମଝି ମଝିରେ ସମସ୍ତଙ୍କ ଦେଖା ହୋଇଥାଏ। ସୁଖ ଦୁଃଖରେ ଆମେ ସମସ୍ତଙ୍କ ଭାଗିଦାରୀତା ରହିଥାଏ। ଜୀବନ ଜୀବନ ଜୀବିକା ନେଇ ଆମେ ଭିନ୍ନେ ହୋଇଥିଲେବି ମନ ଗୋଟିଏ। ଭିଡିଓ କଲ କରି ମଧ୍ୟ୍ୟ ଆମେ ଆମର ପ୍ରତିଦିନ ଦେଖାରେଖା କରୁ। ଘର ପରିବାର ହେଲେ ଅନେକ ସୁଖ ଦୁଃଖ ରହିଛି। ସବୁକୁ ବାଟ କାଟି ଆମେ ସମସ୍ତେ ଚାଲିବା ଶିଖିଥିବାରୁ ସେମିତି କିଛି କଷ୍ଟ ନାହିଁ।
ସଭାପତି ପ୍ରମୋଦ ଝାଙ୍କର ପୁଅ ବୋହୁ ଓ ନାତି ଙ୍କ ସଙ୍ଗରେ କିପରି ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରିବାରୁ ସ୍ବାମୀ ଙ୍କ ଅନ୍ତେ ଭାଙ୍ଗି ପଡିଥିବା ଶ୍ରୀମତୀ ଦାଶ ଧିରେ ଧିରେ ସେ ସବୁକୁ ଭୁଲି ଏବେ ଠିକ୍ ଅଛି ବୋଲି ପ୍ରକାଶ କରିଥିଲେ। ଏହି ସାକ୍ଷାତକାର ଅଭିଯାନ ରେ କେଦାର ମିଶ୍ର, ଗୋବିନ୍ଦ ଦାଶ, ତୁଳସୀ ଚରଣ ଦାଶ, ଦେବୀ ପଟ୍ଟନାୟକ ପ୍ରମୁଖ ଭାଗ ନେଇଥିଲେ।
ବରଗଡ଼ ଜିଲ୍ଲା ବରିଷ୍ଠ ନାଗରିକ ଙ୍କ ଏହି ସାକ୍ଷାତକାର ଅଭିଯାନ କୁ ପଦ୍ମିନୀ ଭୂୟସୀ ପ୍ରଶଂସା କରିବା ସହିତ ପୁଣି ଆଉଥରେ କେବେ ଆସିବାକୁ ଅନୁରୋଧ କରିଥିଲେ।
ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏହି ସାକ୍ଷାତକାର ଅଭିଯାନର ଅନେକ ସକାରାତ୍ମକ ପ୍ରଭାବ ସମାଜରେ ଦେଖିବାକୁ ମିଳୁଥିବାରୁ ଅନେକ ସ୍ଥାନରେ ଏହାର ଅନୁକରଣ କରାଯାଇ ବରିଷ୍ଠଙ୍କ ଦର୍ଶନ ପ୍ରଭୁଙ୍କ ଦର୍ଶନ ବୋଲି ଅନେକ ସ୍ଥାନରେ ବରଗଡ଼ ପରି ସାକ୍ଷାତକାର ଅଭିଯାନ ମୁଣ୍ଡ ଟେକୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories