Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶିଅଳ ଭବନ ପାଇ ଜାଗା ଦାବି

ସମ୍ବଲପୁର: ସମ୍ବଲପୁର ଠାରେ ଶିଅଳ ଭବନ ନିର୍ମାଣ ପାଇଁ ଜାଗା ଦେବା ପାଇଁ ଦାବି ହୋଇଛି I ସମ୍ବଲପୁର ଶିଅଳ ସମାଜ ପକ୍ଷରୁ ଏ ନେଇ ସମ୍ବଲପୁର ଜିଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି I ପଶ୍ଚିମଓଡ଼ିଶାର ୮ ହଜାର ଶିଅଳ ପରିବାର ରହୁଥିବା ଦର୍ଶାଇଛନ୍ତି | ଗରିବ ଶ୍ରେଣୀର ହୋଇଥିବାରୁ ଅନେକ ସମ୍ବଳ ଅଭାବରୁ ନିଜ ପିଲାଙ୍କୁ ଶିଅଳ ଉପଯୁକ୍ତ ଶିକ୍ଷା ମଧ୍ୟ ଦେଇ ପାରୁ ନଥିବା ସମାଜ ପକ୍ଷରୁ କହାଯାଇଛି। ଶିଅଳ ଭବନ ପାଇଁ ଜାଗା ଦେଲେ ସମାଜର ବାର୍ଷିକ ଉତ୍ସବ, ସଭାସମିତି ତଥା ମେଧାବୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ବ୍ୟବସ୍ଥା କରିବୁ ବୋଲି ଦାବିପତ୍ରରେ ଉଲ୍ଲେଖ କରିଛନ୍ତି | ସଭାପତି ସୁରେଶ ବେହେରା, ସାଧାରଣ ସମ୍ପାଦକ ପ୍ରଫୁଲ୍ଲ ବେହେରା, ସହ ସମ୍ପାଦକ ପୁରୀ ବେହେରା, ଅଶୋକ ବେହେରା, ନନ୍ଦି ବେହେରା, ଓମକାର ରାଉତ, ପୀତବାସ ବେହେରା, bhରତ ବେହେରା, ସାଲେଗ୍ରାମ ବେହେରା ପ୍ରମୁଖ ଉପସ୍ଥିତ ରହି ଦାବିପତ୍ର ପ୍ରଦାନ କରିଥିଲେ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ