Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପିଏମ୍ ମୋଦିଙ୍କୁ ବଲୋଚ ନେତାଙ୍କ ଚିଠି , କହିଲେ – ସ୍ୱାଧୀନ ବଲୁଚିସ୍ତାନ ଭାରତ ପାଇଁ ବରଦାନ ହେବ

ବଲୁଚିସ୍ତାନ ଦୀର୍ଘ ଦିନରୁ ସ୍ୱାଧୀନତା ଦାବି କରି ଆସୁଛି। ବଲୁଚ୍ ଆମେରିକୀୟ କଂଗ୍ରେସର ଅଧ୍ୟକ୍ଷ ତାରା ଚନ୍ଦ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ସ୍ୱାଧୀନ ବଲୁଚିସ୍ତାନ ଆନ୍ଦୋଳନ’କୁ ଅଧିକ ମାତ୍ରାରେ ସମର୍ଥନ ଦେବାକୁ ଅନୁରୋଧ କରିଛନ୍ତି। ସେ ପିଏମ ମୋଦିଙ୍କୁ ଚିଠି ମଧ୍ୟ ଲେଖିଛନ୍ତି , ଯେଉଁଥିରେ ବଲୁଚ ଲୋକଙ୍କ ବିରୋଧରେ ଦୀର୍ଘ ଦଶନ୍ଧି ଧରି ହେଉଥିବା ଅତ୍ୟାଚାର , ଯେଉଁଥିରେ ଜବରଦସ୍ତ ଗାଏବ କରିବା , ଯନ୍ତ୍ରଣା ଦେବା ଓ ନରସଂହାର କରିବା ଆଦି ପାଇଁ ପାକିସ୍ତାନର ନିନ୍ଦା କରିଛନ୍ତି।ସେ କହିଛନ୍ତି ଯେ, ସ୍ୱାଧୀନ ବଲୁଚିସ୍ତାନ ଭାରତ ପାଇଁ ବରଦାନ ହେବ।

ଚନ୍ଦ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି , ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏକ ଚିଠି ଲେଖିଛି … ସ୍ୱାଧୀନ ବଲୁଚିସ୍ତାନ ପାଇଁ ସାର୍ଥକ ସମର୍ଥନ ଦେବାକୁ ଅନୁରୋଧ କରିଛି। ବଲୁଚ ଲୋକ ପାକିସ୍ତାନର ଶାସନରେ ଉତ୍ପୀଡ଼ିତ ଓ ନରସଂହାରର ସାମ୍ନା କରୁଛନ୍ତି। ଏକ ସ୍ୱତନ୍ତ୍ର ବଲୁଚିସ୍ତାନ ଶାନ୍ତିପ୍ରିୟ ଭାରତ ପାଇଁ ଏକ ବରଦାନ ହେବ। ନ୍ୟାୟ ପାଇଁ ଆମ ସହ ଠିଆ ହୁଅନ୍ତୁ।

ସେ ଏହି ଅପିଲ ବଲୁଚ ଆମେରିକୀୟ କଂଗ୍ରେସ ପକ୍ଷରୁ ପଠାଯାଇ ଥିବା ଦୁଇ ଔପଚାରିକ ଚିଠି ମାଧ୍ୟମରେ ସିଧା ଦିଲ୍ଲୀରେ ପ୍ରଧାମନ୍ତ୍ରୀ କାର୍ଯ୍ୟାଳୟକୁ ପଠାଇଛି। ନିଜ ଚିଠିରେ , ଚନ୍ଦ ବଲୁଚିସ୍ତାନ ମାମଲାରେ ଭାରତୀୟ ନେତୃତ୍ୱଙ୍କ ପ୍ରଥମ ଧ୍ୟାନ ଦେବାକୁ ନେଇ ପ୍ରଶଂସା କରିଛନ୍ତି , ବିଶେଷ ରୂପେ ଲାଲ କିଲ୍ଲାର ଭାଷଣ ବେଳେ ପିଏମ ମୋଦିଙ୍କ ଟିପ୍ପଣୀର ଉଲ୍ଲେଖ କରିଛନ୍ତି , ଯାହାକୁ ସେ ନୈତିକ ସମର୍ଥନର ପ୍ରଦର୍ଶନ ଭାବେ ଦେଖନ୍ତି , ଯିଏକି ବୈଶ୍ୱିକ ସ୍ତରରେ ଉତ୍ପୀଡିତ ବଲୁଚ ନାଗରିକଙ୍କ ମଧ୍ୟରେ ଆଶାକୁ ପ୍ରେରଣା ଯୋଗାଇଛି।

ଡା. ଚନ୍ଦ କହିଛନ୍ତି , ଆପଣଙ୍କର ଲାଲ୍ କିଲ୍ଲାର ସମ୍ୱୋଧନରେ ବଲୁଚିସ୍ତାନର ଉଲ୍ଲେଖ ସାରା ଦୁନିଆର ବଲୁଚ ଲୋକଙ୍କ ଦ୍ୱାରା ଏକ ଏମିତି ରାଷ୍ଟ୍ର ପାଇଁ ନୈତିକ ସମର୍ଥନର ସଙ୍କେତ ଭାବେ ସ୍ୱୀକାର କରାଯାଇଛି, ଯାହା ଉପରେ ପାକିସ୍ତାନ କବଜା କରିଛି, ଏହାକୁ ନିଜ ଅଧିନ କରି ନେଇଛି ଏବଂ ଏହାକୁ ଆତଙ୍କିତ କରି ଦେଇଛି। ସେ ଜୋର ଦେଇ କହିଛନ୍ତି କି, ବଲୁଚ୍ ଲୋକଙ୍କୁ ରାୱଲପିଣ୍ଡି ଜିଏଚକ୍ୟୁରେ ପାକିସ୍ତାନର ପ୍ରମୁଖ ସେନା ପ୍ରତିଷ୍ଠାନ ଦ୍ୱାରା ସମର୍ଥିତ ଜିହାଦୀ ସେନା ଦ୍ୱାରା କରାଯାଇ ଥିବା ନରସଂହାର ଭଳି କାର୍ଯ୍ୟର ସାମ୍ନା କରିବାକୁ ପଡ଼ିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ