Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଦିନିଆ ବର୍ଷା ଯୋଗୁଁ ବ୍ୟାପକ ଧାନ ଫସଲ ନଷ୍ଟ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ଅଦିନିଆ ବର୍ଷା ଯୋଗୁଁ ରବି(ଡାଳୁଅ)ଧାନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନ ଜିଲ୍ଲାରେ ଡାଳୁଅ ଧାନ ସଂଗ୍ରହ ଚାଲିଛି।
ଅଦିନିଆ ବର୍ଷା ଯୋଗୁଁ କ୍ଷେତ,ଖଳା ଓ ବଜାର ପ୍ରାଙ୍ଗଣ ଗୁଡିକରେ ଥିବା ଧାନ ଭିଜି ଯାଇଛି । ସମ୍ବଲପୁର ଜିଲ୍ଲାର ସଦର ଉପଖଣ୍ଡ ଏବଂ କୁଚିଣ୍ଡାର କେତେକାଂଶରେ ରବି ଧାନ
ଚାଷ ହୋଇଥାଏ । ବର୍ଷାରୁ ନିଜ ଫସଲକୁ ରକ୍ଷା କରିବା ପାଇଁ କିଛି ଚାଷୀ ଖଳାରେ ଧାନକୁ ଘୋଡାଇବା
ପାଇଁ ଚେଷ୍ଟା କରିଥିଲେ । ମାତ୍ର ଚାଷ ଜମିରେ ଥିବା ଧାନ ଓ ପେଟା ପଡି ରହିଥିଲା । ଯାହାକୁ ନେଇ ଚାଷୀ ଚିନ୍ତାରେ ପଡିଯାଇଛି। ତେବେ କ୍ଷେତ ଗୁଡିକରେ ଜମି ରହିଥିବା ପାଣି
ନଶୁଖିଲା ପର୍ଯ୍ୟନ୍ତ ଧାନକଟା ଆରମ୍ଭକରା ଯାଇପାରି ନାହିଁ । କିମ୍ବା ଧାନକଟା ମେସିନ ମଧ୍ୟ ବ୍ୟବହାର ହୋଇପାରିବ ନାହିଁ। ସମ୍ବଲପୁର ଜିଲ୍ଲା କୃଷକ ସୁରକ୍ଷା ସଙ୍ଗଠନର କର୍ମକର୍ତ୍ତା ମାନେ ବିଭିନ୍ନ ଗ୍ରାମକୁ ଯାଇ ଧାନ ଫସଲର ସ୍ଥିତି ଅନୁଧ୍ୟାନ କରିଥିଲେ ଆସନ୍ତା କାଲି ଅଦିନିଆ ବର୍ଷା ଯୋଗୁଁ ଫସଲ ହାନୀ ବାବଦରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ। ଗତବର୍ଷ ଆଜି ଦିନରେ ୪୫୯୩ଜଣ ଚାଷୀ ୮ଲକ୍ଷ ୪୬ହଜାର ବସ୍ତା ଧାନ ପେକ୍ସ ଓ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଜରିଆରେ ରାଜ୍ୟ ଯୋଗାଣ ନିଗମକୁ ବିକ୍ରି କରିଥିଲେ। ଚଳିତବର୍ଷ ଆଜି ସୁଦ୍ଧା ୭୦୪୮ ଜଣ ଚାଷୀ ୧୨ଲକ୍ଷ ୫୬ହଜାର୩୦ ୩ବସ୍ତା ଧାନ ବିକ୍ରି କରିଛନ୍ତି । ଆଜି ମଧ୍ୟ ୮୦୦ଜଣ ଚାଷୀ ୧ଲକ୍ଷ ୩୬ହଜାର ୭୭୮ବସ୍ତା ଧାନ ବିକ୍ରି କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଚଳିତ ରବି ଋତୁରେ ସମ୍ବଲପୁର ଜିଲ୍ଲାରେ ଧାନ ବିକ୍ରୀ ପାଇଁ ୧୬ହଜାର ୪୯୦ ଜଣ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜିକରଣ କରିଛନ୍ତି ।ଗତ ୧୪ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଛି । ଜିଲ୍ଲାର ୫୮ଟି ଧାନ କ୍ରୟ କେନ୍ଦ୍ରରେ ୩୨ଟି ପେକ୍ସ ଓ ୧୦ଟି ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଧାନ କ୍ରୟ କରାଯାଉଛି ।ପଞ୍ଜିକରଣ କରିଥିବା ଆଉ ଅଧିକ ଚାଷଙ୍କ ଧାନ ବିକ୍ରୟ ପାଇଁ ରହିଥିବା ବେଳେ ଅଦିନିଆ ବର୍ଷା ସେମାନଙ୍କ ପାଇଁ ଦାଉ ସାଜିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ