Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମୁନି ବିଜୁଳି ସମସ୍ୟା, ଜିଲ୍ଲାପାଳଙ୍କୁ ଭେଟିବାକୁ ବିଦ୍ୟୁତ ଉପଭୋକ୍ତା ସଂଘର ନିଷ୍ପତ୍ତି

ସମ୍ବଲପୁର: ପଡିଆବାହାଲ ବିଦ୍ୟୁତ ସେକ୍ସନ ଅଧୀନ ଅଞ୍ଚଳରେ ବିଦ୍ୟୁତ ସେବା କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାକୁ ଲାଗିଥିବାରୁ ଏହାକୁ ନେଇ ଆଞ୍ଚଳିକ ବିଦ୍ୟୁତ ଉପଭୋକ୍ତା ସଂଘର ଏକ ବୈଠକରେ କ୍ଷୋଭ ପ୍ରକାଶ କରି ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିବାକୁ ଆଜି ନିଷ୍ପତ୍ତି ନିଆଯାଇଛି।
ଆଜି ସନ୍ଧ୍ୟାରେ ସଂଘର ସଭାପତି ଆଶୁତୋଷ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାରମ୍ବାର ବିଜୁଳି କାଟ, ବିଜୁଳି ମରାମତି ରକ୍ଷଣା ବେକ୍ଷଣ ରେ ଅବହେଳା, ଗାଁ ମାନଙ୍କରେ ଝୁଲି ରହିଥିବା ତାର, ଅସୁରକ୍ଷିତ ଭାବେ ଥିବା ଟ୍ରାନ୍ସଫର ଗୁଡିକୁ ସ୍ଥାନାନ୍ତର ପ୍ରଭୃତି ବିଷୟରେ ଆଲୋଚନା କରାଯାଇ ଥିଲା।
ଏହି ବୈଠକରେ ବିଦ୍ୟୁତ ସମସ୍ୟା ବ୍ୟତୀତ, ଜୁଯୋମୁରା ଜୋନ-୧ ଅଞ୍ଚଳରେ ସ୍ୱତନ୍ତ୍ର ବ୍ଲକ ସ୍ଥାପନା, ହାତୀ ଉପଦ୍ରଵ ଯୋଗୁଁ ଜନ ଜୀବନ ବିପଦ ଓ ଚାଷ ଉପରେ ବଡ଼ ପ୍ରଭାବ, ବାହାମ କଣ୍ଟାକୁ ପୁନଃ ଋଦ୍ଧାର କରାଯାଇ ଏକ ଆଦର୍ଶ ସରୋବରେ ପରିଣତ କରିବା, ପଡିଆବାହାଲ ଠାରେ ଏକ ଏକ ସଭା ଘର ଓ ବିଶ୍ରାମଗାର ପ୍ରତିଷ୍ଠା କରିବା ଭଳି ଜନହିତକର ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା। ଏହି ବୈଠକରେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ବତୀ ଭୋସାଗର, ଉପସଭାପତି ହରିହର ନାୟକ, କୋଷାଧକ୍ଷ ଅଶୋକ କୁମାର ପୁରୋହିତ, ସାଧାରଣ ସମ୍ପାଦକ ଡାକ୍ତର ରାଜାରାମ ଷଡ଼ଙ୍ଗୀ,ଦେବାନନ୍ଦ ଭୋସାଗର, ପ୍ରଦୀପ ଭୋଇ, ବିପିନ ବିହାରୀ ପ୍ରଧାନ, ସୁକାନ୍ତ ଶତପଥୀ, ଗୌର ଭୁଏ, ଅକୁର ମେହେର, ପ୍ରବୀଣ କୁମାର ସୁପକାର, ପ୍ରଦୀପ କୁମାର ବେହେରା,ଜେ ରଣା ପ୍ରମୁଖ ଉପସ୍ଥିତ ରହି ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ