Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜୟନ୍ତପୁରରେ ଶୀତଳ ଷଷ୍ଠି,ସରିଲା ପତ୍ରପେଣ୍ଡି, ଆଜି ବିବାହ

ସମ୍ବଲପୁର:ଗତ ୩ ବର୍ଷ ଧରି ଆରମ୍ଭ ହୋଇଥିବା ଜୟନ୍ତପୁର ଶୀତଳ ଷଷ୍ଠି ଯାତ୍ରା ଆଜି ଆରମ୍ଭ ହୋଇଛି।
ବର ମାତା ପିତା ଆଜି ରାତି ୮ ଟାରେ କନ୍ୟା ମାତା ପିତା ବାସ ଭବନରେ ପହଞ୍ଚି ବିବାହ ଲଗ୍ନ ଦେଇ ପତ୍ରପେଣ୍ଡି କରିଛନ୍ତି। ପଣ୍ଡିତ ରଞ୍ଜନ କୁମାର କରଙ୍କ ପୌରହିତ୍ୟ ରେ ଏହା ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ପିନ୍ଧାଣି ବିବାହ କାର୍ଯ୍ୟକ୍ରମ ରହିଛି।
ଚଳିତ ବର୍ଷ ପ୍ରଭୁ ଶିବଙ୍କ ମାତା ଓ ପିତା ଭାବେ ନିରୁପମା ଘଟୁଆଲ ଓ ଟଙ୍କଧର ଘଟୁଆଲ ରହିଥିବା ବେଳେ ମାତା ପାର୍ବତୀଙ୍କ ମାତା ପିତା ଭାବେ ବାସନ୍ତୀ ଦେହୁରୀ ଓ ରବିରତ୍ନ ଦେହୁରୀ ରହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ