Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୁଲାଇ ୨୪ରୁ ଆରମ୍ଭ ହେବ +୨ ପାଠପଢ଼ା : ଆଜିଠୁ ପିଲା କରିବେ ଆବେଦନ, ଆସିଲା ବିଜ୍ଞପ୍ତି..

ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ପାଇଁ ଆବେଦନ ଆସନ୍ତାକାଲିଠୁ ଅର୍ଥାତ ମେ ୨୪ରୁ ଆରମ୍ଭ ହେବ। ସାମ୍ସ ପୋର୍ଟାଲ ଜରିଆରେ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଧିବଦ୍ଧଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ କୁହାଯାଇଛି ଯେ ଯୁକ୍ତ ଦୁଇରେ ନାମଲେଖା ଲାଗି ଆବେଦନ ମେ ୨୪ରୁ ଆରମ୍ଭ ହୋଇ ଜୁନ୍ ୩୦ ତାରିଖରେ ଶେଷ ହେବ।

ଜୁଲାଇ ୭ରେ ପ୍ରଥମ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ। ଏହାପରେ ଜୁଲାଇ ୮ରୁ ୧୪ ଯାଏଁ ଆଡମିଶନ୍ ହେବା ପରେ ଜୁଲାଇ ୨୪ରୁ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କର କ୍ଲାସ୍ ଆରମ୍ଭ ହେବ।

ସୂଚନାଯୋଗ୍ୟ ଚଳିତ ବର୍ଷ ମାଟ୍ରିକରେ ୯୪.୯୩ ପ୍ରତିଶତ ରେଜଲ୍ଟ ହୋଇଛି। ପୁଅଙ୍କ ପାସ ହାର ୯୪ ପ୍ରତିଶତ ରହିଥିବା ବେଳେ ଝିିଅଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିଲେ ୫ ଲକ୍ଷ ୨ ହଜାର ୪୧୭ ଜଣ । ସେଥି ମଧ୍ୟରୁ ପାସ୍ କରିଛନ୍ତି ୪ ଲକ୍ଷ ୮୪ ହଜାର ୮୬୩ ଜଣ । ସେମାନଙ୍କ ମଧ୍ୟରୁ ୧୮୧୨ ଜଣ A1 ଗ୍ରେଡ ପାଇଥିବାବେଳେ, ୧୨ ହଜାର ୨୦୦ ଜଣ ଛାତ୍ରଛାତ୍ରୀ A2 ଗ୍ରେଡ ପାଇଛନ୍ତି । ସେହିପରି B1 ଗ୍ରେଡ ପାଇଛନ୍ତି ୩୮ ହଜାର ୮୩୧ ଜଣ ଛାତ୍ରଛାତ୍ରୀ। B2 ଗ୍ରେଡ ପାଇଛନ୍ତି ୮୪,୯୭୧ ଜଣ ଛାତ୍ରଛାତ୍ରୀ । C ଗ୍ରେଡ ପାଇଛନ୍ତି ୧ ଲକ୍ଷ ୩୩ ହଜାର ୮୮୨ ଜଣ ଛାତ୍ରଛାତ୍ରୀ। D ଗ୍ରେଡ ପାଇଛନ୍ତି ୧ ଲକ୍ଷ ୪୬ ହଜାର ୧୫୪ ଜଣ ଛାତ୍ରଛାତ୍ରୀ। E ଗ୍ରେଡ ପାଇଛନ୍ତି ୭୬,୦୧୩ ଜଣ ଛାତ୍ରଛାତ୍ରୀ। F ଗ୍ରେଡ ପାଇଛନ୍ତି ୭,୩୮୪ ଜଣ ଛାତ୍ରଛାତ୍ରୀ। ଚଳିତ ବର୍ଷ ଗଜପତି ଜିଲ୍ଲାରେ ସର୍ବାଧିକ ପାସହାର ୯୯.୩୫ ପ୍ରତିଶତ ରହିଥିବା ବେଳେ କୋରାପୁଟ ଜିଲ୍ଲାରେ ସର୍ବନିମ୍ନ ପାସ ହାର ୯୨.୮୩ ପ୍ରତିଶତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ