Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାଚସ୍ପତିଙ୍କ ସମେତ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁ, ସମୀର ଦାସ

ଭୁବନେଶ୍ୱର: ଓଡିଶା ବିଧାନସଭା ବାଚସ୍ପତି ବିକ୍ରମ କେଶରୀ ଆରୁଖ, ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଏବଂ ବିଦ୍ୟାଳୟ ତଥା ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ ଶୁକ୍ରବାର ଦିନ ସେମାନଙ୍କ ପଦରୁ ଇସ୍ତଫା ଦେଇଛନ୍ତି।
ଏକ ସାମ୍ବାଦିକ ସମ୍ମିଳନୀରେ ଇସ୍ତଫା ଘୋଷଣା କରି ବାଚସ୍ପତି କହିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ସେ ଏହି ପଦ ଛାଡିଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ବିଧାନସଭାର ଡେପୁଟି ବାଚସ୍ପତି ରାଜନୀକାନ୍ତ ସିଂଙ୍କ ନିକଟକୁ ପଠାଇଛନ୍ତି ବୋଲି ସେ କହିଛନ୍ତି।

ଏହା ସହିତ ଯଦିଓ ଆରୁଖ ତାଙ୍କ ଇସ୍ତଫା ଦେବାର ପ୍ରକୃତ କାରଣ ବିଷୟରେ କିଛି କହି ନାହାନ୍ତି। ତଥାପି ସେ କହିଛନ୍ତି, “ମୁଁ ବାଚସ୍ପତି ଭାବରେ ମୋର ସଚ୍ଚୋଟତା ଏବଂ ଆନ୍ତରିକତାର ସହ କାର୍ଯ୍ୟ କରିଛି। ମୁଁ ସମାନ ପ୍ରତିଶ୍ରୁତି ଦେଇ ଲୋକଙ୍କ ସେବା ଜାରି ରଖିବି। ”

ଆରୁଖା ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନମଣ୍ଡଳୀରୁ ୫ ଥର ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି। ସେ ଗୋଟିଏ ବର୍ଷ ପୂର୍ବରୁ ବାଚସ୍ପତି ପଦ ଗ୍ରହଣ କରିଥିଲେ।

ତେବେ ସମୀର ଦାଶ ଓ ଶ୍ରୀକାନ୍ତ ସାହୁ କାହିଁକି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ସେନେଇ ସେମାନେ କୌଣସି ପ୍ରତିକ୍ରିୟା ରଖି ନାହାଁନ୍ତି । ତେବେ ଚର୍ଚ୍ଚା ହେଉଛି ସାଙ୍ଗଠନିକ ସ୍ଥିତିକୁ ସୁଦୃଢ଼ କରିବାକୁ ଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି । ବିକ୍ରମ ଆରୁଖ, ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ପରେ କିଏ ବାଚସ୍ପତି ହେବ ଓ କାହାକୁ ନବୀନ ମନ୍ତ୍ରିମଣ୍ଡଳରେ ସାମିଲ୍ କରିବେ ତାକୁ ନେଇ ବେଶ୍ ଚର୍ଚ୍ଚା ଜୋର୍‌ ଧରିଛି।