ସମ୍ବଲପୁର:ଓଡ଼ିଶା ସାଂସ୍କୃତିକ ସମାଜ ଠାରେ ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ସ୍କୁଲ ତଥା କଲେଜ ସ୍ତରୀୟ ବକ୍ତୃତା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି l ଏହି ପ୍ରତିଯୋଗିତାକୁ ସଭାପତି ଡ ପରେଶ ଦାନୀ ଉଦଘାଟନ କରିଥିଲେ ଓ ସମ୍ପାଦକ ଶ୍ରୀ ଦୀନବନ୍ଧୁ ପଣ୍ଡା ସମସ୍ତଙ୍କୁ ସ୍ଵାଗତ କରି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ l ଜୁନିୟର ସ୍କୁଲ ସ୍ତରରେ ସେନ୍ଟ ଜୋନ ସ୍କୁଲର ମନୋଜ୍ଞା ଦ୍ଵିବେଦୀ ପ୍ରଥମ, ସେନ୍ଟ ଜୋଶେଫ କନ୍ ଭେଣ୍ଟ୍ ସ୍କୁଲର ବୈଭବ ଅଗ୍ରୱାଲ ଓ ଶାଶ୍ୱତ ଶତୃସଲ୍ୟ ଯୁଗ୍ମ ଦ୍ୱିତୀୟ ଓ ଆର୍ଯ୍ୟମେଷ ପାଣିଗ୍ରାହୀ ତୃତୀୟ ହୋଇଥିଲେ l ସିନିୟର ସ୍କୁଲ ସ୍ତରରେ ବିକାଶ ସ୍କୁଲର ଅନନ୍ୟା ପତି ପ୍ରଥମ, ବୁଢ଼ାରଜା ହାଇସ୍କୁଲର ଅମ୍ରିତା ମିଶ୍ର ଦ୍ଵିତୀୟ ଓ ସେନ୍ଟ ଜୋନ ସ୍କୁଲର ମୌସୁମୀ ମେହେର ତୃତୀୟ ହୋଇଥିଲେ l କଲେଜ ସ୍ତରରେ ଏମସ କଲେଜର ମିନାଲ ଚନ୍ଦ ରଣl ପ୍ରଥମ, ସୁଶ୍ରୀ ମହାନ୍ତି ଦ୍ଵିତୀୟ ଓ ଶୁପିତ କୁମାର ସିଂ ଓ ଏନ୍ ଏ ସି କଲେଜ, ବୁର୍ଲାର ଗୌରବ ମେହେର ଯୁଗ୍ମ ତୃତୀୟ ହୋଇଥିଲେ l ବିଚାରକ ଭାବେ ସର୍ବଶ୍ରୀ ରାଜେନ୍ଦ୍ର ପଣ୍ଡା, ଡ ବସନ୍ତ କୁମାର ଦାଶ, ସଞ୍ଜୟ ପଟ୍ଟନାୟକ, ସ୍ଵୟମ ପ୍ରକାଶ ପଣ୍ଡା, ରାମେଶ୍ଵର ପାଢୀ, ଶିବ ଶଙ୍କର ଷଡଙ୍ଗୀ, ଅଭିଷେକ ପଣ୍ଡା, ଯୋଗେଶ ଭୋଇ ଓ ପ୍ରଶାନ୍ତ ପାଟ୍ଟଯୋଶୀ ଯୋଗ ଦେଇଥିଲେ l ସହଯୋଗ କରିଥିଲେ ଅଶୋକ ମିଶ୍ର, ଅଖିଳ ରଞ୍ଜନ ପଟ୍ଟନାୟକ, ରାମାନୁଜ ପଣ୍ଡା, କୈଳାଶ ମିସ୍ତ୍ରୀ, ତାପସ କୁମାର ଦାସ, ବିଜଯଲକ୍ଷ୍ମୀ ବେହେରା, ଲଲିତ ବେବର୍ତା l କାର୍ଯ୍ୟକ୍ରମଟିକୁ ସଂଯୋଜନା କରିଥିଲେ ପରିବେଶ କମିଟି ଆବାହକ ଶ୍ରୀ ଦିଲୀପ କୁମାର ବଘାର ଓ ସେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।
ବିଶ୍ଵ ପରିବେଶ ଦିବସ ଉପଲକ୍ଷେ ବକ୍ତୃତା ପ୍ରତିଯୋଗୀତା
