ସମ୍ବଲପୁର:”ପ୍ରେସ୍ କାଉନ୍ସିଲ୍ ଭାରତ” ହେଉଛି ଭାରତ ସରକାର ଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅଧୀନରେ 1978 ମସିହାରେ ପ୍ରେସ୍ କାଉନ୍ସିଲ୍ ଆଇନ ଅନୁଯାୟୀ ଗଠିତ ଏକ ଆଇନଗତ ସଂସ୍ଥା। ଏହାର ଉଦ୍ଦେଶ୍ୟ ହେଉଛି ଭାରତରେ ପ୍ରେସ୍ ବ୍ୟବସ୍ଥା ର ସ୍ଵାଧୀନତା କୁ ରକ୍ଷା କରିବା ସହ ଖବରକାଗଜ ଓ ସମ୍ବାଦ ଏଜେନ୍ସି ଗୁଡିକର ଗୁଣବତ୍ତା ସ୍ତରକୁ ବୃଦ୍ଧି କରିବା।ପ୍ରେସ୍ କାଉନ୍ସିଲ୍ ଭାରତର କେନ୍ଦ୍ରୀୟ କାର୍ଯ୍ୟାଳୟ ନୂତନ ଦିଲ୍ଲୀର ସୂଚନା ଭବନ, CGO କମ୍ପ୍ଲେକ୍ସ, ଲୋଧି ରୋଡ଼ ରେ ଅବସ୍ଥିତ। ଏହାର କୌଣସି ରାଜ୍ୟ ସ୍ତରୀୟ ଶାଖା କିମ୍ବା ଅନ୍ୟ କୌଣସି ସଂସ୍ଥା ନାହିଁ ଯେଉଁଥିରେ ଏହି ନାମ ବ୍ୟବହୃତ ହୋଇପାରିବ। ତଥାପି, ଏହି ନାମ(“ପ୍ରେସ୍ କାଉନ୍ସିଲ୍) କିମ୍ବା ଏହାର ଅନ୍ୟ ଭାଷା ରେ ଅନୁବାଦ “ଭାରତୀୟ ପ୍ରେସ୍ ପରିଷଦ” ବ୍ୟବହାର କରି ଅନେକ ସ୍ଥାନୀୟ କିମ୍ବା ସରକାରୀ ସଂଗଠନ ତିଆରି ହେଉଛି, ଯାହା ଏହି ସଂସ୍ଥାର ଆଇନଗତ ମୂଲ୍ୟ ଓ ପରିଚୟକୁ କ୍ଷତି ପହଞ୍ଚାଉଛି।
ବିଧି ଓ ନ୍ୟାୟ ବିଭାଗ ଏହି ପ୍ରକାର ଅନଧିକୃତ ବ୍ୟବହାରକୁ “Emblems and Names (Prevention of Improper Use) Act, 1950” ର ଧାରା 3 ଓ ଏଣ୍ଟ୍ରୀ 7(ii) ଅନୁଯାୟୀ ଅବୈଧ ଘୋଷଣା କରିଛନ୍ତି। ଏହି କ୍ଷେତ୍ରରେ କେବଳ କେନ୍ଦ୍ର ସରକାରର ଅନୁମତି ସହିତ ମାନ୍ୟତା ଦିଆଯାଇପାରିବ।
ଏହି ପ୍ରସଙ୍ଗରେ ଆପଣ ମାନଙ୍କୁ ଏହି ପ୍ରକାର ଅନଧିକୃତ ନିବନ୍ଧନ କିମ୍ବା ବ୍ୟବହାରକୁ ତୁରନ୍ତ ବନ୍ଦ କରିବାକୁ ଅନୁରୋଧ କରାଯାଉଛି।
ପ୍ରେସ୍ କାଉନ୍ସିଲ୍ ଭାରତ ନାମର ଅନଧିକୃତ ବ୍ୟବହାର ବିଷୟରେ ସତର୍କତା
