ଓଡ଼ିଶା କ୍ୟାବିନେଟ ଢାଞ୍ଚାର ହେବ ପରିବର୍ତ୍ତନ, ମୋହର ବାଜିଲେ ମନ୍ତ୍ରୀଙ୍କ ରହିବ ଦାୟିତ୍ୱ


ଭୁବନେଶ୍ୱର: ଓଡ଼ିଶା କ୍ୟାବିନେଟର ଢାଞ୍ଚାର ହେବ ପରିବର୍ତ୍ତନ। ଢାଞ୍ଚା ପରିବର୍ତ୍ତନ ନେଇ ଜାରି ହୋଇଛି ନିର୍ଦ୍ଦେଶନାମା। ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏନେଇ ସବୁ ବିଭାଗକୁ ଚିଠି ଲେଖିଲେ ସଂସଦୀୟ ବ୍ୟାପାର ସଚିବ। ୫ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟ ବସିବାର ତାରିଖ। ୩ ଦିନ ପୂର୍ବରୁ ଚୂଡାନ୍ତ ହେବ କ୍ୟାବିନେଟର ସମସ୍ତ ପ୍ରସ୍ତାବ। ୨ ଦିନ ପୂର୍ବରୁ ମନ୍ତ୍ରୀଙ୍କ ପାଖକୁ ଯିବ କ୍ୟାବିନେଟ ପ୍ରସ୍ତାବର ଫାଇଲ। ମୁଖ୍ୟମନ୍ତ୍ରୀଙ୍କ ବିନା ଅନୁମତିରେ କୌଣସି ପ୍ରସ୍ତାବ କ୍ୟାବିନେଟକୁ ଆସି ପାରିବ ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅନୁମତି ବିନା ବିଭାଗୀୟ ସଚିବ କ୍ୟାବିନେଟରେ ବସି ପାରିବେ ନାହିଁ। ବିଭାଗୀୟ ସଚିବମାନେ କ୍ୟାବିନେଟ ରୁମରେ ନ ବସି ପାଖ ରୁମରେ ବସିବେ। ଆବଶ୍ୟକ ସ୍ଥଳେ ବିଭାଗୀୟ ସଚିବ କ୍ୟାବିନେଟ ବୈଠକ ରୁମକୁ ଯାଇ ପାରିବେ। ପ୍ରସ୍ତାବରେ ମୋହର ବାଜିବା ପରେ ତାକୁ କାର୍ଯ୍ୟକାରୀ କରାଇବା ମନ୍ତ୍ରୀଙ୍କ ଦାୟିତ୍ବ ରହିବ।