ଏଟିଏମ୍ ଯାଇ ଟଙ୍କା ଉଠାଇବା ବା ବାଲାନ୍ସ ଚେକ୍ କରିବାର ଟେନସନ୍ ଏବେ ଧୀରେ ଧୀରେ କମିଗଲାଣି । କାରଣ ଆମେ ସମସ୍ତେ ଘରେ ବସି ବ୍ୟାଙ୍କରେ କେତେ ବାଲାନ୍ସ ଅଛି ତାହା ଜାଣିପାରନ୍ତି ।
ହେଲେ ଏବେ ମନଇଚ୍ଛା ଆଉ ଆକାଉଣ୍ଟରେ ବାଲାନ୍ସ ଚେକ୍ କରିପାରିବେ ନାହିଁ । କାରଣ ୟୁପିଆଇ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ୨ ଅଗଷ୍ଟରୁ ୟୁପିଆଇ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି । ଯାହାକୁ ନେଇ ଏବେ ଭାରି ଚର୍ଚ୍ଚା ।
ଏଣିକି ମନଇଚ୍ଛା ଅନଲାଇନ୍ରେ ବାଲାନ୍ସ ଚେକ୍ କରିପାରିବେନି. ଲାଗୁ ହେବ ନୂଆ ନିୟମ…ନିର୍ଦ୍ଧାରିତ ସୀମାରୁ ଅଧିକ ଚେକ୍ କଲେ…୧ ଅଗଷ୍ଟରୁ ଲାଗୁ ହେବ ନୂଆ ନିୟମ…ବାଲାନ୍ସ ଚେକ୍ ଓ ଅଟୋ ପେ’ ଉପରେ ଲାଗିବ ରୋକ୍
୧ ଅଗଷ୍ଟରୁ ଅନଲାଇନ୍ ପେମେଣ୍ଟରେ ହେବ ବଡ଼ ପରିବର୍ତ୍ତନ । ଖାସ୍ କରି ଅନଲାଇନ୍ ପେମେଣ୍ଟ ଯେମିତିକି ଗୁଗଲ ପେ’, ଫୋନ୍ ପେ’ ଓ ପେଟିଏମ୍ରେ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଅନଲାଇନ୍ ପେମେଣ୍ଟ ଏନପିସିଆଇ ପ୍ରତିବନ୍ଧକ ଲଗାଇବାକୁ ଯାଉଛି । କୁହାଯାଉଛି ୟୁପିଆଇ ଉପରେ ଜରୁରୀଠାରୁ ଅଧିକ ଲୋଡ୍ ପଡୁଥିବା କାରଣରୁ ନେଟୱର୍କକୁ ଫ୍ରି କରିବାକୁ ଏମିତି ନିଷ୍ପତ୍ତି ନିଆଯାଇଛି । ବ୍ୟାଙ୍କମାନଙ୍କୁ ଏନେଇ ନିର୍ଦ୍ଦେଶନାମା ଜାରି ହୋଇଛି ।
ଯଦି ପ୍ରତିଦିନ ଆପଣ ଅନଲାଇନ୍ରେ ବାଲାନ୍ସ ଚେକ୍ କରୁଛନ୍ତି ତାହେଲେ ସାବଧାନ ରୁହନ୍ତୁ । କାରଣ ବାରମ୍ବାର ବାଲାନ୍ସ ଚେକ୍ କଲେ ଦେବାକୁ ପଡ଼ିବ ଅଧିକ ତଣ୍ଡ । ସୂଚନା ଅନୁସାରେ, ଦିନକୁ ଆପଣ ମାତ୍ର ୫୦ ଥର ଅନଲାଇନ୍ରେ ବାଲାନ୍ସ ଚେକ୍ କରିପାରିବେ । ନୂଆ ନିୟମକୁ ନେଇ ଇଜି ପେ’ର ଚିଫ୍ ଅପରେଟିଂ ଅଫିସର୍ ମୁସରଫ୍ ହୁସେନ କହିଛନ୍ତି, ନୂଆ ନିୟମ ଲାଗୁ ହେବା ପରେ ବେପାରୀଙ୍କୁ ଅଧିକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ । ହେଲେ ଏମିତି ନିୟମ ଲାଗୁ ହେବା ପରେ ୟୁପିଆଇ ନେଟୱର୍କରେ ସ୍ଥିରତା ଆସିବ ଏବଂ ବ୍ୟବହାର ସହଜ ହେବ ।
ପୂର୍ବରୁ ଦିନ ହେଉ କି ରାତି ଆମର ଯେବେ ଇଚ୍ଛାହୁଏ ସେବେ ଆମେ ଅନଲାଇନ୍ରେ ବାଲାନ୍ସ ଚେକ୍ କରନ୍ତି । ହେଲେ ନୂଆ ନିୟମ ଲାଗୁ ହେବା ପରେ ଏଣିକି ନିର୍ଦ୍ଧାରିତ ସମୟସୀମା ରହିବ । ଏନ୍ପିସିଆଇ ପକ୍ଷରୁ ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ, ସକାଳ ୧୦ଟାରୁ ଦ୍ବିପ୍ରହର ୧ଟା, ପୁଣି ଥରେ ସନ୍ଧ୍ୟା ୫ଟାରୁ ରାତି ୯.୩୦ ପର୍ଯ୍ୟନ୍ତ ବାଲାନ୍ସ ଚେକ୍ କରିବାକୁ ସମୟ ଦିଆଯିବ କିମ୍ବା ଏହି ସମୟରେ ବାଲାନ୍ସ ଚେକ୍ କରିପାରିବେ ନାହିଁ ଗ୍ରାହକ । ଖାଲି ଏତିକି ନୁହେଁ ବରଂ ଯେଉଁମାନେ ଅଟୋ ପେ’ ସିଷ୍ଟମ ରଖିଛନ୍ତି…ଉଦାହରଣ ସ୍ବରୂପ ନେଟ୍ଫ୍ଲିକ୍ସ, ଏସ୍ଆଇପି ପାଇଁ ଉପରେ ବି ପ୍ରତିବନ୍ଧକ ଲାଗିବ ।
ମୋଟ୍ ଉପରେ ଯେଉଁମାନେ ଅନଲାଇନ୍ରେ ପେମେଣ୍ଟ କରୁଛନ୍ତି ସେମାନଙ୍କ ଲାଗି ଏହି ଖବର ଅତ୍ୟନ୍ତ ଜରୁରୀ । ତେଣୁ ନିର୍ଦ୍ଧାରିତ ନିୟମରୁ ଅଧିକ ଥର ଅନଲାଇନ୍ରେ ଟ୍ରାନଜାକ୍ସନ କଲେ ଦେବାକୁ ପଡ଼ିବ ତଣ୍ଡ ।