ଯୋଗ ଶିକ୍ଷକ ଏବଂ ସ୍ଵେଛାସେବୀ ପ୍ରିତମ ପାଇଲେ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର


ସମ୍ବଲପୁର:ଜାତୀୟ ସେବା ଯୋଜନାର ଶ୍ରେଷ୍ଠ ସ୍ଵେଛାସେଵୀ ଭାବେ ସମ୍ବଲପୁର ବିଶ୍ୱବିଦ୍ୟାଳୟ, ଇଂରାଜୀ ବିଭାଗର ଛାତ୍ର ପ୍ରିତମ ପ୍ରତ୍ୟୁଷ ବାରିକଙ୍କୁ ରାଜୀବ ଗାନ୍ଧୀ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଛି | ଭୁବନେଶ୍ୱର ଜୟଦେବ ଭବନ ରେ ଆୟୋଜିତ କାର୍ଯ୍ୟକ୍ରମ ରେ ଓଡିଶା ରାଜୀବ ଗାନ୍ଧୀ ଫୋରାମ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା।ପ୍ରିତମ ସମ୍ବଲପୁରରେ ଯୋଗ ଶିକ୍ଷକ ଭାବରେ ବେଶ ପରିଚିତ।ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଯଥା ଚାରା ରୋପଣ , ନାରୀ ସଶକ୍ତିକରଣ,ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସଚେତନତା ଓ ଯୋଗ ଶିକ୍ଷା ଭଳି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ରେ ନିଜର ପାରଦର୍ଶିତା ପ୍ରଦର୍ଶନ କରିଛନ୍ତି । ନିଜର ପାଠ ପଢା ଏବଂସାମାଜିକ କାର୍ଯ୍ୟକ୍ରମ ସହ ପ୍ରିତମ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଜଣେ ଯୋଗାସନ ପ୍ରତିଭାର ମହାରଥୀ ହୋଇ ରାଜ୍ୟ ଓ ଦେଶ ପାଇଁ ସୁନାମ ଅର୍ଜନ କରିଛନ୍ତି । ଯୋଗ ଶିକ୍ଷା ଗୁରୁ ଶ୍ରୀ ଚିତ୍ତରଞ୍ଜନ ପଣ୍ଡାଙ୍କଠୁ ଗ୍ରହଣ କରିଥିବା ବେଳେ ,ଡ. ବିଶ୍ଵମୋହନ ଜେନାଙ୍କ ନେତୃତ୍ୱରେ ଜାତୀୟ ସେବା ଯୋଜନା ଜରିଆରେ ଗଣତନ୍ତ୍ର ଦିବସ ପେରେଡରେ ମଧ୍ୟ ସେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।