Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଯୁବପ୍ରସ୍ତୁତି ପ୍ରଶିକ୍ଷଣ

ସମ୍ବଲପୁର: ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ର ନିଜସ୍ୱ ପ୍ରେକ୍ଷାଳୟ ରେ ୨୦୨୫ ବର୍ଷ ପାଇଁ ରାଷ୍ଟ୍ର ନିର୍ମାର୍ଣ ରେ ଯୁବ ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର ର ଷଷ୍ଠ ସପ୍ତାହ ର ଶିକ୍ଷାଦାନ ସମାପନ ହୋଇଯାଇଛି।ପୂଜାର୍ଚ୍ଚନା ଓ ପ୍ରାର୍ଥନା ପରେ ।ଔପଚାରିକ ଭାବେ ଆଜିର ପ୍ରଥମ ଅଧିବେଶନ ନୈତିକ ଶିକ୍ଷା ଆଧାରରେ ପ୍ରଶିକ୍ଷଣ ର ପ୍ରସଙ୍ଗ ” ଶାନ୍ତି”ଉପରେ ପ୍ରଶିକ୍ଷଣ ଆରଂମ୍ଭ କରି ସମାଜସେବୀ ଶ୍ରୀ ମୁକ୍ତକଣ୍ଠ ପ୍ରଧାନ ବର୍ତ୍ତମାନ ପରିପ୍ରେକ୍ଷୀରେ ଶାନ୍ତି ର ଆବଶ୍ୟକତା ର ବିଭିନ୍ନ ଦିଗ ଉପରେ ଆଲୋଚନା କରି ଶାନ୍ତି ହିଁ ବିଶ୍ୱ ବାସୀ ଙ୍କ କାମନା ହେବା ଉଚିତ ବୋଲି କହିଥିଲେ।
ଦ୍ଵିତୀୟ ଅଧିବେଶନ ସ୍ୱାସ୍ଥ୍ୟବିଜ୍ଞାନ ଉପରେ ଆଲୋଚନା ଆରମ୍ଭ କରି ବିଶିଷ୍ଟ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁରେଶ ଚନ୍ଦ୍ର ଦାନୀ,ଚକ୍ଷୁ ର ସୁଖ୍ମଗଠନ, ଚକ୍ଷୁ ଜନିତ ବିଭିନ୍ନ ରୋଗ , ଏହାର କାରଣ ଓ ନିରାକରଣ ଉପରେ ଆଲୋକପାତ କରି ଚକ୍ଷୁ ର ନିୟମିତ ଯତ୍ନ ନେବାରେ ଅବହେଳା ନ କରିବାକୁ ଆହ୍ୱାନ ଦେଇଥିଲେ।ଆରମ୍ଭ ରୁ ଡାକ୍ତର ଜୟଦେବ ମେହେର ପିଲାଙ୍କୁ ଯୋଗାସନ ର ମୁଦ୍ରା ଉପରେ ସୂଚନା ଦେଇଥିଲେ।ପ୍ରଶିକ୍ଷ୍ୟାର୍ଥୀ ମାନଙ୍କ ମଧ୍ୟରୁ ବିଦୁଶୀ,ନଳେନ୍ଦ୍ରୀ,ନନ୍ଦିନୀ ସୋନାଲି,ଓ ଦିବ୍ୟାନଶୁ ପ୍ରମୁଖ ଆଲୋଚନା ର ଅଂଶ ଗ୍ରହଣ କରିଥିଲେ।କାର୍ଯ୍ୟକ୍ରମ ର ସଂଯୋଜକ ସମସ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ କୋବିଡ଼ ମହାମାରୀ ର ଆଶଙ୍କା ଦୃଷ୍ଟି ରୁ ଆସନ୍ତା ସପ୍ତାହ ରୁ ପିଲାମାନେ ସତର୍କତା ସ୍ୱରୂପ ମାକ୍ସ ପିନ୍ଧି। ଆସିବାକୁ ପରାମର୍ଶ ଦେଇଥିଲେ।ଆଜି କାର୍ଯ୍ୟକ୍ରମ ରେ ପ୍ର. ଆଦିତ୍ୟ ପ୍ରସାଦ ପାଢ଼ୀ, ପ୍ର. ସେବକ ତ୍ରିପାଠୀ,ରଘୁନାଥ ମିଶ୍ର, ସୁଶାନ୍ତ ଗୁରୁ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶ୍ରୀ ଗୋଳକ ବିହାରୀ ମିଶ୍ର, ବିଜୟ କୁମାର ସାହୁ ,ତୁଷାର ଓ ଜିଲୁ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ। ଆଜି ର ଶିବିରରେ ମୋଟ ୧୯ ଟି ହାଇସ୍କୁଲ ରୁ ୫୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଜାତୀୟ ସଙ୍ଗୀତ ସହ ଆଜିର ଶିବିର ଉଦଯାପିତ ହୋଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ