Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କାୟା ମେଲାଉଛି ନୂଆ କରୋନା ଭୂତାଣୁ JN.1, ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ମହାରାଷ୍ଟ୍ର ଥାନେ ସମେତ ବିଭିନ୍ନ ସ୍ଥାନରେ କାୟା ମେଲାଉଛି ନୂଆ କରୋନା ଭୂତାଣୁ JN.1। ମେ ୨୪ ତାରିଖ ସୁଦ୍ଧା ଥାନେରେ କୋଭିଡ ଆକ୍ରାନ୍ତଙ୍କ ସଖ୍ୟା ୧୮ ହୋଇଥିବାବେଳେ କେରଳରେ ଏହି ସଂଖ୍ୟା ରହିଛି ୨୭୩। ସେହିପରି କର୍ଣ୍ଣାଟକର ୩୫, ଦିଲ୍ଲୀରେ ୨୩ ଜଣ ସଂକ୍ରମିତ ହୋଇଛନ୍ତି। ହାଇଦ୍ରାବାଦ ଓ ନୋଏଡାରେ ଜଣେ ଲେଖାଏ ଏଥିରେ ଆକ୍ରାନ୍ତ ହୋଇଛନ୍ତି।

ସେପଟେ JN.1 କୋଭିଡ-୧୯ ଭାରିଆଣ୍ଟ ଓ ଓମିକ୍ରନ ଲିନିଏଜ BA.2.86 ସବଭାରିଆଣ୍ଟ ଏବେ ବିଭିନ୍ନ ରାଜ୍ୟରେ କାୟା ମେଲାଇଥିବା ଦେଖାଯାଇଛି। ତେବେ ଏହାକୁ ଭାରିଆଣ୍ଟ ଅଫ କନସର୍ନ ବୋଲି କହିନାହିଁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ସିଙ୍ଗାପୁରରେ JN.1 ଭାରିଆଣ୍ଟଠାରୁ ଜାତ LF.7 ଓ NB.1.8 ବିଶେଷ ପ୍ରଭାବ ବିସ୍ତାର କରିଥିବା ଦେଖାଯାଉଛି। ସେପଟେ JN.1କୁ ଚିନ୍ତିତ ନ ହେବା ଲାଗି ପରାମର୍ଶ ଦେଉଛନ୍ତି ଡାକ୍ତର।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ