ବୁର୍ଲା ଥାନାର ନବନିର୍ମିତ ଗୃହ ର ଉଦ୍‌ଘାଟନ


ସମ୍ବଲପୁର:ଏଥି ସହ ମାନ୍ୟବର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ-ଓଡ଼ିଶା ସରକାର ଡ. ମୁକେଶ ମହାଲିଙ୍ଗ, ମାନ୍ୟବର ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ-ଓଡ଼ିଶା ସରକାର ଶ୍ରୀ ରବିନାରାୟଣ ନାୟକ, ମାନ୍ୟବର ବିଧାୟକ ସମ୍ବଲପୁର- ଶ୍ରୀ ଜୟନାରାୟଣ ମିଶ୍ର, ପୂର୍ବତନ ବିଧାୟକ ଶ୍ରୀ ନାଉରି ନାଏକ, ଉତ୍ତରାଞ୍ଚଳ ଆଇଜି ଶ୍ରୀ ହିମାଂଶୁ ଲାଲ(ଭା.ପୋ.ସେ), ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର(ଭ୍ରା.ପ୍ର.ସେ), ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୂ (ଭା.ପୋ.ସେ),ସମ୍ବଲପୁର, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ବେଦଭୂଷଣ(ଭ୍ରା.ପ୍ର.ସେ), ପ୍ରମୁଖ ଙ୍କ ଗରିମାମୟ ଉପସ୍ଥିତି ରେ ମାନ୍ୟବର କେନ୍ଦ୍ରଶିକ୍ଷା ମନ୍ତ୍ରୀ-ଭାରତ ସରକାର ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ କରକମଳରେ ବୁର୍ଲା ଥାନାର ନବନିର୍ମିତ ଗୃହ ର ମଧ୍ୟ ଶୁଭ ଉଦ୍ଘାଟନ ହୋଇଯାଇଛି। ବୁର୍ଲା ଥାନା ଯାହା ପ୍ରଥମେ ୨୫/୦୪/୧୯୫୪ ରେ ପ୍ରତିଷ୍ଠା ହୋଇଥିଲା, ଆଜି ଏହି ଥାନା ର ନୂତନ ଭବନର ଉଦଘାଟନ ହୋଇଛି।ଯେଉଁ ପ୍ରକଳ୍ପ ର ଅନୁମୋଦିତ ଅର୍ଥ ୪୯୩,୩୫,୦୦୦ ଟଙ୍କା ରେ ସମ୍ପୂର୍ଣ୍ଣ କରାଯାଇଛି। ଏହି ଅର୍ଥ ବିନିମୟ ରେ ଏକ ଆଧୁନିକ ପୋଲିସ୍ ଥାନା ନିର୍ମାଣ କରାଯାଇଛି । ଏହି ନୂତନ ପୋଲିସ୍ ଭବନର ଉଦଘାଟନ ଦ୍ୱାରା ବୁର୍ଲା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି।